Crime In India / ଲିଭ-ଇନ୍ ପାର୍ଟନରକୁ ମାରି ସୁଟକେଶରେ ଭର୍ତ୍ତି କଲା ପ୍ରେମିକ, ପୁଣି ସୁଟ୍କେଶ ସହ ନେଲା ସେଲଫି

Key Points
ପ୍ରଥମେ ମାରିଦେଲେ
ମୃତ ଶରୀରକୁ ସୁଟକେଶରେ ଭର୍ତ୍ତି କଲେ
ପୁଣି ସୁଟକେଶ ସହ ସେଲଫି ନେଇ ସୋସିଆଲ ମିଡିଆରେ କରିଥିଲେ ପୋଷ୍ଟ
ଖୁଲମଖୁଲ୍ଲା କରୁଛନ୍ତି ଅପରାଧ, ଆଉ ସେ ବି ପୁରା ଗଣମାଧ୍ୟମ ସାମ୍ନାରେ । ନା ଅଛି ଭୟ, ନା ଅଛି ଅନୁତାପ ।
ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିବା ପ୍ରେମର ପରିଣତି ଥିଲା ହତ୍ୟା । ଲିଭିଇନ ପାର୍ଟନରର ଗଳାଚିପି ହତ୍ୟା କରିଦେଲା ପ୍ରେମିକ । ପୁଣି ହତ୍ୟା କରିବା ପରେ ସୁଟକେଶରେ ଭର୍ତ୍ତି କରି ଯମୁନା ନଦୀରେ ଫିଙ୍ଗି ଦେଇଥିଲା ।
ଉତ୍ତରପ୍ରଦେଶ କାନପୁର ଜିଲ୍ଲାରେ ଥିବା ଫତେହପୁରର ଏପରି ଅଭାବନୀୟ ହତ୍ୟା ଘଟଣା ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଝିଅ ହଠାତ ନିଖୋଜ ହୋଇଯିବା ପରେ ବ୍ୟସ୍ତ ହୋଇ ପୋଲିସରେ ଏଫଆଇଆର ଦେଇଥିଲେ ପରିବାର ଲୋକେ । ଆଉ ପୋଲିସର ପ୍ରାଥମିକ ତଦନ୍ତ ପରେ ସାମ୍ନାକୁ ଆସିଥିଲା ଗୋଟିଏ ପରେ ଗୋଟିଏ ସତ । ନିଜ ମୁହଁରେ ଅଭିଯୁକ୍ତ ମାନିଥିଲା ପ୍ରେମିକାକୁ ହତ୍ୟା କରିବାର ସେହି ଭୟାନକ ଘଟଣାକୁ ।
ଆହୁରି ପଢନ୍ତୁ : ବାହାହେବାକୁ ଆମେରିକାରୁ ଆସିଥିଲେ ପଞ୍ଜାବ, ହେଲେ ଭାବିସ୍ଵାମୀ ନେଇଗଲେ ଜୀବନ
📱 Get Argus News App
✨ଅଭିଯୁକ୍ତ ସୁରଜ ଫତେହପୁରରେ ବୈଦୁତିକ ବିଭାଗରେ କାମ କରନ୍ତି । ବର୍ରାର ଆକାଂକ୍ଷାଙ୍କ ସହ ଇନଷ୍ଟାଗ୍ରାମରେ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା, ଆଉ ବନ୍ଧୁତାରୁ ସୃଷ୍ଟି ହୋଇଥିଲା ପ୍ରେମ । ଆକାଂକ୍ଷା ନିଜ ଭଉଣୀ ପାଖରେ ରହୁଥିଲେ, ଆଉ ନିଜ ପାଇଁ ଚାକିରି ଖୋଜୁଥିଲେ । ଆଉ ସୁରଜ ତାଙ୍କ ପାଇଁ ହନୁମନ୍ତ ବିହାରରେ ଏକ ରେଷ୍ଟୁରାଣ୍ଟରେ ଚାକିରି ଖୋଜି ଦେଇଥିଲେ । ସେଠାରେ ଚାକିରି କରିବା ପରେ ଏକ ଭଡାଘର ମଧ୍ୟ ସୁରଜ ତାଙ୍କ ପାଇଁ ଖୋଜିଥିଲେ, ଆଉ ଆକାଂକ୍ଷାଙ୍କୁ ସେଠାରେ ରହିବାକୁ କହିଥିଲେ । ପରେ ଉଭୟ ସେଠାରେ ଲିଭ-ଇନରେ ରହୁଥିଲେ । ଆଉ ଆକାଂକ୍ଷାଙ୍କ ପରିବାରକୁ ମଧ୍ୟ ଏସବୁ କିଛି ଜଣା ଥିଲା ।
କିଛିଦିନର ବ୍ୟବଧାନରେ ସୁରଜଙ୍କର ଅନ୍ୟ ଝିଅ ସହ ଆଫାୟାର୍ସ ଚାଲିଥିବା ସନ୍ଦେହ କରିଥିଲେ ଆକାଂକ୍ଷା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଖୁବଜୋରରେ ହୋଇଥିଲା ଯୁକ୍ତିତର୍କ । ଆଉ ରାଗରେ ସୁରଜ ଆକାଂକ୍ଷାଙ୍କୁ ପ୍ରବଳ ପିଟିବା ସହ ଗଳାଚିପି ହତ୍ୟା କରିଥିଲେ । ଆଉ ପରେ ନିଜ ସାଙ୍ଗଙ୍କୁ ଆଶିଷକୁ ଡାକି ଆକାଂକ୍ଷାଙ୍କ ମୃତ ଶରୀରକୁ ଫିଙ୍ଗିବାର ବ୍ୟବସ୍ଥା କରିଥିଲେ ।
ଅଧିକ ପଢନ୍ତୁ : ପ୍ରଥମେ ସ୍ତ୍ରୀକୁ ସନ୍ଦେହ, ତାପରେ ହତ୍ୟା.. ଶେଷରେ ଫେସ୍ବୁକ୍ରେ ଲାଇଭ୍ !
ଆଉ ତାପରେ ଆକାଂକ୍ଷାଙ୍କ ମୃତ ଶରୀରକୁ ଏକ ସୁଟକେଶ ଭିତରେ ପୁରାଇ ବାନ୍ଦା ନେଇଯାଇଥିଲେ । ସେଠାରେ ପ୍ରଥମେ ଯମୁନା ନଦୀକୁ ଫୋପାଡିବା ପୂର୍ବରୁ ସୁଟକେଶ ସହ ସେଲଫି ନେଇଥିଲେ ଆଉ ପରେ ଯମୁନା ନଦୀକୁ ଫିଙ୍ଗି ଦେଇଥିଲେ ।
ଘଟଣା ଘଟିଥିଲା ଜୁଲାଇ ୨୧ରେ। ଜୁଲାଇ ୨୨ରେ ଆକାଂକ୍ଷାଙ୍କ ଫୋନ ସୁଇଚ ଅଫ୍ ଆସିଥିବା କହିଥିଲେ ଆକାଂକ୍ଷାଙ୍କ ମାଆ । ହେଲେ ପୋଲିସ ମୁତାବକ ଅଗଷ୍ଟ ୮ ତାରିଖ ଯାଏଁ ତାଙ୍କ ପାଖକୁ ନିଖୋଜ ଆକାଂକ୍ଷାକୁ ଖୋଜିବା ନେଇ କୌଣସି ଅଭିଯୋଗ ଆସିନଥିଲା । ଆଉ ୮ ଅଗଷ୍ଟରେ ସେ ତାଙ୍କ ମାଆ ନିଜ ଝିଅର ମୃତ୍ୟୁ ଖବର ନେଇ ସୁରଜଙ୍କ ନାଁରେ ଅଭିଯୋଗ କରିଥିଲେ ।
ଘଟଣାର ତଦନ୍ତ ଆରମ୍ଭ ହେବାପରେ ପୋଲିସ ସୁରଜକୁ ଗିରଫ କରିଥିଲା । ଆଉ ପୋଲିସ ଆଗରେ ସବୁକିଛି ସତ ମାନିଥିଲା ସୁରଜ । ନିଜର ଅନ୍ୟ ଝିଅମାନଙ୍କ ସହ ଥିବା ସମ୍ପର୍କ ଏବଂ ଆକାଂକ୍ଷାକୁ ହତ୍ୟା କରିଥିବା ମଧ୍ୟ ସେ ସ୍ଵୀକାର କରିଥିଲା । ଆଉ ଆକାଂକ୍ଷାଙ୍କ ଫୋନକୁ ବିହାର ଯାଉଥିବା ଏକ ଟ୍ରେନ ବଗିରେ ଲୁଚାଇ ରଖିଥିଲା । ଯାହାଦ୍ଵାରା ପୋଲିସ ଆକାଂକ୍ଷାର ଫୋନ ଟ୍ରାକିଂ କରିପାରିବ ନାହିଁ । ବର୍ତ୍ତମାନ ସୁରଜ ଏବଂ ତାର ସାଙ୍ଗକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
Related Topics
Explore more stories