Videos
|
Crime

Indian Origin Fraud Case / ମୂଳ ଭାରତୀୟଙ୍କ କାରନାମା; ୬୪ ଧନୀଙ୍କୁ ୩୩୬ କୋଟି ଲୁଟ୍‍ ତାଲିକାରେ ଥିଲେ ଟେଲର ସ୍ଵିଫ୍ଟଙ୍କ ସ୍ଵାମୀ

Debashree Debasmita Sahoo
Browse all articles by Debashree Debasmita Sahoo
·55 mins ago·2 min read
ମୂଳ ଭାରତୀୟଙ୍କ କାରନାମା; ୬୪ ଧନୀଙ୍କୁ ୩୩୬ କୋଟି ଲୁଟ୍‍ ତାଲିକାରେ ଥିଲେ ଟେଲର ସ୍ଵିଫ୍ଟଙ୍କ ସ୍ଵାମୀ
Indian Origin Fraud Case

Key Points

ଭାରତୀୟ ମୂଳ ବିଜନେସ୍ ମ୍ୟାନଙ୍କ କାରନାମା
୨୦୦୫ରୁ ଅବୈଧ ରୂପରେ ଆମେରିକାରେ ରହୁଥିଲେ
୬୪ ଧନୀଙ୍କୁ ୩୩୬ କୋଟି ଲୁଟ୍‍ କରି ପାକ୍ ପଠାଉଥିଲେ
ଆମେରିକାରେ ଭାରତୀୟ ମୂଳ ବ୍ୟବସାୟୀଙ୍କ କାରନାମା । ପୋଞ୍ଜି ସ୍କିମ ନାଁରେ ପ୍ରାୟ ୬୪ ଧନୀ ବ୍ୟକ୍ତିଙ୍କୁ ଚୂନା ଲଗାଇଛନ୍ତି । ଏପରିକି ଆମେରିକାର ଲୋକପ୍ରିୟ ସିଙ୍ଗର ଟେଲର୍ ସ୍ଵିଫ୍ଟ ମଧ୍ଯ ଏହି ଠକେଇର ଶିକାର ହୋଇଛନ୍ତି । ଏହି ଠକ ଜଣକ ୩୫ ମିଲିଅନ ଆମେରିକୀୟ ଡଲାର ବା ୩୩୬ କୋଟି ଟଙ୍କାରୁ ଅଧିକ ଲୁଟିଛି । ଏହାପରେ ଏହି ଲୁଟ୍ ଟଙ୍କାକୁ ସେ ପାକିସ୍ତାନ ପଠାଉଥିବା ଜଣାପଡ଼ିଛି । ଏହି ଠକର ପରିଚୟ ସିଦ୍ଧାର୍ଥ ଜୱାହର ହୋଇଥିବାବେଳେ ସେ ଜଣେ ଫାଇନାନ୍ସିଆଲ୍ ଆଡଭାଇଜର ବୋଲି ଜଣାପଡ଼ିଛି ।

  • କଣ ପୂରା ଘଟଣା ?
ଆମେରିକାର ମିସୋରୀ ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟର ଆମେରିକୀୟ ଆଟର୍ଣ୍ଣ ଅଫିସ ଅନୁସାରେ, ଏହି ଘଟଣାରେ ସିଦ୍ଧାର୍ଥକୁ ଦଣ୍ଡାଦେଶ ଶୁଣାଯାଇଛି । ଏପରିକି ତାକୁ ସମସ୍ତ ନିବେଶକଙ୍କୁ ୩.୧୩ କୋଟି ଡଲାର ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୩୮ ବର୍ଷୀୟ ଠକ ସିଦ୍ଧାର୍ଥ ଟେକ୍ସାସର ଏକ କମ୍ପାନୀ ସ୍ଵିଫ୍ଟଆର୍କ କ୍ୟାପିଟାଲର ସହ ପ୍ରତିଷ୍ଠାତା ଏବଂ ମ୍ୟାଜେନିଂ ପାର୍ଟନର ଥିଲା । ଟେଲର୍ ସ୍ଵିଫ୍ଟଙ୍କ ସ୍ଵାମୀ ଟ୍ରାଭିସ୍ ମଧ୍ୟ ଏହି କମ୍ପାନୀର ଜଣେ ନିବେଶକ ଥିଲେ । କୋର୍ଟ କହିଛନ୍ତି ଯେ ଏହି ଠକେଇ ୨୦୧୬ରୁ ଆରମ୍ଭ ହୋଇଥିଲା ।

  • ପାକିସ୍ତାନକୁ ପଠାଉଥିଲେ ଲୁଟ୍ ଟଙ୍କା
ସିଦ୍ଧାର୍ଥ ଜୱାହର ନିବେଶରୁ ମିଳିଥିବା ସବୁ ଟଙ୍କାକୁ ଫିଲିଫ୍ ମରିସ୍ ପାକିସ୍ତାନ (PMP)ରେ ଲଗାଇଥିଲା । ଏଠାରେ କହିରଖୁଛୁ କି, PMP ହେଉଛି ପାକିସ୍ତାନରେ ତମାଖୁ ସେବନ କରୁଥିବା କମ୍ପାନୀ । ଯେତେବେଳେ ଏହି କମ୍ପାନୀର ମୂଲ୍ୟ ହ୍ରାସ ପାଇଥିଲା, ଏ ସମ୍ପର୍କରେ ଠକ ସିଦ୍ଧାର୍ଥ ନିବେଶକଙ୍କୁ ସତକଥା କହିନଥିଲା । ବରଂ ନିବେଶକମାନଙ୍କୁ ଲାଭ ହେଉଥିବା କହିଥିଲା । ଏପରିକି ସେ କିଛି ନିବେଶକଙ୍କୁ କହିଥିଲା ଯେ ସେମାନଙ୍କ ଟଙ୍କା ଭିନ୍ନ ଭିନ୍ନ କମ୍ପାନୀରେ ଲଗାଯାଇଛି ଓ ସେଥିରୁ ତାଙ୍କୁ ଲାଭ ହେଉଛି ।

ପଢନ୍ତୁ ଏହି ଖବର: କିଏ ଦ୍ଵାଦଶ ପାସ୍ ତ କିଏ କମ୍ପାଉଣ୍ଡର, ସାଜିଥିଲେ ଡାକ୍ତର; ୧୦ବର୍ଷ ହେଲାଣି ଚାଲୁଥିଲା କ୍ଲିନିକ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଆଉ କେଉଁଠି ଟଙ୍କା ନିବେଶ କରୁଥିଲା ?
କୋର୍ଟଙ୍କ କହିବାନୁସାରେ, ଜୁଲାଇ ୨୦୧୬ରୁ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଠକ ସିଦ୍ଧାର୍ଥ ସ୍ଵିଫ୍ଟଆର୍କରୁ ୩.୫ କୋଟି ଡଲାରରୁ ଅଧିକ ନେଇଥିଲା । ହେଲେ ସେଥିରୁ କେବଳ ୧ କୋଟି ଡଲାର ସେ ନିବେଶ ରିଥିଲା । ବାକି ଟଙ୍କାକୁ ପ୍ରାଇଭେଟ୍ ଜେଟ୍‍ ମହଙ୍ଗା ହୋଟେଲ୍‍ ଟେକ୍ସାସ୍ ଓ ନ୍ୟୁୟର୍କର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ମହଙ୍ଗା ପୋଷାକ ଓ ଖାଦ୍ୟରେ ବିନିଯୋଗ କରିଥିଲା । ଠକ ସିଦ୍ଧାର୍ଥ ବିରୋଧରେ ରୁଜୁ ହୋଇଥିବା ୩ଟି ଠକେଇ ମାମଲାରେ ସେ ନିଜ ଦୋଷ ସ୍ଵୀକାର କରିଛି । କୋର୍ଟ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ସେ ୨୦୦୫ରୁ ଆମେରିକାରେ ଅବୈଧ ଭାବେ ରହୁଥିଲା । ଏହାପରେ କୋର୍ଟ ଠକ ସିଦ୍ଧାର୍ଥକୁ ୧୧ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଶୁଣାଇଛନ୍ତି ।