|
logo
Live
Argus News App
GET APP

Argus News - ପ୍ରେମ ପାଇଁ ଝିଅ ହେଲା ରକ୍ତମୁଖା; ମାଆ ଓ ଭାଇଙ୍କୁ ହତ୍ୟା ପରେ କେନାଲରେ ଫିଙ୍ଗିଲା ମୃତଦେହ

Crime

Double Murder / ପ୍ରେମ ପାଇଁ ଝିଅ ହେଲା ରକ୍ତମୁଖା; ମାଆ ଓ ଭାଇଙ୍କୁ ହତ୍ୟା ପରେ କେନାଲରେ ଫିଙ୍ଗିଲା ମୃତଦେହ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ପ୍ରେମ ପାଇଁ ଝିଅ ହେଲା ରକ୍ତମୁଖା; ମାଆ ଓ ଭାଇଙ୍କୁ ହତ୍ୟା ପରେ କେନାଲରେ ଫିଙ୍ଗିଲା ମୃତଦେହ
Love Turns Deadly

Key Points

ପ୍ରେମିକ ଓ ଅନ୍ୟ ଜଣେ ବନ୍ଧୁଙ୍କ ସହ ମିଶି ମାଆ ଓ ଭାଇଙ୍କୁ ମାରିଦେଲା ଝିଅ । ଘରେ ବୀଭତ୍ସ ହତ୍ୟା ପରେ ମନ ଭରିଲାନି । ପ୍ରମାଣ ଲୁଚାଇବାକୁ ଯାଇ ମୃତଦେହକୁ ଅଖାରେ ବାନ୍ଧି କେନାଲରେ ଫିଙ୍ଗି ଦେଲା ।
ଜୟପୁର (କୋରାପୁଟ): ପ୍ରେମ, ପ୍ରତିବାଦରୁ ଗଡ଼ିଲା ଦୁଇ ଦୁଇଟି ମୁଣ୍ଡ । ପ୍ରେମିକ ଓ ଅନ୍ୟ ଜଣେ ବନ୍ଧୁଙ୍କ ସହ ମିଶି ମାଆ ଓ ଭାଇଙ୍କୁ ମାରିଦେଲା ଝିଅ । ଘରେ ବୀଭତ୍ସ ହତ୍ୟା ପରେ ମନ ଭରିଲାନି । ପ୍ରମାଣ ଲୁଚାଇବାକୁ ଯାଇ ମୃତଦେହକୁ ଅଖାରେ ବାନ୍ଧି କେନାଲରେ ଫିଙ୍ଗି ଦେଇଛି । ଏଭଳି ଭୟାନକ ହତ୍ୟାକାଣ୍ଡ ଘଟିଛି କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଅଞ୍ଚଳରେ ।

ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କାଙ୍କ ସୂଚନା ଅନୁସାରେ, "ଶିବାନୀ ନାୟକ ଜଣେ ଯୁବକଙ୍କୁ ପ୍ରେମ କରୁଥିବା ବେଳେ ବିରୋଧ କରୁଥିଲେ ଘର ଲୋକ । ଯାହାକୁ ନେଇ ଶିବାନୀ ମାଆ ଅନୁଷ୍କାଙ୍କ ସହ ୧୩ ବର୍ଷୀୟ ଭାଇକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା । ଯେଉଁଥିରେ ଶିବାନୀଙ୍କ ପ୍ରେମିକ ଆଦିଙ୍କ ସହ ଅନ୍ୟ ଜଣେ ବନ୍ଧୁ ସହଯୋଗ କରିଛନ୍ତି ।"

ଏଥିସହ ପଢ଼ନ୍ତୁ: ଚତୁର୍ଥୀ ରାତିରେ ହଠାତ୍ ଆଖି ବୁଜିଲେ ନବବଧୂ; ଗାଁ ସ୍ତବ୍ଧ, ପରିବାର ନିଃଶବ୍ଦ

୧୮ ତାରିଖ ରାତିରେ ଏହି ଡବଲ୍ ମର୍ଡର ହୋଇଥିବା ବେଳେ ଘଟଣାର ଦୁଇରୁ ତିନି ପରେ ୨୧ ତାରିଖରେ ଅନୁଷ୍କାଙ୍କ ଭାଇ ସତ୍ୟବାନ ପାତ୍ର ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାର ଛାନଭିନ କରିବା ପରେ ହତ୍ୟାକାଣ୍ଡ ଉପରୁ ପରଦା ହଟିବାରେ ଲାଗିଛି ।

ନିଖୋଜ ମାମଲାର ତଦନ୍ତ କରି ପୋଲିସ ସୁଚିନ୍ତିତ ହତ୍ୟା ଷଡ଼ଯନ୍ତ୍ର ପାଖରେ ପହଞ୍ଚିଛି । ବସ୍ତାରେ ବନ୍ଧା ଯାଇଥିବା ମାଆ ଓ ପୁଅଙ୍କ ରକ୍ତାକ୍ତ ଶବ କେନାଲରୁ ମିଳିଛି । ଶିବାନୀଙ୍କ ଭଲ ପାଇବାକୁ ପରିବାରର ବିରୋଧରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି ।

ଏଥିସହ ପଢ଼ନ୍ତୁ: ସ୍ଵାମୀ ନା ସୈତାନ ? ପ୍ରେମ ବିବାହରେ ଭରିଲାନି ମନ, ଯୌତୁକ ପାଇଁ ସୋସିଆଲ୍ ମିଡିଆରେ ସବୁ ସାରିଦେଲା

ପୋଲିସ ଉଭୟଙ୍କ ମୃତଦେହକୁ ଜୟନ୍ତୀ ଗିରି କେନାଲରୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ମାମଲାରେ ଶିବାନୀ, ପ୍ରେମିକ ଆଦି ସହ ଅନ୍ୟ ଜଣେ ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଶିବାନୀ ନିଜ ଘରେ ପ୍ରେମିକ ଓ ବନ୍ଧୁକ ସହାୟତାରେ ମାଆ ଓ ଭାଇକୁ ହତ୍ୟା କରିଥିବା ଜଣାପଡ଼ିଛି ।

ହତ୍ୟା ପରେ ଘଟଣାକୁ ଲୁଚାଇବା ପାଇଁ ଉଭୟଙ୍କ ଶବକୁ ବସ୍ତାରେ ବାନ୍ଧି ସ୍କୁଟି ଯୋଗେ ଜୟନ୍ତୀ ଗିରି କେନାଲରେ ଫିଙ୍ଗି ଦେଇଥିଲେ । କେନାଲରେ ବସ୍ତା ଭାସିବା ପରେ ଷଡ଼ଯନ୍ତ୍ରର ପେଡ଼ି ଖୋଲିଛି । ପ୍ରେମ ପାଇଁ ମାଆ ଓ ଭାଇକୁ ଶିବାନୀ ହତ୍ୟା କରିଥିବା ଜଣାପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Double Murder: ପ୍ରେମ ପାଇଁ ଝିଅ ହେଲା ରକ୍ତମୁଖା; ମାଆ ଓ ଭାଇଙ୍କୁ ହତ୍ୟା ପରେ କେନାଲରେ ଫିଙ୍ଗିଲା ମୃତଦେହ | Argus News