Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭୁଜାଲି ମାଡ଼ର ଜବାବ ଗୁଳି; ପୋଲିସ ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

Crime

Police Encounter / ଭୁଜାଲି ମାଡ଼ର ଜବାବ ଗୁଳି; ପୋଲିସ ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଭୁଜାଲି ମାଡ଼ର ଜବାବ ଗୁଳି; ପୋଲିସ ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ
Two Notorious Criminals Injured

Key Points

  • ଝାରସୁଗୁଡ଼ା ପୋଲିସର ଏନକାଉଣ୍ଟର, ୨ ଅପରାଧୀ ଆହତ
  • ବେଲପାହାଡ଼ ଫାଟକ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗୁଳି
  • ଏନକାଉଣ୍ଟରରେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର ଆହତ
  • ଉଭୟଙ୍କ ନାଁରେ ସମ୍ବଲପୁର ଓ ବୁର୍ଲାରେ ରହିଛି ଏକାଧିକ ମାମଲା
ଝାରସୁଗୁଡ଼ା: ଭୁଜାଲି ଭୁସି ଆତଙ୍କ ଖେଳାଇଥିଲେ । ଏବେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କରିଛି ପୋଲିସ । ସୋମବାର ବେଲପାହାଡ଼ରେ ୨ ଜଣଙ୍କୁ ଭୁଜାଲି ଭୁସିଥିବା ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଛି ।

ସୋମବାର ବେଲପାହାଡ଼ରେ ଦୁର୍ବୃତ୍ତ ୨ ଜଣଙ୍କୁ ଭୁଜାଲି ମାଡ଼ କରିଥିଲେ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଭୁଜାଲ ମାଡ଼ କରିଥିବା ୨ ଅପରାଧୀଙ୍କୁ ଝାରସୁଗୁଡ଼ା ପୋଲିସ ଏନକାଉଣ୍ଟର କରିଛି । ଉଭୟଙ୍କୁ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ଏଥିସହ ପଢ଼ନ୍ତୁ: ରାସ୍ତା କଡ଼ରେ ପଡ଼ିଛି ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ; ପୋଲିସ-ସାଇଣ୍ଟିଫିକ୍ ଟିମ୍‌ର ତନାଘନା 

ବେଲପାହାଡ଼ ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଦୁଇ ଜଣ ପ୍ରମୁଖ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛନ୍ତି । ସେମାନେ ହେଲେ ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଗୌରପାଲି ଓସିବି କଲୋନୀର ସୁନୀଲ ମହାନନ୍ଦ ଓରଫ ଟାବୁ (୨୨) ଏବଂ ଚାନ୍ଦ ବନଛୋର (୨୫) ।

ବେଲପାହାଡ଼ ଥାନା ଅଞ୍ଚଳର ର୍କଲାଖମନ ନିକଟରେ ଉଭୟ ଲୁଚିଥିବା ଖବର ପାଇ ପୋଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ପୋଲିସ ପହଞ୍ଚିବାରୁ ଅଭିଯୁକ୍ତ ଖସିଯିବାକୁ ପ୍ରଥମେ ୪ ରାଉଣ୍ଡ ଫାୟାରିଂ କରିଥିଲେ । ପୋଲିସର ପାଲଟା ଗୁଳି ଦୁଇ ଅଭିଯୁକ୍ତଙ୍କ ଜଂଘରେ ବାଜିଛି । ଉଭୟଙ୍କୁ ଜିଲ୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ଝାରସୁଗୁଡ଼ା ଏସପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି ।

ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାରକୁ ସ୍ଥାନାନ୍ତରିତ କରାଯାଇଛି । ଅଭିଯୁକ୍ତ ସୁନୀଲ ମହାନନ୍ଦ ଜଣେ ଏଚ୍‌ଆଇଭି ଏଡ୍ସ ଆକ୍ରାନ୍ତ ବୋଲ ଜଣାପଡ଼ିଛି । ତେଣୁ ସୁନୀଲର ସ୍ୱତନ୍ତ୍ର ଚିକିତ୍ସା ପାଇଁ ପୋଲିସ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଛି । ବେଲପାହାଡ଼ ଫାଟକ ନିକଟରେ ଘଟିଥିବା ହତ୍ୟାକାଣ୍ଡରେ ଏହି ଦୁଇ ଜଣ ସିଧାସଳଖ ସମ୍ପୃକ୍ତ ଥିବା ପୋଲିସ ସ୍ପଷ୍ଟ କରିଛି ।


ଉଭୟଙ୍କ ନାଁରେ ସମ୍ବଲପୁର ଓ ବୁର୍ଲା ଥାନାରେ ପୂର୍ବରୁ ମଧ୍ୟ ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି । ଅଞ୍ଚଳରେ ଶାନ୍ତି ଓ ଆଇନ ଶୃଙ୍ଖଳା ରକ୍ଷା ପୋଲିସର ଦାୟିତ୍ଵ । ଆଗାମୀ ଦିନରେ ମଧ୍ୟ ପୋଲିସ, ଅପରାଧୀଙ୍କ ବିରୋଧରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିବ । ଯେଉଁମାନେ ପୋଲିସକୁ ଚ୍ୟାଲେଞ୍ଜ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଝାରସୁଗୁଡ଼ା ଏସ୍‌ପି ।

ଏଥିସହ ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଲାଗିନି ଭିଡ଼ ହିଂସାର ଦଫା, ଅଭିଯୁକ୍ତମାନେ ଖସିଯିବାର ଆଶଙ୍କା 

ସୋମବାର ବେଲପାହାଡ଼ ଫାଟକରେ ହୋଇଥିବା ଭୁଜାଲି ମାଡ଼ ଘଟଣାରେ ପୋଲିସ ୩ ଜଣଙ୍କୁ ପୂର୍ବରୁ ଅଟକ ରଖିଛି । ଅଭିଯୁକ୍ତମାନେ ଏକ କାରରେ ଯାଉଥିବାବେଳେ ବାଇକ୍ ଓ ସ୍କୁଟିରେ ଯାଉଥିବା ରାହୁଲ ମହତ ଏବଂ ଆକାଶ ସାହୁଙ୍କ ସହ ବେଲପାହାଡ଼ ଫାଟକ ନିକଟ ଗାନ୍ଧୀନଗର ଛକ ନିକଟରେ ଦୁର୍ଘଟଣା ହୋଇଥିଲା ।

ଏହାପରେ ପାଟି ତୁଣ୍ଡ ହେବାରୁ ରାହୁଲ ଏବଂ ଆକାଶଙ୍କୁ ଚାନ୍ଦ ବାନଛୋର ଏବଂ ବାବୁ ବାନଛୋର ଭୁଜାଲିରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଯେଉଁଥିରେ ରାହୁଲ ମହତଙ୍କ ମୃତ୍ୟୁ ହୋଇଥିବା ବେଳେ ଆକାଶ ସାହୁ ଅବସ୍ଥା ଗୁରୁତର ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jharsuguda Police Encounter: 2 Criminals Injured After Belpahar Murder Case | Argus News | Argus News