Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀରେ ISI-ଅଣ୍ଡରୱାର୍ଲ୍ଡ ନେଟୱର୍କର ପର୍ଦ୍ଦାଫାଶ; ୯ ଆତଙ୍କୀକୁ ମାଡ଼ି ବସିଲା ପୋଲିସ

Crime

ISI Link / ଦିଲ୍ଲୀରେ ISI-ଅଣ୍ଡରୱାର୍ଲ୍ଡ ନେଟୱର୍କର ପର୍ଦ୍ଦାଫାଶ; ୯ ଆତଙ୍କୀକୁ ମାଡ଼ି ବସିଲା ପୋଲିସ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଦିଲ୍ଲୀରେ ISI-ଅଣ୍ଡରୱାର୍ଲ୍ଡ ନେଟୱର୍କର ପର୍ଦ୍ଦାଫାଶ; ୯ ଆତଙ୍କୀକୁ ମାଡ଼ି ବସିଲା ପୋଲିସ
ISI Link

Key Points

ISI-ଅଣ୍ଡରୱାର୍ଲ୍ଡ ଆତଙ୍କୀ ନେଟୱର୍କର ଦିଲ୍ଲୀରେ ପର୍ଦ୍ଦାଫାଶ
୯ ଆତଙ୍କୀ ଗିରଫ, ଜବତ ହେଲା ବିସ୍ଫୋରକ ସାମଗ୍ରୀ
ବଡ଼ ଧରଣର ଆକ୍ରମଣ ପଣ୍ଡ, ଉଡ଼ାଇଥାନ୍ତେ ଏୟାରପୋର୍ଟ
ଜାତୀୟ ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ପଣ୍ଡ । କିଛି ଘଟାଇବା ପୂର୍ବରୁ ମାଡ଼ି ବସିଲା ଦିଲ୍ଲୀ ପୋଲିସ । ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ISI ଓ ଆମେରିକା ଅଣ୍ଡରୱାର୍ଲ୍ଡ ସହ ଜଡ଼ିତ ଏକ ବଡ଼ ଆତଙ୍କୀ ନେଟୱର୍କର ପର୍ଦ୍ଦାଫାଶ କରି ୯ ଆତଙ୍କୀଙ୍କୁ ଗିରଫ କରିଛି । ଦିଲ୍ଲୀର ସ୍ପେଶାଲ ସେଲ୍ ଏହି କାର୍ଯ୍ୟାନୁଷ୍ଠାନକୁ ଚଳିତ ବର୍ଷର ସବୁଠୁ ବଡ଼ ଆତଙ୍କବାଦୀ ନିରୋଧୀ ସଫଳତା ବୋଲି କହିଛି । ଏହି ଆତଙ୍କୀ ଦିଲ୍ଲୀ ଓ ମୁମ୍ବାଇରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିଲେ ।

ଗିରଫ ଆତଙ୍କୀମାନେ ପାକିସ୍ତାନର ISI ଓ ଅନ୍ତର୍ଜାତୀୟ ଅଣ୍ଡରୱାର୍ଲ୍ଡ ନେଟୱର୍କର ନିର୍ଦ୍ଦେଶରେ କାମ କରୁଥିଲେ । ଯାଞ୍ଚରେ ଜଣାପଡ଼ିଛି ଯେ ନେଟୱର୍କର ଗୋଟିଏ ଗୋଷ୍ଠୀ ଦାଉଦ ଇବ୍ରାହିମର ନିର୍ଦ୍ଦେଶରେ ସକ୍ରିୟ ଥିଲେ, ଯେତେବେଳେ କି ଦ୍ଵିତୀୟ ଗୋଷ୍ଠୀ ପାକିସ୍ତାନରେ ବସିଥିବା ଆତଙ୍କୀ ସଂଗଠନ ଦ୍ଵାରା ପରିଚାଳିତ ହେଉଥିଲେ । ପୂରା ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ISI ଥିଲା ବୋଲି କୁହାଯାଉଛି ।

  • ଦିଲ୍ଲୀ ସମେତ ୩ ସ୍ଥାନରୁ ଆତଙ୍କୀ ଗିରଫ
ତଦନ୍ତକାରୀ ଏଜେନ୍ସିର କହିବାନୁସାରେ, ଆତଙ୍କବାଦୀମାନଙ୍କୁ ଦିଲ୍ଲୀ ସମେତ ମୁମ୍ବାଇ, ରାଜସ୍ଥାନ ଓ ପଞ୍ଜାବରୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ଅତ୍ୟାଧୁନିକ ବିଦେଶୀ ଅସ୍ତ୍ରଶସ୍ତ୍ର, ଗ୍ରେନେଡ୍ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ପ୍ରାରମ୍ଭିକ ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଏହି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ପାକିସ୍ତାନରୁ ସୀମା ପାର କରାଯାଇ ଭାରତକୁ ଆସୁଥିଲା ।

  • ଟାର୍ଗେଟରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ
ଏମାନେ ଭାରତର ଜନବହୁଳ ଓ ଗୁରୁତ୍ଵପୂର୍ଣ୍ଣ ସ୍ଥାନଗୁଡ଼ିକୁ ଟାର୍ଗେଟରେ ରଖିଥିଲେ । ଯେପରିକି ପାୱାର ପ୍ଲାଣ୍ଟ, ବିଦ୍ୟୁତ ଉତ୍ପାଦନ ଏବଂ ବିତରଣ କେନ୍ଦ୍ର, ବିମାନ ବନ୍ଦର, ରେଳ ଷ୍ଟେସନ । ଏମାନେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଟାର୍ଗେଟରେ ରଖିଥିଲେ । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ବରିଷ୍ଠ ସ୍ପେଶାଲ୍ ସେଲ୍ ଅଧିକାରୀମାନେ ନେଟୱର୍କର ପାଣ୍ଠି, ଅସ୍ତ୍ରଶସ୍ତ୍ର ଯୋଗାଣ ଏବଂ ଅନ୍ତର୍ଜାତୀୟ ସଂଯୋଗ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ।

ପଢନ୍ତୁ ଏହି ଖବର: ସୁନ୍ଦର ହେବା ଚେଷ୍ଟାରେ ଧରାପଡ଼ିଲା ଆତଙ୍କବାଦୀ,ଦିଲ୍ଲୀରେ ବଡ଼ ଆକ୍ରମଣ ଯୋଜନା ଫେଲ୍

ଏଜେନ୍ସିଗୁଡ଼ିକ ଦେଶର ବିଭିନ୍ନ ସ୍ଥାନରେ ନେଟୱାର୍କର ଅନ୍ୟ ସଦସ୍ୟମାନେ ସକ୍ରିୟ ଅଛନ୍ତି କି ନାହିଁ ତାହା ମଧ୍ୟ ତଦନ୍ତ କରୁଛନ୍ତି । ଆଜି ଅପରାହ୍ନ ୩.୩୦ ଟାରେ ପୋଲିସ ମୁଖ୍ୟାଳୟର ମିଡିଆ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ଏକ ପ୍ରେସ ବ୍ରିଫିଂରେ ସ୍ପେଶାଲ ସିପି, ସ୍ପେଶାଲ ସେଲ୍ ଦ୍ୱାରା ଏହି ସମ୍ପୂର୍ଣ୍ଣ ଘଟଣାର ବିସ୍ତୃତ ଭାବରେ ପ୍ରକାଶ କରାଯାଇଛି । ସୁରକ୍ଷା ଏଜେନ୍ସିଗୁଡ଼ିକର ଏହି କାର୍ଯ୍ୟାନୁଷ୍ଠାନକୁ ଦେଶର ରାଜଧାନୀ ଏବଂ ସମ୍ବେଦନଶୀଳ ପ୍ରତିଷ୍ଠାନ ଉପରେ ଏକ ସମ୍ଭାବ୍ୟ ବଡ଼ ଆକ୍ରମଣକୁ ପଣ୍ଡ କରିବା ଭାବରେ ଦେଖୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
9 With Alleged Links to Pakistan's ISI, Dawood Ibrahim Network Arrested in Delhi Terror Crackdown | Argus News