|
logo
Live
Argus News App
GET APP

Argus News - ବାରଣ୍ଡାରେ ଶୋଇଥିବା ବେଳେ ଦଶହରା ରାତିରେ ଆସି କୁରାଢ଼ିରେ ହାଣିଦେଲା ପଡ଼ୋଶୀ

Crime

Crime In Odisha / ବାରଣ୍ଡାରେ ଶୋଇଥିବା ବେଳେ ଦଶହରା ରାତିରେ ଆସି କୁରାଢ଼ିରେ ହାଣିଦେଲା ପଡ଼ୋଶୀ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ବାରଣ୍ଡାରେ ଶୋଇଥିବା ବେଳେ ଦଶହରା ରାତିରେ ଆସି କୁରାଢ଼ିରେ ହାଣିଦେଲା ପଡ଼ୋଶୀ

Key Points

ପିଣ୍ଢାରେ ବସିବାରୁ ବାରଣ୍ଡାରେ ହତ୍ୟା । ଦଶହରା ରାତିରେ ସ୍ତ୍ରୀ ପାଇଁ ନେଇଗଲା ମୁଣ୍ଡ । ମାଆଙ୍କ ପୂଜାରେ ସମସ୍ତେ ମସଗୁଲ୍ ଥିବା ବେଳେ ବିଳମ୍ବିତ ରାତିରେ ମୁଣ୍ଡ ଗଡ଼ିଛି ।

ପାଟଣା (କେନ୍ଦୁଝର): ସନ୍ଦେହ ସଜାଇ ଦେଲା ସଇତାନ । ପିଣ୍ଢାରେ ବସିବାରୁ ବାରଣ୍ଡାରେ ହତ୍ୟା । ଦଶହରା ରାତିରେ ସ୍ତ୍ରୀ ପାଇଁ ନେଇଗଲା ମୁଣ୍ଡ । ମାଆଙ୍କ ପୂଜାରେ ସମସ୍ତେ ମସଗୁଲ୍ ଥିବା ବେଳେ ବିଳମ୍ବିତ ରାତିରେ ମୁଣ୍ଡ ଗଡ଼ିଛି । ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ଘର ବାରଣ୍ଡାରେ ରକ୍ତର ନଦୀ ବୁହାଇ ଦେଇଛି ସ୍ଵାମୀ ।


ଅତ୍ୟନ୍ତ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳରେ । ଘଟଗାଁ ଥାନା ଅନ୍ତର୍ଗତ ମେଦିନୀପୁର ଗାଁର ଭଦ୍ରୁ ମହାକୁଢ଼ଙ୍କୁ ହତ୍ୟା କରାଯାଇଛି । ଭଦ୍ରୁଙ୍କୁ ହତ୍ୟା କରିଛି ସେହି ଗାଁର ଗହ୍ମା ମହାକୁଢ଼ । ହତ୍ୟାକାଣ୍ଡ ପରେ ପୋଲିସ ଗହ୍ମା ମହାକୁଡ଼କୁ ଗିରଫ କରିଛି ।


ଏଥିସହ ପଢ଼ନ୍ତୁ: ରାତି ଅଧରେ ରାସ୍ତା କଡରୁ ମହିଳାଙ୍କୁ ଉଠାଇନେଲା ଡ୍ରାଇଭର, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ


ସୂଚନା ଅନୁସାରେ, ଦଶହରା ରାତିରେ ଘରେ କେହି ନଥିବା ବେଳେ ବାରଣ୍ଡାରେ ଶୋଇଥିଲେ ଭଦ୍ରୁ । ଆଉ ଅଧରାତିରେ ଗହ୍ମା, ଭଦ୍ରୁଙ୍କ ଘରକୁ ଆସି ଚୋଟ ପରେ ଚୋଟ ପକାଇଥିଲେ । ଆଉ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛଟପଟ ହୋଇ ଚାଲି ଯାଇଥିଲା ଭଦ୍ରୁଙ୍କ ଜୀବନ । ହତ୍ୟା ପରେ ଘର କଡ଼ରେ ଗହ୍ମ କୁରାଢ଼ି ଫିଙ୍ଗି ଦେଇ ପଳାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହତ୍ୟାକାଣ୍ଡ ଖବର ପାଇ ଶୁକ୍ରବାର ସକାଳେ ଘଟଗାଁ ଏସଡିପିଓ, ଆଇଆଇସି ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି । ହତ୍ୟାରେ ବ୍ୟବହାର ହୋଇଥିବା କୁରାଢ଼ିକୁ ପୋଲିସ ଜବତ କରିବା ସହ ହତ୍ୟା ଅଭିଯୁକ୍ତ ଗହ୍ମା ମହାକୁଡ଼କୁ ଗିରଫ କରିଛି ।


ଏଥିସହ ପଢ଼ନ୍ତୁ: ଆଙ୍ଗୁଠି କାଟିଦେଲେ, ଛୁରୀରେ ଭୁସିଲେ, ନାବାଳକ ପୁଅ ସାମ୍ନାରେ ବାପାକୁ ନିର୍ମମ ହତ୍ୟା


ଗହ୍ମାଙ୍କ ସ୍ତ୍ରୀ ସହ ଭଦ୍ରୁର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରୁଥିଲା ଅଭିଯୁକ୍ତ । ଆଉ ଏହି ସନ୍ଦେହ ରୂପୀ ସୈତାନ ଦଶହରା ରାତିରେ ମୁଣ୍ଡ ନେଇଛି । ପୂର୍ବରୁ ପରିବାରର ଅନ୍ୟ ଜଣଙ୍କୁ ଗହ୍ମା ମାରିଥିବା ବେଳେ ଏବେ ଭଦ୍ରୁଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୁକ୍ତକୁ ଫାଶୀ ଦେବାକୁ ପରିବାର ଲୋକେ ବି ଦାବି କରିଛନ୍ତି ।

Related Topics

Explore more stories

Sponsored
Crime In Odisha: ବାରଣ୍ଡାରେ ଶୋଇଥିବା ବେଳେ ଦଶହରା ରାତିରେ ଆସି କୁରାଢ଼ିରେ ହାଣିଦେଲା ପଡ଼ୋଶୀ | Argus News