Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Tumakuru car blast Karnataka / ପ୍ରଥମେ କଲେ ଛୁରାମାଡ଼; ପରେ ବିସ୍ଫୋରଣରେ ଚାଲିଗଲା ଜୀବନ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ପ୍ରଥମେ କଲେ ଛୁରାମାଡ଼; ପରେ ବିସ୍ଫୋରଣରେ ଚାଲିଗଲା ଜୀବନ
Tumakuru car blast Karnataka

Key Points

ପୋଲିସ କହିବା ଅନୁଯାୟୀ ଗାଡ଼ି ଚାଳକ କହିଛନ୍ତି ଯେ ସେ ଗାଡ଼ିରୁ ବାହାରିବାର କିଛି ସମୟ ପରେ, କାର ଭିତରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲ। ଏହା ପରେ ଗାଡି଼ରେ ନିଆଁ ଲାଗିଯାଇଥିଲା। ପୋଲିସ ଏବେ ବିସ୍ଫୋରଣ ପଛରେ ରହିଥିବା କାରଣ ସମ୍ପର୍କରେ ତଦନ୍ତ କରୁଛି। ଏହି ମାମଲାର ଅନ୍ୟାନ୍ୟ ସମ୍ଭାବ୍ୟ ଦିଗ ଉପରେ ମଧ୍ୟ ତଦନ୍ତ କରୁଛି।
Tumakuru knief attack Karnataka: ସଦ୍ୟ କର୍ଣ୍ଣାଟକର ଟୁମକୁର ଜିଲ୍ଲାରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ପୋଲିସ କହିବା ଅନୁଯାୟୀ କାର ଯୋଗେ ଯାତ୍ରା କରୁଥିବା ଜଣେ ଯୁବକ ତାଙ୍କ ସହ ଯାତ୍ରା କରୁଥିବା ଅନ୍ୟ ଜଣେ ଯୁବତୀଙ୍କୁ ପ୍ରଥମେ ଛୁରୀ ମାଡ଼ କରିଥିଲେ। ଏହା ପରେ ସେହି କାର ମଧ୍ୟରେ ହୋଇଥିବା ବିସ୍ଫୋରଣରେ ନିଜେ ପ୍ରାଣ ହରାଇଥିଲେ। ଉଭୟ ମୃତକ ଯୁବକ ଏବଂ ଯୁବତୀ ପରସ୍ପରକୁ ଜାଣିଥିବା ପୋଲିସ କହିଛି।

ଏହି ଘଟଣାରେ ହୋଇଥିବା ପୋଲିସ ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରଣରେ ପ୍ରାଣ ହରାଇଥିବା ମୃତକ ଯୁବକ ହେଉଛନ୍ତି ନାଗେନ୍ଦ୍ର। ଯିଏ ୨୩ ବର୍ଷୀୟ ଯୁବତୀ ରମ୍ୟା ଉଲ୍ଲାସଙ୍କୁ କାର ଭିତରେ ଛୁରାମାଡ଼ କରିଥିଲେ। ପୋଲିସ କହିବା ଅନୁଯାୟୀ, ରମ୍ୟା ବେଙ୍ଗାଲୁରୁ ସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଅପରେସନ ଥିଏଟର ଟେକ୍ନିସିଆନ୍ ଭାବରେ କାମ କରନ୍ତି। ଘଟଣା ପରେ ସେ ଟୁମକୁର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି।

ପୋଲିସ ଏହି ମାମଲାରେ କାର ଚାଳକଙ୍କୁ ମଧ୍ୟ ଜେରା କରିଛି। ଚାଳକ ଜଣଙ୍କ କହିଛନ୍ତି ଯେ ନାଗେନ୍ଦ୍ର ଏବଂ ରମ୍ୟା ତାଙ୍କ କାର ଯୋଗେ ଏକାଠି ଯାତ୍ରା କରୁଥିଲେ। ନାଗେନ୍ଦ୍ର ବେଙ୍ଗାଲୁରୁ ଠାରେ କାର ବୁକ୍ କରିଥିଲେ। ଚାଳକଙ୍କ ପ୍ରାରମ୍ଭିକ ବୟାନ ଅନୁଯାୟୀ, ଦୁହେଁ ବେଙ୍ଗାଲୁରୁ ଠାରୁ ଏକାଠି ହୋଇ ଆଙ୍କୋଲା ଅଭିମୁଖେ ବାହାରିଥିଲେ। ପୋଲିସ ରିପୋର୍ଟ କରିଛି ଯେ କାର ଟୁମକୁର ନିକଟସ୍ଥ ଏକ ଅଞ୍ଚଳରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଏହା ସହ ପଢନ୍ତୁ: ମୋବାଇଲ୍ ଫୋନ୍ ଛଡ଼ାଇ ହୋଇ ଯାଉଥିଲେ ଫେରାର; ଆଉ ଅଚାନକ ରାସ୍ତାରେ ଆସିଗଲା ମୃତ୍ୟୁ

ଝଗଡ଼ା ସମୟରେ ନାଗେନ୍ଦ୍ର, ରମ୍ୟାଙ୍କୁ ଛୁରୀ ମାରିଥିବା ଅଭିଯୋଗ ହୋଇଛି। ପରେ ରମ୍ୟା କାର ଚାଳକଙ୍କୁ କହିଥିଲେ ଯେ ନାଗେନ୍ଦ୍ରଙ୍କ ପାଖରେ ବୋମା ରହିଛି। ଆହତ ହେବା ସତ୍ତ୍ୱେ, ସେ ଗାଡିରୁ ଡେଇଁ ପଡ଼ିବାରେ ସଫଳ ହୋଇଥିଲେ। ଡ୍ରାଇଭର ତୁରନ୍ତ ରାସ୍ତା କଡ଼ରେ ନିଜ ଗାଡ଼ିକୁ ଅଟକାଇ ବାହାରକୁ ବାହାରି ଆସିଥିଲେ। ଉଭୟ ରମ୍ୟା ଏବଂ ଚାଳକ ଗାଡ଼ିରୁ ବାାହରିଯିବା କ୍ଷଣି ଅଚାନକ ବିସ୍ଫୋରଣ ହୋଇଥିଲା।

ପୋଲିସ କହିବା ଅନୁଯାୟୀ ଗାଡ଼ି ଚାଳକ କହିଛନ୍ତି ଯେ ସେ ଗାଡ଼ିରୁ ବାହାରିବାର କିଛି ସମୟ ପରେ, କାର ଭିତରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲ। ଏହା ପରେ ଗାଡି଼ରେ ନିଆଁ ଲାଗିଯାଇଥିଲା। ନାଗେନ୍ଦ୍ର ଗାଡ଼ି ଭିତରେ ରହିଥିବା ଅବସ୍ଥାରେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ସେ ପୋଡ଼ି ହୋଇଯିବା ପରେ ପ୍ରାଣ ହରାଇଥିଲେ। ପୋଲିସ ଏବେ ବିସ୍ଫୋରଣ ପଛରେ ରହିଥିବା କାରଣ ସମ୍ପର୍କରେ ତଦନ୍ତ କରୁଛି। ଏହି ମାମଲାର ଅନ୍ୟାନ୍ୟ ସମ୍ଭାବ୍ୟ ଦିଗ ଉପରେ ମଧ୍ୟ ତଦନ୍ତ କରୁଛି। ପୋଲିସ ଗାଡ଼ି ଚାଳକ ବୟାନ ରେକର୍ଡ଼ କରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Karnataka: Man Dies in Car Blast After Stabbing Woman | Argus News