Videos
|
National

ATM Robbery / ନାଇଟି ପିନ୍ଧା ଚୋର; ଆମ୍ବୁଲାନ୍ସରେ ଆସି ଏଟିଏମ ଲୁଟିଲେ, ଦେଖନ୍ତୁ ଭିଡିଓ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ନାଇଟି ପିନ୍ଧା ଚୋର; ଆମ୍ବୁଲାନ୍ସରେ ଆସି ଏଟିଏମ ଲୁଟିଲେ, ଦେଖନ୍ତୁ ଭିଡିଓ
ATM Robbery

Key Points

ନାଇଟି ଓ ମାସ୍କ ପିନ୍ଧି ଏଟିଏମ ଲୁଟ୍
ଆମ୍ବୁଲାନ୍ସରେ ଆସିଲେ, ଏଟିଏମ ଲୁଟିଲେ
ତେଲେଙ୍ଗାନା ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ

ହାଇଦ୍ରାବାଦ: ନାଇଟି ଓ ମାସ୍କ ପିନ୍ଧି ଆମ୍ବୁଲାନ୍ସରେ ଆସିଲେ । ତେଲେଙ୍ଗାନା ଏଟିଏମ୍ ଲୁଟିଲେ ଦୁର୍ବୃତ୍ତ । ଏକ ଅଜବ ଏଟିଏମ୍ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ପରିଚୟ ଲୁଚାଇବା ପାଇଁ କିଛି ଅଜ୍ଞାତ ଦୁର୍ବୃତ୍ତ ନାଇଟି ଏବଂ ମାସ୍କ ପିନ୍ଧି ଏକ ଆମ୍ବୁଲାନ୍ସରେ ଆସି ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ୍ ଭାଙ୍ଗି ଲୁଟ୍ କରିଛନ୍ତି । ଅକ୍ଟୋବର ୧୧ ତାରିଖ ରାତିରେ ଏହି ଘଟଣା ଘଟିଛି ।

  • ସିସିଟିଭିରେ କଏଦ ପୂରା ଦୃଶ୍ୟ
ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଭିଡିଓ ଅନୁଯାୟୀ, ଅଭିଯୁକ୍ତମାନେ ଆମ୍ବୁଲାନ୍ସରେ ଆସି କଟର୍ ସାହାଯ୍ୟରେ SBI ଏଟିଏମ୍ ମେସିନ୍ ଭାଙ୍ଗି ନଗଦ ଟଙ୍କା ଧରି ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକମାନେ ଏଟିଏମ୍ ମେସିନ୍ ଭଙ୍ଗାଯାଇଥିବା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

  • କେତେ କ୍ୟାସ୍ ନେଇ ଖସି ପଳାଇଲେ ?
ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ଏବଂ ଲୁଟ୍ ପୂର୍ବରୁ ଓ ପରେ ସେମାନଙ୍କର ଗତିବିଧି ଜାଣିବା ପାଇଁ ତଦନ୍ତକାରୀ ଅଧିକାରୀମାନେ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛନ୍ତି । ଏଟିଏମରେ କେତେ ପରିମାଣର ଟଙ୍କା ଥିଲା ଏବଂ କେତେ ଟଙ୍କା ଚୋରି ହୋଇଛି ତାହା ବ୍ୟାଙ୍କ ପକ୍ଷରୁ ଯାଞ୍ଚ କରାଯାଉଛି । ଏହା ସହିତ ଅପରାଧରେ ବ୍ୟବହୃତ ଆମ୍ବୁଲାନ୍ସଟି ପ୍ରକୃତରେ ରୋଗୀ ନେବା ସେବା ପାଇଁ ଥିଲା କିମ୍ବା ଠକେଇ ପାଇଁ ବ୍ୟବହୃତ ହୋଇଥିଲା, ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଛି ।

  • ଭାଇରାଲ ହେଉଛି ଭିଡିଓ
ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଆମ୍ବୁଲାନ୍ସରେ ପହଞ୍ଚିବା ଓ ନାଇଟି ମାସ୍କ ପିନ୍ଧି ଚୋରି କରିବାର ତରିକା ଏହି ଚୋରି ଘଟଣାକୁ ବେଶି ଚର୍ଚ୍ଚିତ କରିଛି । ୪ ଜଣ ଚୋର ପ୍ରଥମେ ଏଟିଏମ ଭିତରେ କଟର ମେସିନ୍‌କୁ ବିଦ୍ୟୁତ ତାର ସହ ଯୋଡ଼ିଥିଲେ ଓ ଏହାପରେ ଏଟିଏମ ମେସିନକୁ କାଟୁଥିବାର ଦେଖାଯାଇଛି । ସକାଳୁ କ୍ଷତିଗ୍ରସ୍ତ ଏଟିଏମ ମେସିନକୁ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହାପରେ ସେଠାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । 
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: