Videos
|
Crime

Crime News / ନୃଶଂସ ପାଲଟିଲା ପ୍ରେମିକ; ପ୍ରେମିକାକୁ ୧୦୦୦ ଫୁଟ୍ ଗଭୀର ଖାତକୁ ଠେଲି ଦେଲା

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ନୃଶଂସ ପାଲଟିଲା ପ୍ରେମିକ; ପ୍ରେମିକାକୁ ୧୦୦୦ ଫୁଟ୍ ଗଭୀର ଖାତକୁ ଠେଲି ଦେଲା
Man Pushes Girl Friend

Key Points

ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତ୍ୟୁ
ପ୍ରେମିକ ହତ୍ୟା କରିଥିବା ଜଣାପଡିଛି
୧୦୦୦ ଫୁଟ୍ ଗଭୀର ଖାତକୁ ଠେଲି ଦେଲା
ମୁମ୍ବାଇ: ପ୍ରେମ ଏବଂ ବିଶ୍ୱାସର ହତ୍ୟା କେତେ ନୃଶଂସ ହୋଇପାରେ ତାହାର ଏକ ଭୟଙ୍କର ଉଦାହରଣ ମହାରାଷ୍ଟ୍ର କୋହ୍ଲାପୁରରୁ ସାମ୍ନାକୁ ଆସିଛି । କିଛି ଦିନ ପୂର୍ବରୁ ଜଣେ ପ୍ରେମିକା ତାଙ୍କର ଭାବି ସ୍ୱାମୀଙ୍କୁ ଲୋହାଗଡ ଘାଟିକୁ ଠେଲି ଦେଇଥିଲେ । ଏବେ ସମାନ ଆଉ ଏକ ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଏଠାରେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଛନ୍ତି । ଅନ୍ୟ ଜାଗାରେ ବାହାଘର ଠିକ୍ ହେବାରୁ ପ୍ରେମିକାକୁ ୧୦୦୦ ଫୁଟ୍ ଗଭୀର ଖାତକୁ ଠେଲି ଦେଇଛି ଯୁବକ ।

ପ୍ରେମିକ ଜଣକ ତାଙ୍କ ପ୍ରେମିକାଙ୍କୁ ନାୟକୱାଡି ଜଳପ୍ରପାତର ଉଚ୍ଚତାରୁ ଏକ ଗଭୀର ଘାଟିକୁ ଠେଲି ଦେଇ ହତ୍ୟା କରିଛି । ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ପ୍ରେମିକାଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିବା ଏବଂ ପୂର୍ବ ପ୍ରେମ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ମନା କରିବାରୁ ପ୍ରେମିକ କ୍ରୋଧରେ ଏହି ଭୟଙ୍କର ଅପରାଧ କରିଛି । ମୃତ ମହିଳାଙ୍କ ନାମ ତରାନୁମ ବଶିର ନାଏକ ବୋଲି ଜଣାପଡ଼ିଛି ।

  • କଣ ପୂରା ଘଟଣା ?
ତରାନୁମ୍ (୨୩) ଏବଂ ଶ୍ରୀପଦ (୨୫) ଗତ ସାଢ଼େ ପାଞ୍ଚ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । ସେମାନେ ଗାରଗୋଟିର ଶିବାଜୀନଗର ଅଞ୍ଚଳରେ ରହୁଥିଲେ, ଯେଉଁଠାରୁ ସେମାନଙ୍କର ପରିଚୟ ହୋଇଥିଲା । ତରାନୁମ୍ ମହାଗାଁର ଏକ ଇଞ୍ଜିନିୟରିଂ କଲେଜରୁ କଳାରେ ସ୍ନାତକ ପଢୁଥିଲେ । ଶୁକ୍ରବାର ସକାଳେ ଶ୍ରୀପଦ ତାଙ୍କୁ ବୁଲିବାକୁ ନେବା ବାହାନାରେ ନାୟକୱାଡି ଜଳପ୍ରପାତକୁ ନେଇଗଲେ । ଜଳପ୍ରପାତର ଶୀର୍ଷରେ ପହଞ୍ଚିବା ପରେ ତରାନୁମ ତାଙ୍କୁ କହିଲେ ଯେ ତାଙ୍କର ବିବାହ ସ୍ଥିର ହୋଇଯାଇଛି ଏବଂ ସେମାନେ ଆଉ ସେମାନଙ୍କର ସମ୍ପର୍କ ଜାରି କରିପାରିବେ ନାହିଁ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଆରମ୍ଭ ହେଲା ଏବଂ କ୍ରୋଧରେ ଶ୍ରୀପଦ ତରାନୁମଙ୍କୁ ଘାଟି ଭିତରକୁ ଠେଲି ଦେଲେ ।

  • ପୋଲିସକୁ ଚକମା ଦେବାକୁ ପ୍ରୟାସ
ପ୍ରେମିକାକୁ ଠେଲି ଦେବା ପରେ ଅଭିଯୁକ୍ତ ଶ୍ରୀପଦ ନିଜେ ଭୁଦରଗଡ଼ ପୋଲିସ ଷ୍ଟେସନକୁ ଯାଇଥିଲେ । ପୋଲିସକୁ ଚକମା ଦେବା ପାଇଁ ସେ ଏକ କାହାଣୀ ତିଆରି କରିଥିଲେ ଯେ ସେମାନେ ସେଲଫି ନେଉଥିଲେ ଏବଂ ତରାନୁମ ଖସିଯାଇ ଖାଇକୁ ପଡ଼ିଗଲେ । ଏହାପରେ ବି ପୋଲିସ ତାଙ୍କ ବୟାନ ଉପରେ ସନ୍ଦେହ କରିଥିଲା ​​ଏବଂ ପଚରାଉଚରା କରିବା ସମୟରେ ଶ୍ରୀପଦ ନିଜେ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନାଇଟି ପିନ୍ଧା ଚୋର; ଆମ୍ବୁଲାନ୍ସରେ ଆସି ଏଟିଏମ ଲୁଟିଲେ, ଦେଖନ୍ତୁ ଭିଡିଓ

  • ୧୦୦୦ ଫୁଟ୍ ତଳୁ ମିଳିଲା ମୃତଦେହ
ପୋଲିସ ପ୍ରାୟ ହଜାର ଫୁଟ୍ ତଳୁ ତରାନୁମଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ଏହାପରେ ମୃତଦେହର ବ୍ୟବଚ୍ଛେଦ ପାଇଁ କୋହ୍ଲାପୁର ସିପିଆର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାରର ଦାବି ମୁତାବକ ଇନ-କ୍ୟାମେରା ବ୍ୟବଚ୍ଛେଦ କରାଯାଇଥିଲା ଏବଂ ଏହାପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ଅଭିଯୁକ୍ତ ପ୍ରେମିକ ଶ୍ରୀପଦକୁ କଠୋର ଦଣ୍ଡ ଦେବାକୁ ପରିବାର ପକ୍ଷରୁ ପୋଲିସ ନିକଟରେ ଦାବି କରାଯାଇଛି ।