Videos
|
Crime

Physical Assault / eKYC ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ ଦାବି; ପିଛା କରୁଥିଲା ଅଭିଯୁକ୍ତ

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
eKYC ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ ଦାବି; ପିଛା କରୁଥିଲା ଅଭିଯୁକ୍ତ
Physical Assault

Key Points

ମହାରାଷ୍ଟ୍ର ଜଲଗାଓଁରେ ଶାରୀରିକ ନିର୍ଯାତନା ଉଦ୍ୟମ
eKYC ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ ଦାବି
ମହାରାଷ୍ଟ୍ରର ଜଲଗାଓଁରୁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳାଙ୍କୁ ଶାରୀରିକ ନିର୍ଯାତନା ଉଦ୍ୟମ ହୋଇଛି । ମହାରାଷ୍ଟ୍ର ସରକାରଙ୍କ ଦ୍ଵାରା ଅଣାଯାଇଥିବା ଲଡକି ବହିନ ଯୋଜନାର ଇକେୱାଇସି ସମୟରେ ଯୌନ ସମ୍ପର୍କ ରଖିବାକୁ କୁହାଯାଇଥିବା ଜଣେ ମହିଳା ଅଭିଯୋଗ ଆଣିଛନ୍ତି । ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଅଭିଯୁକ୍ତ ଲଡକି ବହିନ ଯୋଜନା KYC ପୂରଣ କରିବା ବଦଳରେ ଶାରୀରିକ ସମ୍ପର୍କ ଦାବି କରିଥିଲା । ପୀଡ଼ିତାଙ୍କ ସ୍ୱାମୀ ତାଙ୍କୁ ଚେତାବନୀ ଦେବା ପରେ ମଧ୍ୟ ଅଭିଯୁକ୍ତ ତାଙ୍କୁ ପିଛା କରି ଚାଲିଥିଲା । ଅଭିଯୋଗ ଆଧାରରେ ଅଭିଯୁକ୍ତ ଗୋକୁଳ ଚଭନଙ୍କ ବିରୋଧରେ ନଗର ଥାନାରେ ମାମଲା ରୁଜୁ କରାଯାଇଛି ।

  • eKYC ବଦଳରେ ଶାରୀରିକ ସମ୍ପର୍କ ଦାବି
ଏହି ମାମଲାରେ ୩୫ ବର୍ଷୀୟା ପୀଡିତା ମହିଳା ଏକ ଅଭିଯୋଗ ନେଇ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସେ ନିଜର ଅଭିଯୋଗରେ କହିଥିଲେ ଯେ ଅଭିଯୁକ୍ତ ଗୋକୁଳ ଚଭନ ତାଙ୍କ ଘରକୁ ଯାଇଥିଲା ଏବଂ ତାଙ୍କୁ KYC କରାଇଦେବ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ପରେ ଏହା ବଦଳରେ ଶାରୀରିକ ସମ୍ପର୍କ ରଖିବ ବୋଲି କହିଥିଲା । ମହିଳା ଜଣକ ଶାରୀରିକ ସମ୍ପର୍କ ନ ରଖିଲେ ସେ କେୱାଇସି କରିବ ନାହିଁ ବୋଲି କହିଥିଲା ।

  • କଣ ଅଭିଯୋଗ ଆଣିଲେ ମହିଳା ?
ନଭେମ୍ବର ଏବଂ ଡିସେମ୍ବର ୨୦୨୫ ମଧ୍ୟରେ ଲଡକି ବହିନ ଯୋଜନାରୁ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା ନହେବା କାରଣରୁ ମହିଳାଙ୍କୁ ତାଙ୍କର KYC ପୂରଣ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହା ଜାଣିବା ପରେ ଅଭିଯୁକ୍ତ ଗୋକୁଳ ଚଭନ ମହିଳାଙ୍କ ଘରେ ପହଞ୍ଚି ତାଙ୍କୁ KYC ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ବଦଳରେ ସେ ଶାରୀରିକ ସମ୍ପର୍କ ରଖିବା କଥା କହିଥିଲା ।

ପଢନ୍ତୁ ଏହି ଖବର: ୫ ମାସ ପର୍ଯ୍ୟନ୍ତ ଝିଅ ଶବ ସହ ରହୁଥିଲା ବାପା; କେମିତି ଖୋଲିଲା ରାଜ୍ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଚେତାବନୀ ସତ୍ତ୍ଵେ ବି ପିଛା କରୁଥିଲା ଅଭିଯୁକ୍ତ
ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଥିଲେ । ଏହାପରେ ମହିଳାଙ୍କ ସ୍ୱାମୀ ଅଭିଯୁକ୍ତ ଗୋକୁଳ ଚଭନଙ୍କୁ ତାଙ୍କ ଘର ନିକଟକୁ ନ ଆସିବା ଲାଗି କଡ଼ା ଚେତାବନୀ ଦେଇଥିଲେ । ଏହା ସତ୍ତ୍ୱେ ଅଭିଯୁକ୍ତ ତାଙ୍କୁ ପିଛା କରି ଚାଲିଥିଲେ ବୋଲି ପୀଡିତା ଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏବେ ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ଏକ ଏଫଆଇଆର ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି । 

UPIରେ ୧୦ହଜାର ଟଙ୍କାରୁ ଅଧିକ ଟଙ୍କା ପଠାଇ‌ଲେ ଘଣ୍ଟାଏ ବିଳମ୍ବ !!! | Digital Payments | UPI Rules