Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଘରୁ ସୁନା ଅଳଙ୍କାର ଚୋରି କଲେ; ଧରାପଡ଼ିଯିବାରୁ ଡ୍ରେସ୍ ଖୋଲିବାକୁ ଧମକ

Crime

Viral Theft / ଘରୁ ସୁନା ଅଳଙ୍କାର ଚୋରି କଲେ; ଧରାପଡ଼ିଯିବାରୁ ଡ୍ରେସ୍ ଖୋଲିବାକୁ ଧମକ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଘରୁ ସୁନା ଅଳଙ୍କାର ଚୋରି କଲେ; ଧରାପଡ଼ିଯିବାରୁ ଡ୍ରେସ୍ ଖୋଲିବାକୁ ଧମକ
Viral Theft

Key Points

ମହିଳା ଚୋରଙ୍କ ଅଜବ କାରନାମା
ସୁନା ଅଳଙ୍କାର ଚୋରି କରିନେଲେ
ଧରାପଡ଼ିବାରୁ ଡ୍ରେସ୍ ଖୋଲିବାକୁ ଧମକ
ଜୟପୁର: କଥାରେ ଅଛି ଚୋର ମୁହଁ ଟାଣ । ଓଡ଼ିଆରେ ଥିବା ଏହି ଢଗଟି ପୁଣିଥରେ ସତ ପ୍ରମାଣିତ ହୋଇଛି । ରାଜସ୍ଥାନର ଜୟପୁରରେ ଜଣେ ମହିଳା ଚୋରି କରି ଧରାପଡ଼ିବା ପରେ ଅଜବ କାଣ୍ଡ ଘଟାଇଛନ୍ତି । ମହିଳା ଜଣକ ଚୋରି କରି ଖସିଯିବାକୁ ପ୍ରୟାସ କରୁଥିବାବେଳେ ନିଜକୁ ବାହାର ପଟୁ ଲକ୍ ପାଇଥିଲେ । ଏହି ସମୟରେ ପ୍ରମାଣ ସଂଗ୍ରହ ଲାଗି ଘର ମାଲିକ ଭିଡିଓ ରେକର୍ଡ କରୁଥିଲେ । ଘର ମାଲିକଙ୍କୁ ଧମକ ଦେଇ ମହିଳା ଜଣକ ନିଜ କପଡ଼ା ଖୋଲିବାକୁ ଧମକ ଦେଇଥିଲେ, ଯାହାଦ୍ଵାରା ତାଙ୍କୁ ମିଛ କେସରେ ଫସାଇବେ ।

  • କଣ ପୂରା ଘଟଣା ?
ଜୟପୁରର ମୁହାନାରେ ଘର ମାଲିକ ଗୁରୁବାର ଦିନ ତାଙ୍କ ପରିବାର ସହିତ ବାହାରକୁ ବୁଲିବାକୁ ଯାଇଥିବା ସମୟରେ ସେ ତାଙ୍କ ମୋବାଇଲ୍ ଫୋନ୍‌ରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ । ଏଥିରେ ଜଣେ ମହିଳା ଶୋଇବା ଘର ଭିତରକୁ ପ୍ରବେଶ କରି ଏକ ଆଲମାରି ଖୋଲୁଥିବାର ଦେଖାଗଲା । ସେ ଏକ ଛୋଟ ବାକ୍ସ ବାହାର କରି ଏହାକୁ ବେଡ୍ ଉପରେ ରଖିଲେ ଏବଂ ସେଥିରେ ଥିବା ସାମଗ୍ରୀଗୁଡ଼ିକୁ ପ୍ରଥମେ ଦେଖିବା ଆରମ୍ଭ କରିଥିଲେ । ଏହାପରେ ସେଥିରେ ଥିବା ଅଳଙ୍କାରକୁ ଚୋରି କରିବାକୁ ଉଦ୍ୟମ କରିଥିଲେ ।

ଏହାପରେ ଘର ମାଲିକ ତୁରନ୍ତ ପଡ଼ୋଶୀଙ୍କୁ ଫୋନ୍ କରି ଘଟଣା ବିଷୟରେ ଜଣାଇଲେ ଏବଂ ଘରର ମୁଖ୍ୟ ଗେଟ୍ ବନ୍ଦ କରିଦେବାକୁ କହିଥିଲେ । ଏହାପରେ ଘର ମାଲିକ ତୁରନ୍ତ ନିଜ ଘରକୁ ଫେରିବାକୁ ଉଦ୍ୟମ କଲେ । ଏହାପରେ ଯେତେବେଳେ ବ୍ୟକ୍ତି ଜଣକ ଘରେ ପହଞ୍ଚିଥିଲେ, ସେତେବେଳେ ଚୋରି କରିଥିବା ମହିଳାଙ୍କ ଡ୍ରାମା ଆରମ୍ଭ ହୋଇଥିଲା । ଘର ଭିତରେ ଫସି ରହିଥିବା ମହିଳା ଜଣକ ଘର ମାଲିକ ଏବଂ ତାଙ୍କ ପଡ଼ୋଶୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ସେ କହିଥିଲେ, "ମୁଁ ମୋର ପୋଷାକ ଚିରିଦେବି । ଏହାପରେ ପୋଲିସ ତୁମକୁ ଧରିବ ।" ସେ ଏପରି କହୁଥିବା ସମୟରେ ଘର ମାଲିକଙ୍କ ଭିଡିଓ ରେକର୍ଡିଂ କରିନେଇଥିଲେ ।

ପଢନ୍ତୁ ଏହି ଖବର: ୨କୋଟିର ବାହାଘରରେ ବି ମନଶାନ୍ତି ହେଲାନି; ସଲୋନିକୁ ଭିଏତନାମ ନେଇ...

  • ତୁରନ୍ତ ପହଞ୍ଚିଥିଲା ପୋଲିସ
ପୋଲିସ ଶୀଘ୍ର ଘରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଘର ମାଲିକଙ୍କ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ କହିଛି ଯେ ବାରମ୍ବାର ଫ୍ଲାଟରୁ ଚୋରି ହେବା ପରେ ଘର ମାଲିକ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ ଏବଂ ପରେ ନିଜ ରୁମରେ ଲୁଚେଇକି ଏକ ସିସିଟିଭି କ୍ୟାମେରା ଲଗାଇଥିଲେ । ପୂର୍ବରୁ ତାଙ୍କ ଫ୍ଲାଟରୁ ସୁନା ଅଳଙ୍କାର ଏବଂ ୭ଲକ୍ଷ ଟଙ୍କା ଚୋରି ହୋଇଥିଲା । ଏହାପରେ ସେ ପଡ଼ୋଶୀ ଘର ଜଣେ ମହିଳାଙ୍କୁ ସନ୍ଦେହ କରିଥିଲେ । ଯେତେବେଳେ ଗୁରୁବାର ସେ ପରିବାର ସହ ବୁଲିବାକୁ ଯାଇଥିଲେ, ସେହି ସନ୍ଦିଗ୍ଧ ମହିଳା ଜଣକ ରାତି ପ୍ରାୟ ୮.୧୫ଟାରେ ପୁଣି ଘରେ ପଶି ଚୋରି କରିବା ସମୟରେ ଧରାପଡ଼ିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Painting
Sponsored