Videos
|
Crime

Corporate Scandal / 'ଫେବର୍ ଦିଅ ନହେଲେ କ୍ୟାରିୟର୍ ବରବାଦ କରି ଦେବି'

Sushanta Sahoo
Browse all articles by Sushanta Sahoo
·4 months ago·3 min read
'ଫେବର୍ ଦିଅ ନହେଲେ କ୍ୟାରିୟର୍ ବରବାଦ କରି ଦେବି'
JPMorgan Case Sparks Global Debate

Key Points

ନିକଟରେ ଟିସିଏସ୍‌କୁ ନେଇ ଭାରତରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଏବେ ଆମେରିକାର ବଡ଼ କମ୍ପାନୀରେ ଯୌନ ଉତ୍ପୀଡ଼ନ ସହ ବର୍ଣ୍ଣ ଭେଦଭାବ ଭଳି ସଙ୍ଗୀନ ଅଭିଯୋଗ ଆସିଛି ।
ନୂଆଦିଲ୍ଲୀ: କର୍ପୋରେଟ୍ ଜଗତ, ବଡ଼ ବଡ଼ କମ୍ପାନୀରେ ଅନେକ ସମୟରେ ସଙ୍ଗୀନ ଅଭିଯୋଗ ଆସେ । ନିକଟରେ ଟିସିଏସ୍‌କୁ ନେଇ ଭାରତରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଏବେ ଆମେରିକାର ବଡ଼ କମ୍ପାନୀରେ ଯୌନ ଉତ୍ପୀଡ଼ନ ସହ ବର୍ଣ୍ଣ ଭେଦଭାବ ଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ଆମେରିକାର ଏକ ବହୁଜାତୀୟ ବ୍ୟାଙ୍କିଂ ସଂସ୍ଥା ଜେପିମୋର୍ଗାନ ଚେସ୍ (JPMC)ର ଅର୍ଥ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲୋର୍ନା ହାଜଦିନିଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଯୌନ ଉତ୍ପୀଡ଼ନ ସହ ବର୍ଣ୍ଣ ଭେଦଭାବ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ କନିଷ୍ଠ ପୁରୁଷ ସହକର୍ମୀ ।

ଏଥିସହ ପଢ଼ନ୍ତୁ: ସ୍ବାମୀର ଦରମା ଅଢେଇ ଲକ୍ଷ...କିନ୍ତୁ ଭଡ଼ାରେ ପୁଅଙ୍କୁ ଡକାଇ ରଖୁଥିଲେ ସମ୍ପର୍କ 

ଏପ୍ରିଲ୍ ୨୭ରେ ନ୍ୟୁୟର୍କ କାଉଣ୍ଟି ସୁପ୍ରିମ୍‌କୋର୍ଟରେ ଏନେଇ ମାମଲା ଦାଏର ହୋଇଛି । ଯେଉଁଥିରେ ଅଭିଯୋଗକାରୀ ତାଙ୍କ ନାଁ ଜହ୍ନ ଡୋ ବୋଲି ଦର୍ଶାଇଛନ୍ତି । ସେ ଅଭିଯୋଗ କରିଛନ୍ତି, "ହାଜଦିନି ତାଙ୍କୁ ଯୌନ ସମ୍ପର୍କ ପାଇଁ ଚାପ ପକାଇଛନ୍ତି । ଏପରିକି ରାଜି ନ ହେବାରୁ ତାଙ୍କ କ୍ୟାରିୟର୍ ବରବାଦ୍ କରଦେବାକୁ ଧମକ ଦେଇଛନ୍ତି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଜହ୍ନ ଡୋ ଆଣିଥିବା ସମସ୍ତ ଅଭିଯୋଗକୁ ଅଗ୍ରାହ୍ୟ କରିଛନ୍ତି ଲୋର୍ନା ହାଜଦିନି । କହିଛନ୍ତି, ମୁଁ କେବେ ବି ଜହନ ଡୋଙ୍କ ସହ ଏଭଳି ବ୍ୟବହାର କି ନାହିଁ । ହାଜଦିନଙ୍କ ପକ୍ଷରୁ ତାଙ୍କ ଓକିଲ ନ୍ୟୁୟର୍କ ପୋଷ୍ଟକୁ କହିଛନ୍ତି, "ହାଜଦିନି କେବେ ବି କୌଣସି ବ୍ୟକ୍ତିଙ୍କ ସହ ଅଶ୍ଳୀଳ ବ୍ୟବହାର କରି ନାହାନ୍ତି । କାର୍ଯ୍ୟାଳୟରେ ଯୌନ ନିର୍ଯାତନା କଥା ସମ୍ପୂର୍ଣ୍ଣ ମିଛ ।"

ଜହ୍ନ ଡୋଙ୍କ ଅଭିଯୋଗ ଅନୁସାରେ, ୨୦୨୪ରେ ଉଭୟ ଏକାଠି କାର୍ଯ୍ୟ ଆରମ୍ଭ କରିବା ପରେ ଦୁର୍ବ୍ୟବହାର ଆରମ୍ଭ ହୋଇଥିଲା । ଡେଲି ମେଲ୍‌ର ରିପୋର୍ଟ ଅନୁସାରେ, ଥରେ ହାଜଦିନି ଜାଣିଶୁଣ ତାଙ୍କ ପେନ୍‌କୁ ଜହ୍ନ ଡୋଙ୍କ ଡେସ୍କ ନିକଟରେ ତଳେ ପକାଇ ଦେଇଥିଲେ । ଆଉ ପେନ୍ ଉଠାଇବା ବାହାନାରେ ହାଜଦିନି, ଜହ୍ନଙ୍କ ଗୋଡ଼ ଏବଂ ଜଂଘ ତଳ ଭାଗକୁ ଛୁଇଁଥିଲେ ।

ଏପରିକି ସେହି ସମୟରେ ହାଜଦିନି, ଜହ୍ନଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । "ତୁମେ କଲେଜରେ ବାସ୍କେଟବଲ୍ ଖେଳୁଥିଲ ନା ? ମୁଁ ବାସ୍କେଟବଲ୍ ଖେଳାଳିଙ୍କୁ ଭଲ ପାଏ । ସେମାନେ ମୋତେ ଓଦା କରି ଦିଅନ୍ତି ।" ଭଳି ମନ୍ତବ୍ୟ ହାଜଦ୍ଦିନି ଦେଇଥିବା ଅଭିଯୋଗ ହୋଇଛି ।

ଅନ୍ୟ ଏକ ଅବସରରେ ହାଜଦିନି, ଜହ୍ନଙ୍କୁ ପାନୀୟ ପିଇବା ପାଇଁ ଡାକିଥିଲେ । ହେଲେ ଜହ୍ନ ମନା କରିବାରୁ ହାଜଦିନି ଚେତାବନୀ ଦେଇଥିଲେ । କହିଥିଲେ, "ଯଦି ତୁମେ ମୋ ସହ ସମ୍ପର୍କ ନ ରଖିବ, ତାହେଲେ ମୁଁ ତୁମକୁ ବରବାଦ କରିଦେବି ।"

ଏପରିକି ଜହ୍ନ, ହାଜଦିନିଙ୍କ ସହ ଶାରିରୀକ ସମ୍ବନ୍ଧ ନ ରଖିଲେ ସେ ତାଙ୍କ ବୃତ୍ତିଗତ ଜୀବନକୁ ଖିନଭିନ୍ କରିଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ୨୦୨୪ ସେପ୍ଟେମ୍ବରରେ ଜହ୍ନ କୋର୍ଟରେ ଅଭିଯୋଗ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ମାନବିକତାର ସବୁ ସୀମା ପାର; ୪ ବର୍ଷର ଝିଅକୁ ଦୁଷ୍କର୍ମ କଲା ୬୫ ବର୍ଷୀୟ ବୃଦ୍ଧ 

ଆହୁରି ଅଭିଯୋଗ ହୋଇଛି ଯେ, ଶାରିରୀକ ସମ୍ବନ୍ଧ ରଖିବା ଲାଗି ଟଙ୍କା ଅଫର୍ କରିଥିଲେ ହାଜଦିନି । ଏପରିକି ସମ୍ପର୍କ ରଖିଲେ, ସଂସ୍ଥାରେ ସେ ତାଙ୍କୁ ପଦୋନ୍ନତି ଦେବା ଏବଂ ନେତୃତ୍ଵ ନେବାର ସୁଯୋଗ ଦେବା କଥା କହିଥିଲେ । ଆଉ ସମ୍ପର୍କ ନ ରଖିଲେ ପଦୋନ୍ନତି ଅଟକାଇ ଦେବାକୁ ଧମକ ଦେଇଥିଲେ ।

ଏନେଇ ମେ ୨୦୨୫ରେ JPMCରେ ଅଭିଯୋଗ କରିଥିଲେ ଜହ୍ନ ଡୋ । ତେବେ ଜହ୍ନ ଡୋ ଆଣିଥିବା ଅଭିଯୋଗକୁ ଜେପିମୋର୍ଗାନ ଖଣ୍ଡନ କରିଛି । ସଂସ୍ଥା କହିଛି, ଜହ୍ନ ଆଣିଥିବା ଅଭିଯୋଗର ତଦନ୍ତ କରାଯାଇଛି… ସେଭଳି କିଛି ପ୍ରମାଣ ମିଳିନାହିଁ ।
JPMorgan Executive Accused of Sexual Harassment, Career Threats | Argus News | Argus News