Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତ୍ରିକୋଣୀୟ ପ୍ରେମ ପାଇଁ ଗଡ଼ିଲା ମୁଣ୍ଡ, Thar ଚଢାଇ ସାଙ୍ଗକୁ ହତ୍ୟା କଲା ସାଙ୍ଗ

Crime

Student Killed by Friend / ତ୍ରିକୋଣୀୟ ପ୍ରେମ ପାଇଁ ଗଡ଼ିଲା ମୁଣ୍ଡ, Thar ଚଢାଇ ସାଙ୍ଗକୁ ହତ୍ୟା କଲା ସାଙ୍ଗ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ତ୍ରିକୋଣୀୟ ପ୍ରେମ ପାଇଁ ଗଡ଼ିଲା ମୁଣ୍ଡ, Thar ଚଢାଇ ସାଙ୍ଗକୁ ହତ୍ୟା କଲା ସାଙ୍ଗ
Bhubaneswar Murder

Key Points

ବରୁଣ ରାଉତରାୟଙ୍କ ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ
ଦୁର୍ଘଟଣା ନୁହଁ ମର୍ଡର ପାଇଁ ହୋଇଥିଲା ପ୍ଲାନିଂ
Thar ଚଢାଇ ସାଙ୍ଗକୁ ହତ୍ୟା କଲା ସାଙ୍ଗ
ତ୍ରିକୋଣୀୟ ପ୍ରେମରୁ ଗାଡ଼ି ଚଢ଼ାଇ ହତ୍ୟା କଲା ବନ୍ଧୁ I ପ୍ରେମ ପାଇଁ ଗଡ଼ିଲା ମୁଣ୍ଡ । ଚନ୍ଦ୍ରଶେଖରପୁରରେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ମାମଲା । ଦୁର୍ଘଟଣା ନୁହେଁ ପୂର୍ବ ଯୋଜନାରୁ ହତ୍ୟା ହୋଇଥିବା ଅଭିଯୋଗ । ରାସ୍ତାରେ ପିଟିଲେ, ଗାଡ଼ି ଚଢ଼ାଇ ହତ୍ୟା କଲେ । ସୁଚିନ୍ତିତ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବାକୁ କରାଯାଇଥିଲା ଚେଷ୍ଟା ।

ରାତି ଅଧରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପଛପଟେ ହୋଇଥିବା ଦୁର୍ଘଟଣା ଉପରୁ ଉଠିଛି ପରଦା । ଦୁର୍ଘଟଣା ନୁହେଁ ବରଂ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଭୟଙ୍କର କାଣ୍ଡ ଘଟାଯାଇଥିଲା । ପ୍ରଥମେ ଥାର୍‌ ଚଢ଼ାଇ ଜୀବନରୁ ମାରି ଦେବାକୁ ଉଦ୍ୟମ କଲେ । ହେଲେ ବରୁଣ ବଞ୍ଚିଥିବା ଜାଣି ହକି ଷ୍ଟିକରେ ପିଟିଲେ । ଆଉ ଦୁର୍ଘଟଣା ବାହାନାରେ ଖସି ଯିବାକୁ ଉଦ୍ୟମ କରିଥିଲେ । ପ୍ରେମକୁ ହାସଲ କରିବା ପାଇଁ ହତ୍ୟାକାଣ୍ଡର ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ମୁଖ୍ୟ ଅଭିଯୁକ୍ତ ସୂରଜ ବିଶ୍ବକର୍ମା I ତାକୁ ସହଯୋଗ କରିଥିଲେ ଅନ୍ୟମାନେ ।

ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ISI-ଅଣ୍ଡରୱାର୍ଲ୍ଡ ନେଟୱର୍କର ପର୍ଦ୍ଦାଫାଶ; ୯ ଆତଙ୍କୀକୁ ମାଡ଼ି ବସିଲା ପୋଲିସ


ହତ୍ୟାକାରୀ ସୂରଜ ବିଶ୍ୱକର୍ମା ଓ ମୃତ ବରୁଣ ରାଉତରାୟ ପିଲା ବେଳର ସାଙ୍ଗ । ହେଲେ ଦୁଇଜଣଙ୍କ ଭିତରେ ଏଣ୍ଟ୍ରି ମାରିଥିଲେ ଜଣେ ଯୁବତୀ । ଯେଉଁ ଯୁବତୀ ପ୍ରଥମେ ସୂରଜଙ୍କୁ ଭଲ ପାଉଥିଲେ, ପରେ ସେ ବରୁଣଙ୍କ ପ୍ରେମିକା ସାଜିଥିଲେ । ଆଉ ବରୁଣଙ୍କ ସହିତ ନିଜ ପ୍ରେମିକାକୁ ଦେଖି ସହି ପାରିନଥିଲା ହତ୍ୟାକାରୀ ସୂରଜ । ଦୁହିଁଙ୍କ ଭିତରେ ହୋଇଥିଲା ଜୋରଦାର୍ ଝଗଡ଼ା । ବରୁଣଙ୍କୁ ରାସ୍ତାରୁ ହଟାଇବାକୁ ସୂରଜ ରଚିଥିଲା ପୂରା ପ୍ଲାନ୍ । ଆଉ ଯୋଜନା ମୁତାବକ ପ୍ରଥମେ ବରଣଙ୍କୁ ଥାର୍‌ ଚମାଇ ମାରିବାକୁ ଉଦ୍ୟମ କଲେ । କିନ୍ତୁ ସେ ବଞ୍ଚିଥିବା ଜାଣି ହକି ଷ୍ଟିକ୍‌ରେ ପିଟି ପଟି ବରଣୁ ମାରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar Student Murder: Friend Allegedly Runs Thar Over Him | Argus News