Videos
|
Crime

Katak Crime / କଟକ ପାଲଟିଛି କି କ୍ରାଇମ୍‌ ହଟ୍‌ସ୍ପଟ୍ ? ୨୪ ଘଣ୍ଟା ପରେ ବି ସୁରାକ୍ ପାଇବାରେ ବିଫଳ ପୋଲିସ୍

Santosh Kumar Sahoo
Browse all articles by Santosh Kumar Sahoo
·59 mins ago·2 min read
କଟକ ପାଲଟିଛି କି କ୍ରାଇମ୍‌ ହଟ୍‌ସ୍ପଟ୍ ? ୨୪ ଘଣ୍ଟା ପରେ ବି ସୁରାକ୍ ପାଇବାରେ ବିଫଳ ପୋଲିସ୍
Katak Police

Key Points

କଟକ ପୋଲିସ୍‌ କରୁଛି କ'ଣ ?
ନଦୀପଠାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା ଅଭିଯୋଗ
SCB ହତ୍ୟାକାଣ୍ଡର ୧୦ଦିନ ପରେ ବି ପୋଲିସ ହାତ ଖାଲି

କଟକ ସହରରେ ଭୁଶୁଡ଼ି ପଡ଼ିଛି କି ସୁରକ୍ଷା ବ୍ୟବସ୍ଥା ? କମିଶନରେଟ୍‌ ପୋଲିସ୍‌ର ନାକ ତଳେ ଗୋଟିଏ ପରେ ଗୋଟିଏ ଜଘନ୍ୟ ଅପରାଧ ଘଟୁଛି, ହେଲେ ଅପରାଧୀଙ୍କୁ ଧରିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ । ଗତକାଲି ସଂଧ୍ୟାରେ କଟକ ରାଜାବଗିଚା ନିକଟ କାଠଯୋଡ଼ି ପଠାରୁ ଜଣେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିବା ପରେ ପୁଣି ଥରେ ଶିହରି ଉଠିଛି ସହର । ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଅତି ନୃଂସଶ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେପଟେ ଏସସିବି ମାନସିକ ରୋଗ ବିଭାଗରେ ଶ୍ରୀକାନ୍ତ ଦାସଙ୍କୁ ପିଟିପିଟି ମାରିଦେବା ଘଟଣାକୁ ୧୦ ଦିନ ବିତିଯାଇଥିଲେ ବି ଅଭିଯୁକ୍ତ ସୁରକ୍ଷାକର୍ମୀ କିମ୍ବା ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

ବୁଧବାର ସଂଧ୍ୟା ପ୍ରାୟ ୬ଟା । କଟକ ରାଜାବଗିଚା ନିକଟ କାଠଯୋଡ଼ି ନଦୀପଠାରେ ଦେଖିବାକୁ ମିଳିଥିଲା ଏକ ବିଭତ୍ସ ଓ ହୃଦୟବିଦାରକ ଦୃଶ୍ୟ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲା ଜଣେ ଯୁବତୀଙ୍କ ମୃତଦେହ । ମୁହଁକୁ ଧାରୁଆ ଅସ୍ତ୍ରରେ ହଣା ଯାଇଥିଲା, ମୁଣ୍ଡରୁ ଚୁଟି କଟାଯାଇଥିଲା, ଆଉ ଶରୀର ସାରା ଥିଲା କ୍ଷତ ଚିହ୍ନ । ମୃତଦେହଠାରୁ ମାତ୍ର ୩୦ ମିଟର ଦୂରରେ ପଡ଼ିଥିଲା ଚପଲ, ବାସନ, କଟା ଚୁଟି, ଖାଦ୍ୟ ସାମଗ୍ରୀ ଓ ରକ୍ତର ଛିଟା । ଯୁବତୀଙ୍କ ସହ ନାରକୀୟ କାଣ୍ଡ ଘଟାଇବା ପରେ ତାଙ୍କୁ ଘୋଷାରି ଘୋଷାରି ନଈକୂଳରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ପାରିପାର୍ଶ୍ୱିକ ସ୍ଥିତି ବୟାନ କରୁଛି ଯେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି । ୨୪ ଘଣ୍ଟା ପରେ ବି ପୋଲିସ ନା ମୃତ ଯୁବତୀଙ୍କ ପରିଚୟ ସ୍ପଷ୍ଟ କରିପାରିଛି, ନା ହତ୍ୟାକାରୀଙ୍କ ପାଖରେ ପହଞ୍ଚିପାରିଛି ।

ସବୁଠାରୁ ବଡ଼ ପ୍ରଶ୍ନ, ବାଦାମବାଡ଼ି ଓ ପୁରୀଘାଟ ପୋଲିସ ଥାନା ମଝିରେ ଥିବା ଏହି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ନାରକୀୟ କାଣ୍ଡ କରିବାକୁ ଅପରାଧୀଙ୍କୁ ଏତେ ସାହସ ଆସିଲା କେଉଁଠୁ ? ଗୋଟିଏ ବର୍ଷ ମଧ୍ୟରେ ଏହି କାଠଯୋଡ଼ି ନଦୀପଠାରେ ୪-୪ଟି ହତ୍ୟାକାଣ୍ଡ ଘଟି ସାରିଲାଣି । ଏହି ନଦୀପଠା ଏବେ ଅପରାଧୀଙ୍କ ହଟସ୍ପଟ୍ ପାଲଟିଥିବା ବେଳେ ପୋଲିସର ପାଟ୍ରୋଲିଂ ଓ ସୁରକ୍ଷା ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ କଟକରେ ପୋଲିସ ନିଷ୍କ୍ରିୟତାର ଆଉ ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଏସସିବି ମାନସିକ ରୋଗ ବିଭାଗର ଶ୍ରୀକାନ୍ତ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଆଜିକୁ ୧୦ ଦିନ ବିତିଗଲାଣି, ହେଲେ ପୋଲିସ ହାତ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଖାଲି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋଟିଏ ପଟେ କାଠଯୋଡ଼ି ପଠାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାକୁ ୨୪ ଘଣ୍ଟା ବିତିଯାଇଥିଲେ ବି ପୋଲିସ କିଛି ସୁରାକ୍ ପାଇନାହିଁ । ଅନ୍ୟପଟେ ଏସସିବିରେ ଜଣେ ଗରୀବ ନିରୀହ ଯୁବକଙ୍କୁ ପିଟିପିଟି ମାରିଦେବାର ୧୦ ଦିନ ପରେ ବି ହତ୍ୟାକାରୀଙ୍କୁ ପୋଲିସ ଗିରଫ କରିପାରୁନାହିଁ । କଟକ କମିଶନରେଟ୍ ପୋଲିସର ଏହି ଠପ୍ କାର୍ଯ୍ୟଶୈଳୀ ଆଜି ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।