Videos
|
Crime

Temple Theft Case Lucknow / ସ୍ପଷ୍ଟ ଦିବାଲୋକରେ ମନ୍ଦିରରୁ ଚୋରି; ଭକ୍ତ ବେଶରେ ଆସି ମହିଳା ଲୁଟି ନେଲେ ଦେବୀଙ୍କ ଅଳଙ୍କାର

Subhramjit Ray
Browse all articles by Subhramjit Ray
·2 hours ago·2 min read
ସ୍ପଷ୍ଟ ଦିବାଲୋକରେ ମନ୍ଦିରରୁ ଚୋରି; ଭକ୍ତ ବେଶରେ ଆସି ମହିଳା ଲୁଟି ନେଲେ ଦେବୀଙ୍କ ଅଳଙ୍କାର
Temple Theft Case Lucknow

Key Points

ମନ୍ଦିରରେ ଜଣେ ଭକ୍ତ ଭାବରେ ପ୍ରବେଶ କରିଥିବା ଜଣେ ମହିଳା ଦେବୀଙ୍କ ଅଳଙ୍କାର ଚୋରି କରିଥିବା ଅଭିଯୋଗ ହୋଇଛି। ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। 
ସ୍ପଷ୍ଟ ଦିବାଲୋକରେ ମନ୍ଦିର ପରିସରରେ ହୋଇଯାଇଛି ଚୋରି। ଏହି ଘଟଣା ସାମ୍ନାକୁ ଆସିବା ପରେ ଭକ୍ତ ଏବଂ ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଯାାଇଛନ୍ତି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ ସଆଦତଗଞ୍ଜ ଅଞ୍ଚଳର ଘଟିଯାଇଛି ଏଭଳି ଘଟଣା। ଅଭିଯୋଗ ହେଉଛି ଯେ ଜଣେ ମହିଳା ଭକ୍ତ ବେଶରେ ଆସି ମନ୍ଦିରରେ ପ୍ରବେଶ କରିଥିଲେ। ସୁଯୋଗ ପାଇ ସେ ଦେବାଦେବୀଙ୍କ ଅଳଙ୍କାର ନେଇ ପଳାଇ ଯାଇଥିଲେ। ଏହି ସମଗ୍ର ଘଟଣାକ୍ରମ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବର ପାଇବା ପରେ ପୋଲିସ ସେହି ଅଭିଯୁକ୍ତ ମହିଳାଙ୍କୁ ଖୋଜୁଛି।

ରିପୋର୍ଟ ଅନୁଯାୟୀ, ମହିଳା ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତିରୁ ରୂପା ଛତା ଏବଂ ନାକ ମୁଦି କାଢ଼ି ଦେଇଥିଲେ। ଏହା ବ୍ୟତୀତ ମନ୍ଦିରରେ ବିରାଜିତ ପ୍ରଭୁ ଶ୍ରୀନାଥଜୀଙ୍କ ମୁକୁଟ ମଧ୍ୟ ଗାଏବ ହୋଇ ଯାଇଥିବା ଜଣାପଡ଼ିଛି। ଏହି ମନ୍ଦିରରୁ ଚୋରି ହେବା ଘଟଣା ସମ୍ପର୍କରେ ଖବର ପାଇବା ପରେ ମନ୍ଦିର ପରିଚାଳନା କମିଟି ଏବଂ ଭକ୍ତ ଚିନ୍ତିତ ହୋଇ ପଡ଼ିଥିଲେ। ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଯାହା ଜଣେ ସନ୍ଦିଗ୍ଧ ମହିଳାଙ୍କ ଗତିବିଧି ସମ୍ପର୍କରେ ଦର୍ଶାଇଥିଲା।

ଏହା ସହ ପଢନ୍ତୁ:  ବର୍ଷ ବର୍ଷ ଧରି ଡାକ୍ତରଙ୍କୁ ଲୁଟି ଚାଲିଥିଲେ ଘରୋଇ ସହାୟକ; କାରନାମା ଶୁଣିଲେ ଉଡ଼ିଯିବ ହୋସ୍

ଘଟଣାକୁ ନେଇ କ'ଣ କହିଲା ପୋଲିସ
ପୋଲିସ କହିଛି ଯେ ସେମାନେ ଲିଖିତ ଅଭିଯୋଗ ପାଇବା ପାଇଁ ଅପେକ୍ଷା କରିଛନ୍ତି। ଅଭିଯୋଗ ପାଇବା ପରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସମୟରେ, ଫୁଟେଜ୍ ଆଧାରରେ ମହିଳାଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚାଲିଛି। ପୋଲିସ ଏହା ମଧ୍ୟ ତଦନ୍ତ କରୁଛି ଯେ ମହିଳା ଜଣକ ଅପରାଧ କରିବାକୁ ଏକା ଆସିଥିଲେ କି ତାଙ୍କ ସହିତ ଆଉ କେହି ଜଡିତ ଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମନ୍ଦିରର ପୂଜକ ସିୟାରାମ ଅୱସ୍ଥୀ କହିଛନ୍ତି ଯେ ଏହି ଘଟଣା ସୋମବାର (ଅକ୍ଟୋବର ୨୬) ସକାଳ ସାଢେ ଆଠଟାରୁ ସାଢେ ନଅଟା ମଧ୍ୟରେ ଘଟିଛି। ତାଙ୍କ କହିବା ଅନୁଯାୟୀ, ଦେବୀ ମହାଲକ୍ଷ୍ମୀଙ୍କ ରୂପା ଛତା ଏବଂ ନାକ ମୁଦି ଚୋରି ହୋଇଛି। ହନୁମାନଗଡ଼ୀ ଠାରେ ସ୍ଥାପିତ ଶ୍ରୀନାଥଜୀଙ୍କ ମୁକୁଟ ମଧ୍ୟ ଗାଏବ ହୋଇଯାଇଛି। ସେ କହିଛନ୍ତି ଯେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ନେଅ ଏହି ଘଟମାର ତଦନ୍ତ କରୁଛି। ପୂଜକ ଏହା ମଧ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ଏବଂ ତାଙ୍କୁ ଜେରା କରାଯାଉଛି। ହେଲେ ସିସିଟିଭି ଫୁଟେଜ୍‌ରେ ଦେଖାଯାଉଥିବା ମହିଳା ଜଣଙ୍କ ଏବେ ମଧ୍ୟ ଫେରାର ଅଛନ୍ତି।