Ketan Grandfather Death / ନାତି କେତନ ଗଲା; ପଛକୁ ପଛ ଜେଜେବାପା ବି ଗଲେ, କାନ୍ଦିକାନ୍ଦି ନାତି ପାଇଁ ଏମିତି କହିଥିଲେ
·2 months ago·2 min read

Key Points
କେତନଙ୍କ ଜେଜେବାପାଙ୍କ ଦେହାନ୍ତ
ନାତିର ମୃତ୍ୟୁକୁ ସହିପାରିଲେନି
ନାତିର ମୃତ୍ୟୁକୁ ସହିପାରିଲେନି
ମୁମ୍ବାଇ: ବହୁଚର୍ଚ୍ଚିତ କେତନ ଅଗ୍ରୱାଲଙ୍କ ମୃତ୍ୟୁରେ ପୂର୍ବରୁ ସ୍ତବ୍ଧ ଥିବା ଅଗ୍ରୱାଲ ପରିବାର ଉପରେ ଆଉ ଏକ ଦୁଃଖର ପାହାଡ଼ ଲଦି ହୋଇଯାଇଛି । କେତନଙ୍କ ମୃତ୍ୟୁର ୧୭ ଦିନ ପରେ ଜେଜେବାପା ଦେବୀଚାନ୍ଦ ଅଗ୍ରୱାଲଙ୍କ ଶନିବାର ରାତିରେ ପୁଣେର ଏକ ହସ୍ପିଟାଲରେ ଦେହାନ୍ତ ଘଟିଛି । ନାତିର ମୃତ୍ୟୁକୁ ସହ୍ୟ କରିପାରି ନଥିଲେ ଦେବୀଚାନ୍ଦ । କେତନଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ଶେଷରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ।
ପରିବାର ସଦସ୍ୟଙ୍କ ଅନୁଯାୟୀ, କେତନଙ୍କ ମୃତ୍ୟୁ ପରେ ଦେବୀଚାନ୍ଦ ଅଗ୍ରୱାଲଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା । ଶନିବାର ରାତି ୯.୪୫ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ୭୧ ବର୍ଷ ବୟସ ହୋଇଥିଲା । ନାତି କେତନକୁ ବେଶ ଭଲ ପାଉଥିଲେ ଜେଜେବାପା ଓ ତାଙ୍କର ବିବାହକୁ ନେଇ ମଧ୍ୟ ବେଶ ଖୁସି ଥିଲେ । ଶେଷରେ ପିଲାଠୁ ବଡ଼ କରିଥିବା ଗେହ୍ଲାର ନାତି ଚାଲିଯିବା ତାଙ୍କୁ ବେଶ ଆଘାତ ଦେଇଥିଲା ।
ଅସୁସ୍ଥତା ସତ୍ତ୍ୱେ, ଦେବୀଚାନ୍ଦ ଅଗ୍ରୱାଲ ଜୁନ ୨୭ ତାରିଖରେ ତାଙ୍କ ହାଉସିଂ ସୋସାଇଟିରେ ଆୟୋଜିତ ଏକ ମହମବତୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ମୃତ୍ୟୁର କିଛି ଦିନ ପୂର୍ବରୁ ଦେବୀଚାନ୍ଦ ଅଗ୍ରୱାଲ ତାଙ୍କ ନାତି ପାଇଁ ନ୍ୟାୟ ପାଇଁ ଏକ ଭାବପ୍ରବଣ ନିବେଦନ କରିଥିଲେ । ମିଡିଆ ଆଗରେ ନ୍ୟାୟ ଭିକ୍ଷା କରି ସେ କାନ୍ଦି ପକାଇଥିଲେ । ଲୁହକୁ ଚାପି ରଖି ସେ ଦାବି କଲେ, "ସିଆ ଏବଂ ଚେତନକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ।" ନାତି କେତନକୁ ମନେ ପକାଇ ସେ କହିଲେଥି, "ବୃଦ୍ଧ ଅବସ୍ଥାରେ ମୋର ସାହାରା ଚାଲିଗଲା।"

- କେତନଙ୍କ ମୃତ୍ୟୁ ପରେ ଭାଙ୍ଗିପଡ଼ିଥିଲେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୧୧ ବର୍ଷ, ୩ ପୁରୁଷ, ରକ୍ତାକ୍ତ ଅନ୍ତ...ଏମିତି ଜୀବନ କାହିଁକି ଜିଉଁଥିଲେ ଆରତୀ ?
କେତନଙ୍କ ଭାବି ପତ୍ନୀ ତଥା ଅଭିଯୁକ୍ତା ସିଆଙ୍କ ପରିବାର ସହିତ ତାଙ୍କ ପରିବାରର ଦୀର୍ଘ ସମ୍ପର୍କକୁ ମନେ ପକାଇ ଦେବୀଚାନ୍ଦ କହିଥିଲେ, "ଆମେ ଝିଅର ପରିବାରକୁ ୩୫ ବର୍ଷ ଧରି ଜାଣିଥିଲୁ । ତାଙ୍କ ପରିବାର ଜାଣିଥିଲେ ଯେ ସେମାନଙ୍କ ଝିଅ ଅନ୍ୟ କାହାକୁ ଭଲ ପାଉଛି । ତାଙ୍କ ମାଉସୀ ଏବଂ ମାମୁଁ ଆମକୁ ବିବାହ ପାଇଁ ଚାପ ପକାଇଥିଲେ । ସେମାନେ ମୋତେ ବାରମ୍ବାର କହିଥିଲେ ଯେ ଚିନ୍ତା ଆଦୌ କରନାହିଁ, ସିଆ ଜଣେ ଭଲ ଝିଅ ।"

- କେମିତି ଘଟିଲା କେତନଙ୍କ ମୃତ୍ୟୁ ?
Related Topics
Explore more stories