Videos
|
Odisha

Minor Girl Rescue / ଗୁହାଳ ଘରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
ଗୁହାଳ ଘରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର
Minor Girl Rescue

Key Points

ଗୁହାଳ ଘରୁ ଉଦ୍ଧାର ହେଲା ନାବାଳିକା
ବନ୍ଧା ହୋଇଥିଲା ହାତଗୋଡ଼
ଘଟଣାରେ ଅଭିଯୁକ୍ତ ବୃଦ୍ଧକୁ ଉଠାଇନେଲା ପୋଲିସ
ଗୁହାଳ ଘରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଠାବ । ସ୍ଥାନୀୟ ଲୋକେ ଏପରି ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅଞ୍ଚଳରେ । ବିଦ୍ୟାଳୟକୁ ଚପଲ ଆଣିବାକୁ ଯାଇ ଆଉ ଫେରିନଥିଲା ନାବାଳିକା । ବହୁ ସମୟ ପରେ ନାବାଳିକାକୁ ଗୁହାଳ ମାଲିକ ଏପରି ଅବସ୍ଥାରେ ଉଦ୍ଧାର କରି ଘରେ ଖବର ଦେଇଥିଲେ ।

ନାବାଳିକା ଜଣକ ବିଦ୍ୟାଳୟକୁ ଚପଲ ଆଣିବାକୁ ଯିବା ବେଳେ ତାକୁ ଜୋରଜବରଦସ୍ତ ଉଠାଇ ନେଇଥିଲା ଉକ୍ତ ଗ୍ରାମର ଜଣେ ବୃଦ୍ଧ । ଏହାପରେ ନାବାଳିକାକୁ ଏକ ଗୁହାଳ ଘରେ ହାତଗୋଡ଼ ବାନ୍ଧି ଏକ ଝରକା ପାଖରେ ବାନ୍ଧି ରଖିଥିଲା । ପୋଲିସର କହିବାନୁସାରେ, ବୃଦ୍ଧ ଜଣକ ସେଠାରେ ପୂର୍ବରୁ ରହିଥିଲା ଏବଂ ନାବାଳିକାକୁ ଏକା ଦେଖି କୌଶଳ କ୍ରମେ ସେଠାରୁ ଉଠାଇ ଆଣିଥିଲା । ଏହାପରେ ବିଦ୍ୟାଳୟ ନିକଟରେ ଥିବା ଏକ ଗୁହାଳ ଘରେ ହାତଗୋଡ଼ ବାନ୍ଧି ରଖିଥିଲା ।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଉକ୍ତ ଗୁହାଳ ଘରକୁ ଗାଈକୁ ପେଜ ଦେବା ପାଁଇ ଗୁହାଳର ମାଲିକ ଯିବାବେଳେ ନାବାଳିକା ହାତଗୋଡ଼ ବନ୍ଧା ହୋଇଥିବା ଦେଖିଥିଲେ । ପ୍ରଥମେ ତ ସେ ଡରିଯାଇଥିଲେ ଓ ପରେ ନାବାଳିକାକୁ ଉଦ୍ଧାର କରିବା ସହିତ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ ।

ଏ ସମ୍ପର୍କରେ ନାବାଳିକାର ପିତା କହିଛନ୍ତି ଯେ ଉକ୍ତ ଗାଁର ଖ୍ରୀଷ୍ଟିଆନ ସାହିର ଜଣେ ବୃଦ୍ଧ ତାଙ୍କ ଝିଅକୁ ଜୋରଜବରଦସ୍ତ ଉଠାଇ ନେଇଥିଲା । ଏହାପରେ ତାର ପାଟି, ଅଣ୍ଟା, ହାତଗୋଡ଼କୁ ବାନ୍ଧି ଦେଇଥିଲା । ଗୁହାଳ ଘର ନିକଟରୁ ଦୌଡ଼ି ପଳାଉଥିବା ସମୟରେ କିଛି ଲୋକ ଦେଖିଥିବା ମଧ୍ୟ କହିଛନ୍ତି । ପରିବାର ଲୋକଙ୍କଠାରୁ ଖବର ପାଇବା ପରେ ବୃଦ୍ଧ ନିକଟକୁ ଯାଇ ପଚରାଉଚରା କରିଥିଲେ ନାବାଳିକାର ପିତା । ହେଲେ ବୃଦ୍ଧ ଜଣକ ସତ ମାନିନଥିଲା । ତେବେ ଅଭିଯୁକ୍ତ ଜଣକ ପୂର୍ବରୁ ଆଖପାଖ ଗାଁର ଝିଅମାନଙ୍କୁ ଡ଼ରାଇ ଧମକାଇବା ସହ ଏପରି କାମ କରିଥିବା ନାବାଳିକାର ବାପା ଅଭିଯୋଗ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣାରେ ନାବାଳିକାର ବାପା ରା.ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ୬୨ ବର୍ଷୀୟ ବୃଦ୍ଧକୁ ଥାନାକୁ ଉଠାଇ ଆଣିଛି । ତେବେ ବୃଦ୍ଧ ଜଣକ କାହିଁକି ଏଭଳି କାମ କରିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । 


ଅଧିକ ଖବର ପଢନ୍ତୁ...

Related Topics

Explore more stories

Minor Girl rescued from cattle shed in Gajapati | Argus News