Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Kolathia Double Murder / କୋଳଥିଆ ଡବଲ ମର୍ଡର ପଛରେ ୨ ସ୍କୁଲ ଛାତ୍ର, ପୋଲିସ୍‌ କହିଲା ହତ୍ୟାକାଣ୍ଡର ଅସଲ କାରଣ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
କୋଳଥିଆ ଡବଲ ମର୍ଡର ପଛରେ ୨ ସ୍କୁଲ ଛାତ୍ର, ପୋଲିସ୍‌ କହିଲା ହତ୍ୟାକାଣ୍ଡର ଅସଲ କାରଣ
Double Murder

Key Points

କୋଳଥିଆ ଡବଲ ମର୍ଡର ମାମଲା
ଦୁଇ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରାଯାଇଛି
ନାବାଳକଙ୍କ ବିରୋଧରେ ଜୁଭେନାଲ କେସ୍ ରୁଜୁ
ରାଜଧାନୀ ଉପକଣ୍ଠ କୋଳଥିଆ ଡବଲ ମର୍ଡର ଘଟଣା । ଏହି ହତ୍ୟାକାଣ୍ଡକୁ ନେଇ ପ୍ରେସମିଟ୍‌ରେ ବଡ଼ ଖୁଲାସା କରିଛନ୍ତି ପୋଲିସ୍ କମିଶନର ଏସ୍‌.ଦେବଦତ୍ତ ସିଂ । ଡବଲ ମର୍ଡର ପଛରେ ରହିଛନ୍ତି ଦୁଇ ଜଣ ସ୍କୁଲ ଛାତ୍ର । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ନାବାଳକ ଥିବାରୁ ସେମାନଙ୍କ ବିରୋଧରେ ଜୁଭେନାଲ କେସ୍ ରୁଜୁ କରାଯାଇଛି ।

ମୃତ କୃଷ୍ଣ ପାଢୀ ଏକ ଘରୋଇ କଲେଜରେ ପଢ଼ୁଥିବା ବେଳେ ଜଣେ ଯୁବତୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲେ । ଯୁବତୀ ଜଣକ ମନା କରିବା ସତ୍ତ୍ୱେ କୃଷ୍ଣ ତାଙ୍କୁ ହଇରାଣ କରୁଥିଲେ । ଏ ବିଷୟରେ ଯୁବତୀ ଜଣକ ନିଜ ଭାଇଙ୍କୁ ଜଣାଇଥିଲେ । ଯୁବତୀଙ୍କ ଭାଇ ନିଜ ସାଙ୍ଗ ସହିତ ମିଶି ପ୍ରାୟ ୨୦ ଦିନ ତଳେ କୃଷ୍ଣଙ୍କୁ ଡାକି ଏନେଇ ବୁଝାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେହି ସମୟରେ କୃଷ୍ଣ ଏବଂ ଦୁଇ ନାବାଳକଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ଏପରିକି କୃଷ୍ଣ ରାଗିଯାଇ ଯୁବତୀଙ୍କ ଭାଇର କଲର ଧରି ଗାଳିଗୁଲଜ କରିଥିଲେ ।

ଅଧିକ ପଢ଼ନ୍ତୁ: ସ୍କୁଲ୍ ଛାତ୍ରୀଙ୍କ ଉପରେ ଢାଳି ଦେଲା ପେଟ୍ରୋଲ୍; ନିଆଁ ଲଗାଇବା ପୂର୍ବରୁ ଧରି ଛେଚିଲେ ଲୋକେ


ଏହି ଅପମାନକୁ ସହ୍ୟ ନକରି ଯୁବତୀଙ୍କ ଭାଇ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ । ଗତ ରବିବାର ରାତିରେ ଦୁଇ ନାବାଳକ ଯୋଜନାବଦ୍ଧ ଭାବେ କୃଷ୍ଣଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ହତ୍ୟାକାଣ୍ଡ ସମୟରେ ଅଭିଯୁକ୍ତମାନେ ଲଙ୍କାଗୁଣ୍ଡ ଏବଂ ଲୁହା ରଡ୍‌ର ବ୍ୟବହାର କରିଥିଲେ । କୃଷ୍ଣଙ୍କୁ ଅତି ବୀଭତ୍ସ ଭାବେ ପିଟିପିଟି ହତ୍ୟା କରାଯାଇଥିଲା । ଏହି ସମୟରେ କୃଷ୍ଣଙ୍କ ବାପା ତାଙ୍କୁ ବଞ୍ଚାଇବାକୁ ଆସିଥିବା ବେଳେ ଦୁଇ ନାବାଳକ ତାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ମଧ୍ୟ ପ୍ରାଣ ହରାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kolathia Double Murder: Two School Students Behind Crime, Police Reveal Motive | Argus News