Jatra Artist Killed / ରକ୍ତରେ ଭିଜିଲା ନାଟକ ରିହର୍ସଲ ମଞ୍ଚ; ଛୁରାମାଡ଼ରେ ଜଣେ କଳାକାର ମୃତ
·1 hour ago·2 min read

Key Points
ଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ ମୃତ୍ୟୁ ହୋଇଛି ।
ଖଲ୍ଲିକୋଟ (ଗଞ୍ଜାମ): ନାଟକ ପାଇଁ ରିହର୍ସଲ ଚାଲିଥିଲା । ଆଉ ୩ ଦିନ ପରେ ମଞ୍ଚରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ । ଗଣେଜ ପୂଜା ଉପଲକ୍ଷେ ନାଟକ ମଞ୍ଚସ୍ଥ ପାଇଁ ରିହର୍ସଲ ଚାଲିଥିବା ବେଳେ ଅଭାବନୀୟ ଘଟଣା ଘଟିଛି । ଦୁଇ ଯୁବକଙ୍କ ଛୁରାମାଡ଼ରେ ଜଣେ ଯାତ୍ରା କଳାକାରଙ୍କ ମୃତ୍ୟୁ ହୋଇଛି ।
ଏଭଳି ବୀଭତ୍ସ ଘଟଣା ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗାଁରେ । ମିଳିଥିବା ସୂଚନା ଅନୁସାରେ, ଖୋଜାପଲ୍ଲୀ ଗାଁରେ ଗଣେଶ ପୂଜା ଉପଲକ୍ଷେ ଗାଁରେ ନାଟକ ରିହର୍ସଲ ଚାଲିଥିଲା । ଆସନ୍ତା ୧୯ ତାରିଖରେ ମଞ୍ଚସ୍ଥ ହୋଇଥାନ୍ତା ନାଟକ ।
ଏଥିସହ ପଢ଼ନ୍ତୁ: ୨୦ ଜଣ ଗୋଡେଇ ଗୋଡେଇ ପିଟିଲେ, ଆସିଲା EXCLUSIVE CCTV ଫୁଟେଜ
ତେବେ ମଙ୍ଗଳବାର ନାଟକ ରିହର୍ସଲ ବେଳେ ଯାତ୍ରା କଳାକାରଙ୍କ ଉପରେ ଆକ୍ରମଣ ହୋଇଛି । ଗାଁର ଦୁଇ ଜଣ ଯୁବକ ହଠାତ୍ ଆସି ଜଣେ ଯାତ୍ରା କଳାକାରଙ୍କୁ ଛୁରିରେ ଆକ୍ରମଣ କରିଥିଲେ । ତତ୍କ୍ଷଣାତ୍ ଅନ୍ୟମାନେ ଆକ୍ରମଣର ଶିକାର ଚିତ୍ରସେନ ଜେନାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅବସ୍ଥା ଗୁରୁତର ଥିବାରୁ ଚିତ୍ରସେନଙ୍କୁ ଖଲ୍ଲିକୋଟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । MKCGରେ ଚିକିତ୍ସାଧିନ ଅବସ୍ଥାରେ ଚିତ୍ରସେନ ଜେନାଙ୍କର ମୃତ୍ୟୁ ହୋଇଛି । ଚିତ୍ରସେନଙ୍କ ମୃତ୍ୟୁରେ ଖୋଜାପଲ୍ଲୀ ଗାଁରେ ଶୋକର ଛାୟା ଖେଳି ଯାଇଛି ।
ତେବେ ଗାଁର ଦୁଇ ଜଣ ଯୁବକ ହଠାତ୍ କାହିଁକି ଚିତ୍ରସେନଙ୍କୁ ଛୁରମାଡ଼ କଲେ । ଆକ୍ରମଣ ପଛର କାରଣ କ'ଣ ? ଛୁରାମାଡ଼ ସହ ରହିଛି କି ନାଟକରେ ଅଭିନୟର କିଛି ସମ୍ପର୍କ ? ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି । ଛୁରାମାଡ଼ କରିଥିବା ଯୁବକ ଦୁଇଜଣ ଫେରାର୍ ରହିଥିବା ବେଳେ ପୋଲିସ ସେମାନଙ୍କୁ ଖୋଜୁଛି ।
ରାତି ଅଧରେ ବୋମାମାଡ଼
ସେପଟେ ଗତ ୧୪ ତାରିଖ ରାତିରେ କୁକୁଡ଼ାଖଣ୍ଡି ସାହି ଭିତରେ ବୋମାମାଡ଼ ହୋଇଛି । ସଦର ଥାନା କୁକୁଡ଼ାଖଣ୍ଡି ବାଉରୀ ସାହିରେ ବାଇକ୍ରେ ଆସି ୪ଟି ବୋମାମାଡ଼ କରିଥିଲେ ଦୁର୍ବୃତ୍ତ । ବୋମା ଫିଙ୍ଗି ବାଇକ୍ରେ ଦ୍ରୁତ ଗତିରେ ପଳାଇବା ବେଳେ ଗାଁ ଲୋକେ କଲେ ପଥର ମାଡ଼ କରିଥିଲେ । ଫଳରେ ଦୁଇ ଦୁର୍ବୃତ୍ତ ପଡ଼ି ଯାଇ ଆହତ ହୋଇଥିଲେ ।
ଏଥିସହ ପଢ଼ନ୍ତୁ: ପରୀକ୍ଷା ସେଣ୍ଟରରେ ଉପରେ ରଖୁଥିଲା ନଜର; ପରୀକ୍ଷାର୍ଥୀ ଯିବା ପରେ ଡିକି ଭାଙ୍ଗି କରୁଥିଲା ଲୁଟ୍
ଗ୍ରାମବାସୀ ଦୁଇ ଦୁର୍ବୃତ୍ତଙ୍କୁ ଧରି ବାନ୍ଧି ରଖିଥିଲେ । ପରେ ପୋଲିସ ପହଞ୍ଚି ଅଭିଯୁକ୍ତ ଦ୍ଵୟଙ୍କୁ ଗ୍ରାମବାସୀଙ୍କ ଠାରୁ ହେପାଜତକୁ ନେଇଛି । ସୂଚନା ଅନୁସାରେ, ୧୪ ତାରିଖ ଦିନ ବେଳା ବାଉରୀ ସାହିର ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ କୁକୁଡ଼ା ଖଣ୍ଡି ମୁଖ୍ୟ ରାସ୍ତାରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଯାହାକୁ ନେଇ ଉତ୍ତେଜନା ରହିଥିବା ବେଳେ ରାତିରେ ଦୁର୍ବୃତ୍ତମାନେ ଗାଁରେ ପଶି ବୋମାମାଡ଼ କରି ଆତଙ୍କ ଖେଳାଇବାକୁ ଚେଷ୍ଟା କରିଛନ୍ତି ।

Related Topics
Explore more stories