Heartbreaking / ଚତୁର୍ଥୀ ରାତିରେ ହଠାତ୍ ଆଖି ବୁଜିଲେ ନବବଧୂ; ଗାଁ ସ୍ତବ୍ଧ, ପରିବାର ନିଃଶବ୍ଦ
·1 month ago·2 min read

Key Points
ପାଦରୁ ଅଳତା, ହାତରୁ ମେହେନ୍ଦୀ ଲିଭିବା ଆଗରୁ ଉଡ଼ି ଯାଇଛି ପ୍ରାଣ । ବିବାହର ମାତ୍ର ୪ ଦିନରେ ନବବଧୂ ଆଖି ବୁଜିଛି । ପୁଅର ବାହାଘରକୁ ନେଇ ଘରେ ଖେଳି ଯାଇଥିବା ୪ ଦିନର ଖୁସି ଆଜି ସୃଷ୍ଟି କରିଛି ବିରାଟ ଶୂନ୍ୟ ସ୍ଥାନ ।
ଛତ୍ରପୁର (ଗଞ୍ଜାମ): ସଂସାର ଆରମ୍ଭ ହେଉ ହେଉ ଲିଭିଗଲା ଜୀବନ ଦୀପ । ପାଦରୁ ଅଳତା, ହାତରୁ ମେହେନ୍ଦୀ ଲିଭିବା ଆଗରୁ ଉଡ଼ି ଯାଇଛି ପ୍ରାଣ । ବିବାହର ମାତ୍ର ୪ ଦିନରେ ନବବଧୂ ଆଖି ବୁଜିଛି । ପୁଅର ବାହାଘରକୁ ନେଇ ଘରେ ଖେଳି ଯାଇଥିବା ୪ ଦିନର ଖୁସି ଆଜି ସୃଷ୍ଟି କରିଛି ବିରାଟ ଶୂନ୍ୟ ସ୍ଥାନ । ଚତୁର୍ଥୀ ରାତିରେ ନବବଧୂର ଅଚାନକ ମୃତ୍ୟୁରେ ସାରା ଗାଁ ସ୍ତବ୍ଧ, ପରିବାର ନିଃଶବ୍ଦ ।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଧିନୂଆପଲ୍ଲୀ ପଞ୍ଚାୟତ କେନ୍ଦୁବାଡ଼ି ଗାଁରେ ଏହି ଅଘଟଣ ଘଟିଛି । କେନ୍ଦୁବାଡ଼ି ଗାଁର ବିପିନ ଜେନାଙ୍କ ପତ୍ନୀ ପୂଜାଙ୍କ ମୃତ୍ୟୁ ଚତୁର୍ଥୀ ରାତିରେ ହୋଇଛି । ସୂଚନା ଅନୁସାରେ, ଚତୁର୍ଥୀ ରାତିରେ ପୂଜା ହଠାତ ଅସୁସ୍ଥ ଅନୁଭବ କରି ଅଚେତ ହୋଇ ପଡ଼ିଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ପୂଜାଙ୍କ ବାପଘରକୁ ଖବର ଦେଇ ମେଡିକାଲ୍ ନେଇ ଯାଇଥିଲେ ।
ଏଥିସହ ପଢ଼ନ୍ତୁ: ରାଇଫଲରୁ ଗୁଳି କରି ବାପାକୁ ମାରିଦେଲା ପୁଅ, ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଡ୍ରମରେ ପୁରାଇଦେଲା...
ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ପୂଜାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ପୂଜାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ କିଭଳି ଓ କେଉଁ ପରିସ୍ଥିତିରେ ନବ ବିବାହିତ ପୂଜାଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇ ନାହିଁ । ଖବର ପାଇ ଖଲ୍ଲିକୋଟ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ଫେବ୍ରୁଆରୀ ୨୦ ତାରିଖ ଶୁକ୍ରବାର କେନ୍ଦୁବାଡ଼ି ଗାଁର ବିପିନ ଜେନାଙ୍କୁ ନିକଟସ୍ଥ ରାମଚନ୍ଦ୍ରପୁର ଗାଁର ପୂଜା ବେହେରା ବିବାହ କରିଥିଲେ । ବିବାହର ମାତ୍ର ୪ ଦିନ ପରେ ଚତୁର୍ଥୀ ରାତିରେ ପୂଜାଙ୍କ ଅଚାନକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦୋଇଛି ।
ଏଥିସହ ପଢ଼ନ୍ତୁ: ବିବାହ ପୂର୍ବରୁ ବିଷ ପିଇଦେଲେ: ଯୋଧପୁରରେ ଦୁଇ ଭଉଣୀଙ୍କ ମୃତ୍ୟୁରେ ଶୋକର ଛାୟା
କେନ୍ଦୁବାଡ଼ି ଗାଁକୁ ଯାଇ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଓ ଏସଆଇ ମାନସୀ ସାହୁ ତଦନ୍ତ କରିଛନ୍ତି । ତେବେ ପୂଜାଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories