Videos
|
Crime

Kathajodi Murder Case / ମୃତକଙ୍କ ହାତରେ ଇଂରାଜୀରେ ଲେଖାଅଛି "ଅଭିନାଶ ଗୌରୀ"; ଟାଟୁ ଦେବ କି ସୁରାକ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ମୃତକଙ୍କ ହାତରେ ଇଂରାଜୀରେ ଲେଖାଅଛି "ଅଭିନାଶ ଗୌରୀ"; ଟାଟୁ ଦେବ କି ସୁରାକ ?
Kathajodi Murder Case

Key Points

କାଠଯୋଡ଼ି ନଦୀ ପଠାରେ ଯୁବତୀଙ୍କୁ ବିଭତ୍ସ ହତ୍ୟା ଘଟଣା
ଅପରାଧୀଙ୍କ ସୁରାକ୍ ପାଇବାରେ ବିଫଳ ପୋଲିସ
ମୃତକଙ୍କ ହାତରେ ଇଂରାଜୀରେ ଲେଖାଅଛି "ଅଭିନାଶ ଗୌରୀ"
କଟକ: କାଠଯୋଡ଼ି ନଦୀ ପଠାରେ ଯୁବତୀଙ୍କୁ ବିଭତ୍ସ ହତ୍ୟା ଘଟଣାକୁ ବିତିଲା ୪୮ ଘଣ୍ଟା । ତଥାପି ଅପରାଧୀଙ୍କ ସୁରାକ୍ ପାଇବାରେ ବିଫଳ ପୋଲିସ । ସେପଟେ ମୃତ ଯୁବତୀଙ୍କ ପରିଚୟ ଖୋଜିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ମୃତକଙ୍କ ହାତରେ ଇଂରାଜୀରେ ଲେଖାଅଛି "ଅଭିନାଶ ଗୌରୀ" । ତେବେ କିଏ ଏହି ଅଭିନାଶ ତାହାକୁ ନେଇ ବଢ଼ୁଛି ସସପେନ୍ସ । ଯୁବତୀଙ୍କ ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ ଥିବାରୁ ମୃତ ଯୁବତୀ ଜଣକ ବାଞ୍ଜାରା ହୋଇଥିବା ସନ୍ଦେହ କରାଯାଉଛି ।

  • କିଏ ସେ ଅଭିନାଶ?
ସେହି ଯୁବତୀଙ୍କ ସହ ତାଙ୍କର କଣ ରହିଛି ସମ୍ପର୍କ ? କାଠଯୋଡି ନଦୀ ପଠାକୁ କେମିତି ଆସିଲେ ଯୁବତୀ ? ମୃତକଙ୍କ ଶରୀରରେ ତିଆରି ହୋଇଥିବା ଟାଟୁ ପୋଲିସକୁ ଦେଇଛି କି ବଡ଼ ସୁରାକ । କଟକ ରାଜା ବଗିଚା ନିକଟ କାଠଯୋଡି ନଦୀ ପଠାରେ ଯୁବତୀଙ୍କୁ ବିଭତ୍ସ ହତ୍ୟା ଘଟଣାକୁ ବିତିଲାଣି ୪୮ ଘଣ୍ଟା । ହେଲେ ଏ ପର୍ଯ୍ୟନ୍ତ ନା ମୃତକଙ୍କ କିଛି ପରିଚୟ ମିଳିପାରିଛି ନା କୌଣସି ଅପରାଧୀଙ୍କ ଟେର୍ ପାଇଛି ପୋଲିସ । ମୃତକଙ୍କ ପରିଚୟ ଖୋଜିବା ହିଁ ହେଉଛି ଏବେ କଟକ କମିସନରେଟ ପୋଲିସ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ମୃତକଙ୍କ ଶରୀରରେ ଥିବା କିଛି ଟାଟୁ ଆଧାରରେ ପରିଚୟ ଖୋଜୁଛି ପୋଲିସ । ଏଥିପାଇଁ ଏକ ଫୋନ ନମ୍ବର ଜାରି କରି ଜନସାଧାରଙ୍କ ନିକଟରେ ମୃତକଙ୍କ ପରିଚୟ ଖୋଜିବା ପାଇଁ ଅପିଲ କରିଛନ୍ତି କଟକ ଡିସିପି । ମୃତକଙ୍କ ହାତରେ ଥିବା ଟାଟୁରେ ଇଂରାଜୀରେ "ଅଭିନାଶ ଗୌରୀ" ବୋଲି ଲେଖା ଅଛି।

  • ଯୁବତୀଜଣକ ବଞ୍ଜାରା ହୋଇଥିବା ସନ୍ଦେହ
ବୁଧବାର ସନ୍ଧ୍ୟା ସମୟରେ ଘଟିଥିବା ଏହି ଛାତିଥରା ଲୋମହର୍ଷଣକାରୀ ହତ୍ୟାକାଣ୍ଡ କଟକ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବତୀଙ୍କ ଦାବିଦାର ଏପର୍ଯ୍ୟନ୍ତ କେହି ଆସିନଥିବା ଯୋଗୁଁ ସେ ରାଜ୍ୟ ବାହାରର ବଞ୍ଜାରା ବୋଲି ଆଶଙ୍କା କରାଯାଉଛି । କାରଣ ତାଙ୍କ ହାତ, ଗୋଡ଼ ସହ ଶରୀର ବିଭିନ୍ନ ଅଙ୍ଗରେ ଟାଟୁ ରହିଛି । ସହରର ଜନଗହଳିପୂର୍ଣ୍ଣ ସ୍ଥାନ ଯେଉଁଠି ଦୁଇଟି ପୋଲିସ ଷ୍ଟେସନ ରହିଛି । ସେହି ସ୍ଥାନରେ ଏପରି ବର୍ବରକାଣ୍ଡ କିପରି ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ପଢନ୍ତୁ ଏହି ଖବର: କଟକ ପାଲଟିଛି କି କ୍ରାଇମ୍‌ ହଟ୍‌ସ୍ପଟ୍ ? ୨୪ ଘଣ୍ଟା ପରେ ବି ସୁରାକ୍ ପାଇବାରେ ବିଫଳ ପୋଲିସ୍

ଏହି ଜଘନ୍ୟ ହତ୍ୟାକାଣ୍ଡକୁ ୪୮ ଘଣ୍ଟା ବିତିଲା । ଏ ପର୍ଯ୍ୟନ୍ତ ପୋଲିସ ହାତ ଖାଲି । ଏହି ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ପରଦା ଉଠେଇବାରେ ସଫଳ ହେବ ତ୍ କଟକ କମିସନରେଟ ପୋଲିସ । ତାହା ଦେଖିବାକୁ ବାକି ରହିଲା ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: