Videos
|
Crime

In laws Assault / ଝିଅ ଜନ୍ମ ହେଲା କାଳ; ଗାଁଦାଣ୍ଡକୁ ଘୋଷାଡ଼ି ପୁଅବୋହୂଙ୍କୁ ନିର୍ଦ୍ଧୁମ ମାଡ଼

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ଝିଅ ଜନ୍ମ ହେଲା କାଳ; ଗାଁଦାଣ୍ଡକୁ ଘୋଷାଡ଼ି ପୁଅବୋହୂଙ୍କୁ ନିର୍ଦ୍ଧୁମ ମାଡ଼
Twin Baby Girls

Key Points

ଯାଆଁଳା ଶିଶୁକନ୍ୟା ପାଇଁ ମାରଧର
କାହିଁକି ଝିଅ ଜନ୍ମ କରିଛୁ ବୋଲି ପ୍ରଶ୍ନ,
ଆଉ ତା'ପରେ ଗାଁଦାଣ୍ଡରେ ଘୋଷାଡ଼ି ମାଡ଼
ଘରକୁ କୁନି ଶିଶୁଟିଏ ଆସିଲେ ପୁରା ମାହୋଲ ବଦଳିଯାଏ । କୁଆଁ କୁଆଁ ରାବରେ ପୁରା ଘର କମ୍ପିଉଠେ । କୁନି ନିଷ୍ପାପ ମୁହଁଟିକୁ ଦେଖିଲେ ପରିବାର ସବୁ ଦୁଃଖ ଭୁଲିଯାଏ । ଆଉ ଯେତେବେଳେ କୁନି ପିଲାଟି ହସିବା, କଥା କହିବା ଆରମ୍ଭ କରେ...ସେତେବେଳେ ପ୍ରତିଟି ମଣିଷ ତାର ଖନି ଖନି କଥାରେ ନିଜକୁ ହଜେଇଦିଏ । ସେ ପୁଅ ହେଉ କି ଝିଅ କୁନି ପିଲାଙ୍କୁ ସମସ୍ତେ ଆଦର କରନ୍ତି । ହେଲେ ଏଠି ଦେଖିବାକୁ ମିଳିଛି ପୁରା ଓଲଟା ଦୃଶ୍ୟ । ଯାଆଁଳା ଶିଶୁକନ୍ୟା ଜନ୍ମ ଦେବାରୁ ନିଜ ପୁଅବୋହୂଙ୍କୁ ଆକ୍ରମଣ କରିଛନ୍ତି ଶାଶୁଘର ଲୋକେ । ଶାଶୁ, ଶ୍ଵଶୁର, ନଣନ୍ଦ ସମସ୍ତେ ମିଶି ଗାଁଦାଣ୍ଡରେ ମାଡ଼ ମାରିଥିବା ନବଜାତର ପିତାମାତା ଅଭିଯୋଗ କରିଛନ୍ତି ।

ମାହାଙ୍ଗା ବ୍ଲକ୍ ଶ୍ରିକୃଷ୍ଣପୁର ପଞ୍ଚାୟତର ପଶୁଲୁଣ୍ଡା ଗ୍ରାମରୁ ଆସିଛି ଏପରି ଅଭିଯୋଗ । ସୂଚନା ଅନୁସାରେ କାନପୁର ଗ୍ରାମର ଅଜୟ ଜେନାଙ୍କ ଝିଅ ପାର୍ବତୀ ଜେନା ୪ ବର୍ଷ ତଳେ ପଶୁଲୁଣ୍ଡା ଗ୍ରାମର ସମୁଲ୍ୟ ଜେନାଙ୍କ ପୁଅ ଚନ୍ଦ୍ରଶେଖର ଜେନାଙ୍କ ସହିତ ବୈଦିକ ରୀତିନୀତିରେ ବିବାହ ହୋଇଥିଲା । ବିବାହ ପରେ ଶାଶୁ ଘର ଲୋକେ ବୋହୂ ପାର୍ବତୀଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ଗୋଟେ ମାସ ତଳେ ବୋହୂ ପାର୍ବତୀଙ୍କ ଦୁଇଟି ଯାଆଁଳା କନ୍ୟା ସନ୍ତାନ ଜନ୍ମ ହୋଇଛନ୍ତି ।

କାହିଁକି କନ୍ୟା ସନ୍ତାନ ହେଲା ବୋଲି ବିରୋଧ କରିଥିଲେ ଶାଶୂ ଶଶୁର । ପୁଅ କାହିଁକି ଜନ୍ମ କଲୁନି, ଝିଅ ଦୁଇଟାକୁ ମାରିଦେ ନହେଲେ ଆମେ ତୋତେ ଜୀବନରୁ ମାରିଦେବୁ ବୋଲି କହିଥିଲେ ଶାଶୁ ଶ୍ଵଶୁର । ଏହାପରେ ପୁଅ ଓ ବୋହୂଙ୍କୁ ଗାଁ ଦାଣ୍ଡରେ ତଳେ ପକାଇ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିଲେ ଶାଶୁ ଶଶୁର ଓ ନଣନ୍ଦ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣାରେ ଶାଶୂ ଶଶୁର ଓ ନଣନ୍ଦଙ୍କ ନାମରେ ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୁଅ ଓ ବୋହୂ । ଏବେ ପୋଲିସ ଘଟଣାର ତଦନ୍ତ ଚଲେଇଛି ।

ପଢନ୍ତୁ ଏହି ଖବର: କେଉଁ ରାଜ୍ୟରେ ସର୍ବାଧିକ ଜନ୍ମହାର ଓ କେଉଁଠି ଅଧିକ ହୁଏ ଲୋକଙ୍କ ମୃତ୍ୟୁ ? ରିପୋର୍ଟରେ ଖୁଲାସା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୋହୂ ପାର୍ବତୀ ଜେନା ଅଭିଯୋଗ କରି କହିଛନ୍ତି ଯେ, ସେ ଯାଆଁଳା ଶିଶୁକନ୍ୟାଙ୍କୁ ଜନ୍ମ ଦେବା ପରେ ଶାଶୁ ତାଙ୍କୁ ହସ୍ପିଟାଲରେ ଏକାକୀ ଛାଡ଼ି ଚାଲିଆସିଥିଲେ । ଏହାପରେ ଯେତେବେଳେ ପାର୍ବତୀ ଘରକୁ ଆସିଲେ, କାମ କରିବା ପାଇଁ ସେ କୁନିଝିଅକୁ ଧରିବା ଲାଗି ଶାଶୁଙ୍କୁ ଅନୁରୋଧ କରିଥିଲେ । ମାତ୍ର ଶାଶୁ ଶିଶୁଙ୍କୁ ଧରିବା ପରିବର୍ତ୍ତେ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ । ଏହାପରେ ଶ୍ଵଶୁର ଓ ନଣନ୍ଦ ମଧ୍ୟ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି ।