Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆତ୍ମସମର୍ପଣ କଲେ ଖାନ୍ ସାର୍; କୋଚିଂ ସେଣ୍ଟର ଫାୟାରିଂ ମାମଲାରେ ହୋଇଥିଲା FIR

Crime

Khan Sir Surrender / ଆତ୍ମସମର୍ପଣ କଲେ ଖାନ୍ ସାର୍; କୋଚିଂ ସେଣ୍ଟର ଫାୟାରିଂ ମାମଲାରେ ହୋଇଥିଲା FIR

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଆତ୍ମସମର୍ପଣ କଲେ ଖାନ୍ ସାର୍; କୋଚିଂ ସେଣ୍ଟର ଫାୟାରିଂ ମାମଲାରେ ହୋଇଥିଲା FIR
Khan Sir Surrender

Key Points

ପାଟନା କୋଚିଂ ସେଣ୍ଟର ଗୁଳିକାଣ୍ଡ ଘଟଣା
ସରେଣ୍ଡର କରିବାକୁ ପାଟନା ସିଭିଲ୍ କୋର୍ଟ ପହଞ୍ଚିଲେ
ହତ୍ୟା ଉଦ୍ୟମ ସହ ଆର୍ମ୍ସ ଆକ୍ଟରେ ରୁଜୁ ହୋଇଥିଲା ମାମଲା
ବିହାର ପାଟନା କୋଚିଂ ସେଣ୍ଟର ଫାୟାରିଂ ଘଟଣା । ମୁସ୍କିଲରେ ଥିବା ପ୍ରସିଦ୍ଧ ୟୁଟ୍ୟୁବ ଶିକ୍ଷକ ଖାନ୍ ସାର୍ ଓରଫ ଫୈସଲ ଖାନ୍ ଶେଷରେ କୋର୍ଟର ରାସ୍ତା ବାଛିଛନ୍ତି । ଏଫଆଇଆଇର ହେବାର ୨୪ ଘଣ୍ଟା ପରେ ମଧ୍ୟ ଖାନ୍ ସାର ଗିରଫ ନ ହେବା ପରେ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପରିକି ଶୁକ୍ରବାର ରାତିସାରା ପାଟନା ପୋଲିସ ଖାନ୍ ସାରଙ୍କୁ ଖୋଜୁଥିଲା । ତେବେ ଆଜି ଖାନ୍ ସାର୍ ପାଟନା ସିଭିଲ କୋର୍ଟରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି । ସେ ନିଜ ଓକିଲ ସହିତ ପାଟନା ସିଭିଲ କୋର୍ଟରେ ପହଞ୍ଚିଥିବାବେଳେ ଜାମିନ ଆବେଦନ ମଧ୍ୟ କରିପାରନ୍ତି ।

ଖାନ୍ ସାରଙ୍କ ଗିରଫଦାରୀରେ ବିଳମ୍ବକୁ ନେଇ ପୂର୍ବରୁ ଗିରଫ ହୋଇସାରିଥିବା ଖାନ୍ ସାରଙ୍କ ପ୍ରତିଦ୍ବନ୍ଦ୍ଵୀ ଜ୍ଞାନବିନ୍ଦୁ କୋଚିଂ ସେଣ୍ଟରର ଶିକ୍ଷକ ବରୁଣ ଠାକୁର ପ୍ରଶ୍ନ ଉଠାଇଥିଲେ । ବରୁଣ କହିଥିଲେ, "ପ୍ରଶାସନ ତତ୍ପରତା ପ୍ରକାଶ କରୁନାହିଁ । ଜ୍ଞାନବିନ୍ଦୁ କୋଚିଂ ସେଣ୍ଟରର ମୁଖ୍ୟ ରୌଶନ ଆନନ୍ଦକୁ ଗିରଫ କରିବା ଲାଗି ପୋଲିସ ତୁରନ୍ତ ପହଞ୍ଚିଥିଲା, ମାତ୍ର ଖାନ୍ ସାରଙ୍କୁ ଗିରଫ କରିବା ଲାଗି ପୋଲିସ ବିଳମ୍ବ କରୁଛି । ଯଦି ପ୍ରଶାସନ ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଠାନ ନ କରିବ ତେବେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ।"

  • ଖାନ୍ ସାରଙ୍କ ବିରୁଦ୍ଧରେ ସଙ୍ଗୀନ ଦଫା
ଅନ୍ୟପଟେ ଖାନ୍ ସାରଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହେବା ପରେ ଶୁକ୍ରବାର ରାତିରୁ ପାଟନା ପୋଲିସ ତାଙ୍କୁ ଖୋଜୁଥିଲା । ଖାନ୍ ସାରଙ୍କ ଉପରେ ହତ୍ୟା ଉଦ୍ୟମ ଓ ଆର୍ମ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି । ପୂର୍ବରୁ ଗିରଫ ହୋଇସାରିଥିବା ଖାନ୍ ସାରଙ୍କ ଗାର୍ଡ ପୋଲିସ ଆଗରେ ବୟାନ ଦେଇ କହିଛନ୍ତି ଯେ ସେମାନେ ଖାନ୍ ସାରଙ୍କ ନିର୍ଦ୍ଦେଶରେ ହିଁ ଗୁଳି ଚାଳନା କରିଥିଲେ । ଖାନ୍ ସାରଙ୍କ ଗାର୍ଡଙ୍କ ବୟାନକୁ ଆଧାର କରି ପୋଲିସ ଏଫଆଇଆଇ ରୁଜୁ କରିଛି ।

ପଢନ୍ତୁ ଏହି ଖବର: କେତେବେଳେ ବି ଗିରଫ ହୋଇପାରନ୍ତି ଖାନ୍ ସାର; ରାତିସାରା ପାଟନା ପୋଲିସର ଚଢାଉ

  • ରାତିସାରା ୫ଥର କୋଚିଂ ସେଣ୍ଟରରେ ପହଞ୍ଚିଥିଲା ପୋଲିସ
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଗତକାଲି ରାତିସାରା ପୋଲିସର ୫ଟି ଗାଡ଼ି ଅଲଗା ଅଲଗା ସମୟରେ ଖାନ୍ ସାରଙ୍କ କୋଚିଂ ସେଣ୍ଟର ବାହାରେ ପହଞ୍ଚିଥିଲା । ମାତ୍ର ଖାନ୍ ସାରଙ୍କ ଛାତ୍ରଛାତ୍ରୀ କୋଚିଂ ସେଣ୍ଟର ବାହାରେ ଭିଡ଼ ଜମାଇଥିଲେ । ଏହାପରେ ପୋଲିସ ଛାତ୍ରଛାତ୍ରୀଙ୍କୁ ସେଠାରୁ ହଟିବା ଲାଗି ଅପିଲ୍ କରିଥିଲେ, କିନ୍ତୁ ସେମାନେ କୋଚିଂ ସେଣ୍ଟର ବାହାରେ ରାତିସାରା ବସି ରହିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Khan Sir aka Faisal Khan Surrenders at Patna Civil Court Amid Ongoing Bihar Coaching Centre Controversy | Argus News