Videos
|
Crime

Ludhiana Jewellery Shop Theft / ମାତ୍ର ୧୦ ମିନିଟ୍‌ରେ ଲୁଟିନେଲେ ୧ ଲକ୍ଷର ଅଳଙ୍କାର! ଜୁଏଲରୀ ଦୋକାନରେ ଠକ ବାବାଙ୍କ କାରନାମା

Subhramjit Ray
Browse all articles by Subhramjit Ray
·19 mins ago·3 min read
ମାତ୍ର ୧୦ ମିନିଟ୍‌ରେ ଲୁଟିନେଲେ ୧ ଲକ୍ଷର ଅଳଙ୍କାର! ଜୁଏଲରୀ ଦୋକାନରେ ଠକ ବାବାଙ୍କ କାରନାମା
Baba Caught Stealing Jewellery (Photo Source: Social Media/AI)

Key Points

ପଞ୍ଜାବର ଲୁଧିଆନାସ୍ଥିତ ତାଜପୁର ରୋଡ୍‌ର ଏକ ଜୁଏଲରୀ ଦୋକାନରୁ ମାତ୍ର ୧୦ ମିନିଟ୍‌ରେ ୧ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ହୋଇଛି। ଜଣେ ଠକ ବାବା ଦୋକାନରେ ଥିବା ବ୍ୟବସାୟୀଙ୍କୁ କଥାରେ ଫସାଇ ଅଳଙ୍କାର ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ସମ୍ପୂର୍ଣ୍ଣ ଘଟଣା CCTVରେ କଏଦ ହୋଇଛି। ପୋଲିସ ତଦନ୍ତ ଜାରି ରଖିଛି।

ସଦ୍ୟ ପଞ୍ଜାବର ଲୁଧିଆନା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଏକ ଆଶ୍ଚର୍ଯ୍ୟଜନକ ଠକେଇ ଘଟଣା। ମାତ୍ର ୧୦ ମିନିଟ୍ ମଧ୍ୟରେ ଜଣେ ଠକ ବାବା ନିଜ ଦୋକାନରେ ବସିଥିବା ଜଣେ ଯୁବ ବ୍ୟବସାୟୀ ଯୁବକଙ୍କୁ ସମ୍ମୋହିତ କରି ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଳଙ୍କାର ଚୋରି କରି ନେଇଥିଲେ। ଏହି ଘଟଣା ତାଜପୁର ରୋଡ୍ ସ୍ଥିତ ସି.ଜେ ଜୁଏଲର୍ସ ଠାରେ ଘଟିଥିଲା। ଅଳଙ୍କାର ଲୁଟିବା ପରେ ଠକ ବାବା ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ହେଲେ ଏହି ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମ୍ପୂର୍ଣ୍ଣ ଘଟଣାକ୍ରମ କଏଦ ହୋଇଥିଲା। ଏହି ଭିଡି଼ଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ ସେହି ଠକ ବାବା ଜଣଙ୍କ କିପରି ସେହି ବ୍ୟବସାୟୀଙ୍କ ନିଜ କଥାରେ ଫସାଇବା ସହ ତାଙ୍କୁ ପ୍ରଳୋବିତ କରିବା ପରେ ଅଳଙ୍କାର ନେଇ ସେଠାରୁ ଚାଲି ଯାଇଥିଲେ। ପୋଲିସ ସିସିଟିଭି ଫୁଟେଜ୍ ଜବତ କରି ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଳଙ୍କାର ନେଇ ପଳାଇଲେ ବାବା
ରିପୋର୍ଟ ଅନୁସାରେ ଏହି ଘଟଣା ସୋମବାର (ନଭେମ୍ବର ୧୬) ଅପରାହ୍ନ ସମୟରେ ଘଟିଥିଲା। ସି.ଜେ. ଜୁଏଲର୍ସ ମାଲିକ କୌଣସି କାମରେ ବଜାର ଯାଇଥିଲେ। ତାଙ୍କ ବନ୍ଧୁ ମନୀଷ ତାଙ୍କ ଦୋକାନରେ ବସିଥିଲେ। ସେହି ସମୟରେ ଜଣେ ବାବା ସେହି ଅଳଙ୍କାର ଦୋକାନରେ ପ୍ରବେଶ କରିଥିଲେ। ସେ ମନୀଷଙ୍କ ସହିତ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ। ବାବା ଜଣଙ୍କ ମନୀଷୀଙ୍କୁ ତାଙ୍କର ସମସ୍ତ ଦୁଃଖ ଦୂର କରିବାର ପ୍ରତିଶୃତି ଦେଇଥିଲେ। କଥାବାର୍ତ୍ତା ପରେ ବାବା ମନୀଷଙ୍କୁ କିଛି ଦେଇଥିଲେ। ଏହାକୁ ନେବା ପରେ ମନୀଷ ସମ୍ପୂର୍ଣ୍ଣ ସମ୍ମୋହିତ ହୋଇଗଲେ। ଏପରିକି ସେହି ବାବାଙ୍କ ପ୍ରତ୍ୟେକ ଆଦେଶ ପାଳନ କରିବାକୁ ଲାଗିଥିଲେ। ହେଲେ ଏତିକି ବେଳେ ଦୋକାନରେ ଲାଗିଥିବା CCTV ରେ ସମଗ୍ର ଘଟଣାକ୍ରମ କଏଦ ହୋଇଥିଲା।

ଏହା ସହ ପଢନ୍ତୁ: ବୁର୍ଖା ପିନ୍ଧା ଗ୍ୟାଙ୍ଗ୍ ଡକାୟତି ଉଦ୍ୟମ ବିଫଳ! ପଡୋଶୀ ଚିତ୍କାର କରିବା ପରେ ମାରିଲେ ଛୁ...

ପ୍ରଥମେ ଫୁଙ୍କ ମାରିଲେ ବାବା, ପରେ ଅଳଙ୍କାର ହୋଇଗଲା ଗାଏବ
୧୦ ମିନିଟ୍ ର ଏହି CCTV ଭିଡିଓ ଫୁଟେଜ୍ ରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ, ବାବାଙ୍କ କଥାରେ ସମ୍ମୋହିତ ହେବା ପରେ ମନୀଷ ସୁନା ଏବଂ ହୀରା ନିର୍ମିତ ନାକର ନୋଥ (Nose Pins) ବାହାର କରିଥିଲେ। ପ୍ରଥମେ ବାବା ତାଙ୍କ ହାତରେ ସମସ୍ତ ଅଳଙ୍କାର ନେଇଥିଲେ ଏବଂ ଏହା ପରେ ସେ ମନୀଷଙ୍କୁ ଦେବା ସହ ତାଙ୍କୁ ତାଙ୍କ ହାତ ମୁଠା ବନ୍ଦ କରିବାକୁ କହିଥିଲେ। ଏପରି ସେହି ବାବା ଜଣଙ୍କ ନିଜ କଥାରେ ମନୀଷୀଙ୍କ ଫସାଇ ମନୀଷଙ୍କ ହାତରୁ ତାଙ୍କ ସୁନା ମୁଦି କାଢ଼ି ନେବାରେ ସଫଳ ହୋଇଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ବାବା ଜଣଙ୍କ ଏକ ମନ୍ତ୍ର ବୋଲୁଛନ୍ତି, ମନୀଷଙ୍କ ବନ୍ଦ ହୋଇଥିବା ହାତ ମୁଠାକୁ ଫୁଙ୍କିଛନ୍ତି ଏବଂ ତାଙ୍କ ବେକରେ ପଡ଼ିଥିବା ଏକ କପଡାକୁ ବୁଲାଉଛନ୍ତି। ଏହା ପରେ ବାବା ଜଣଙ୍କ ସେଠାରୁ ଚାଲି ଯାଉଛନ୍ତି।

ସମ୍ମୋହିତ କରି ଅଳଙ୍କାର ଲୁଟିନେଲେ ବାବା
ବାବା ଯିବାର କିଛି ସମୟ ପରେ ମନୀଷଙ୍କ ଧ୍ୟାନ ଭାଙ୍ଗିଥିଲା। ସେ ତାଙ୍କ ହାତକୁ ଦେଖିଲେ, ସେଥିରେ ସେ କୌଣସି ଅଳଙ୍କାର ପାଇଲେ ନାହିଁ। ସେତେବେଳେ ସେ ଅନୁଭବ କଲେ ଯେ ସେ କେତେ ବଡ଼ ଠକାମୀର ଶିକାର ହୋଇଛନ୍ତି। ଯେତେବେଳେ ଦୋକାନର ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ​​ଯେ ଘଟଣା ସମୟରେ ବାବାଙ୍କ ଅନ୍ୟ ଜଣେ ସହଯୋଗୀ ମଧ୍ୟ ଦୋକାନ ବାହାରେ ଜଗି ରହିଥିଲେ। ପୋଲିସ ନିକଟରେ ଏକ ରିପୋର୍ଟ ଦାଖଲ କରାଯାଇଛି। ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ଉଭୟ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: