Videos
|
Crime

Mahadev Betting App Case / ମହାଦେବ ବେଟିଂ ଆପ୍ ପ୍ରୋତ୍ସାହନ ମାମଲା; ଟିଭି ହୋଷ୍ଟ ଶେଫାଳି ବାଗାଙ୍କୁ ଇଡ଼ି ପକ୍ଷରୁ ଜେରା

Subhramjit Ray
Browse all articles by Subhramjit Ray
·2 months ago·2 min read
ମହାଦେବ ବେଟିଂ ଆପ୍ ପ୍ରୋତ୍ସାହନ ମାମଲା; ଟିଭି ହୋଷ୍ଟ ଶେଫାଳି ବାଗାଙ୍କୁ ଇଡ଼ି ପକ୍ଷରୁ ଜେରା
Mahadev Betting App Case

Key Points

ଏହି ମାମଲାରେ ଇଡି଼ ପୂର୍ବରୁ ଅନେକ ସେଲିବ୍ରିଟିଙ୍କୁ ଜେରା କରିସାରିଛି। ତଦନ୍ତକାରୀ ସଂସ୍ଥା ଦାବି କରିଛି ଯେ ଟିଭି ହୋଷ୍ଟ ଶେଫାଳି ବଗା କେବଳ ମହାଦେବ ବେଟିଂ ଆପ୍ କୁ ପ୍ରୋତ୍ସାହିତ କରିନଥିଲେ ବରଂ ଖେଳାଳିଙ୍କୁ ବେଟିଂ ଟିପ୍ସ ମଧ୍ୟ ଦେଇଥିଲେ।
TV host Shefali Bagga questioned by ED: ମହାଦେବ ଅନଲାଇନ୍ ବେଟିଂ ଆପ୍ ମାମଲା ସମ୍ପର୍କରେ ଗୁରୁବାର (ଜୁଲାଇ ୧୬) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିଭି ହୋଷ୍ଟ ଶେଫାଳି ବଗାଙ୍କୁ ଜେରା କରିଛି। ରାୟପୁର ଜୋନାଲ ଅଫିସ ଠାରେ ତାଙ୍କୁ କିଛି ଘଣ୍ଟା ଜେରା କରିଥିଲା ଇଡ଼ି (ED)। ପୂର୍ବରୁ ତାଙ୍କୁ ଜେରା କରିବା ପାଇଁ ସମନ କରାଯାଇଥିଲା, ହେଲେ ଇଡ଼ି ପାଖରେ ହାଜର ହୋଇନଥିଲା କିମ୍ବା ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇନଥିଲେ। ଇଡି଼ ଏବେ ଏହି ମାମଲାରେ ତାଙ୍କୁ ବିସ୍ତୃତ ଭାବରେ ଜେରା କରୁଛି।

ମହାଦେବ ବେଟିଂ ଆପ୍ ବେଆଇନ ପ୍ରୋତ୍ସାହନ ମାମଲାରେ ଇଡ଼ି ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ମାମଲାରେ ହୋଇଥିବା ତଦନ୍ତ ଅନୁଯାୟୀ ମହାଦେବ ଅନଲାଇନ୍ ବେଟିଂ ନେଟୱାର୍କ ସହିତ ଜଡି଼ତ ବ୍ୟବସାୟୀ ଖଞ୍ଜନ ଜଗଦୀଶ କୁମାର ଠକ୍କରଙ୍କ ସହ ଜଡି଼ତ ଶେଫାଳି ବଗାଙ୍କ (TV host Shefali Bagga) ନାମ ସାମ୍ନାକୁ ଆସିଛି। ତଦନ୍ତକାରୀ ସଂସ୍ଥା ଦାବି କରିଛି ଯେ ଖଞ୍ଜନ ଠକ୍କର ଭାରତରେ ବେଟିଂ ଆପ୍ସ ପରିଚାଳନା ଏବଂ ପ୍ରୋତ୍ସାହନରେ ଜଡି଼ତ ରହିଥିଲେ। ଯିଏ ମହାଦେବ ଅନଲାଇନ୍ ବୁକ୍ ସହିତ ଜଡି଼ତ ହାୱାଲା କାରବାରର ଜଣେ ପ୍ରମୁଖ ପରିଚାଳକ। ଏଜେନ୍ସି ଅଭିଯୋଗ କରିଛି ଯେ ଶେଫାଳି ବଗା ବିଦେଶରୁ, ବିଶେଷକରି ଦୁବାଇ ଏବଂ ଲଣ୍ଡନରୁ ପରିଚାଳିତ ବେଟିଂ ଆପ୍ସ ପ୍ରୋତ୍ସାହନରେ ତାଙ୍କର ଭୂମିକା ରହିଥିଲା।

ଏହା ସହ ପଢନ୍ତୁ: କିଏ ଏହି ବିଙ୍ଗସନ ଜନ୍? ଯିଏ ୩୦୦, 5-Star ହୋଟେଲକୁ ଲଗାଇଥିଲେ ଚୂନା

ଇଡ଼ି ଆଣିଛି ଗୁରୁତର ଅଭିଯୋଗ
ତଦନ୍ତ ସମୟରେ, ଇଡ଼ି ଅନେକ ଡିଜିଟାଲ୍ ପ୍ରମାଣ ଏବଂ ପ୍ରଚାରମୂଳକ ପେଜ୍ (Promotional Page) ପାଇଥିଲା। ଯାହା ଶେଫାଳି ବଗାଙ୍କୁ ବେଆଇନ୍ ବେଟିଂ ଆପ୍କୁ ପ୍ରୋତ୍ସାହନ (Promotion of Betting Apps) କରୁଥିବାର ଅଭିଯୋଗ ଆଣିଛି। ଏଜେନ୍ସି ଦାବି କରିଛି ଯେ ସେ କେବଳ ଏହି ଆପ୍ ପ୍ରୋତ୍ସାହିତ କରିନଥିଲେ ବରଂ ଖେଳାଳିଙ୍କୁ ବେଟିଂ ଟିପ୍ସ (Betting Tips) ମଧ୍ୟ ପ୍ରଦାନ କରିଥିଲେ। ଇଡ଼ି ଏହା ମଧ୍ୟ କହିଛି ଯେ ଶେଫାଳି ବଗାଙ୍କ ଏକ ଟେଲିଗ୍ରାମ ଚ୍ୟାନେଲ ରହିଛି। ଯେଉଁଠାରେ ସେ ଅବୈଧ ବେଟିଂ ଆପ୍ ପ୍ରୋତ୍ସାହିତ କରିଥିଲେ ଏବଂ ବେଟିଂ ଟିପ୍ସ ସେୟାର କରିଥିବାର ଅଭିଯୋଗ ହୋଇଛି। ED ବର୍ତ୍ତମାନ ତଦନ୍ତ କରୁଛି ଯେ ଏହି କାର୍ଯ୍ୟକଳାପ ବଦଳରେ ସେ କୌଣସି ଆର୍ଥିକ ଲାଭ ପାଇଥିଲେ ନାଁ ନାହିଁ। ଏହି ସମଗ୍ର ନେଟୱାର୍କରେ ତାଙ୍କର ଭୂମିକା କ'ଣ ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ED ପୂର୍ବରୁ ଏହି ମାମଲାରେ ବିକାଶ ଗର୍ଗଙ୍କୁ ଗିରଫ କରିସାରିଛି। ଶେଫାଳି ବଗାଙ୍କୁ ହୋଇଥିବା ଜେରା ଆଧାରରେ, ଏଜେନ୍ସି ମହାଦେବ ଅନଲାଇନ୍ ବେଟିଂ ନେଟୱାର୍କ, ହାୱାଲା କାରବାର ଏବଂ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିବିଶେଷଙ୍କ ଭୂମିକା ବିଷୟରେ ଅଧିକ ତଦନ୍ତ କରୁଛି। ED ପକ୍ଷରୁ ତଦନ୍ତ ବର୍ତ୍ତମାନ ଚାଲିଛି। ତଦନ୍ତ ପରେ ଏହି ମାମଲାରେ ଆହୁରି କାର୍ଯ୍ୟାନୁଷ୍ଠାନ ହୋଇପାରେ।