Videos
|
Crime

Jalna Loan Recovery Drama / ଋଣ ଆଦାୟ କରିବାକୁ ଗାଁରେ ପହଞ୍ଚିଲେ ଫାଇନ୍ସ କର୍ମଚାରୀ, ନୀଳ ସ୍ୟାହି ଫିଙ୍ଗିଲେ ଗ୍ରାମବାସୀ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଋଣ ଆଦାୟ କରିବାକୁ ଗାଁରେ ପହଞ୍ଚିଲେ ଫାଇନ୍ସ କର୍ମଚାରୀ, ନୀଳ ସ୍ୟାହି ଫିଙ୍ଗିଲେ ଗ୍ରାମବାସୀ
Microfinance Agent Ink Attack (Photo Source: Social Media/AI)

Key Points

ମହାରାଷ୍ଟ୍ରର ଜଲନା ଜିଲ୍ଲାରେ ଋଣ ଆଦାୟକୁ ନେଇ ଉତ୍ତେଜନା ଦେଖାଦେଇଛି। ମାଇକ୍ରୋଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀ ଋଣ ଆଦାୟ ପାଇଁ ଗାଁରେ ପହଞ୍ଚିବାରୁ ଗ୍ରାମବାସୀ ବିରୋଧ କରିଥିଲେ। ଏପରିକି ତାଙ୍କ ଉପରକୁ ନୀଳ ସ୍ୟାହି ଫିଙ୍ଗିଥିଲେ। ଜୋରଜବରଦସ୍ତ ଋଣ ଆଦାୟ ଯୋଗୁଁ ଚାଷୀଙ୍କ ମାନସିକ ଚାପ ବଢ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।




Jalna/Maharashtra (11/11): ସଦ୍ୟ ମହାରାଷ୍ଟ୍ରର ଜଲନା ଜିଲ୍ଲାରେ ଦେଖିବାକୁ ମିଳିଛି ହାଇ ଭୋଲଟେଜ ଡ୍ରାମା। ଏଠାରେ ଜଣେ ମାଇକ୍ରୋଫାଇନାନ୍ସ କମ୍ପାନୀ କର୍ମଚାରୀ ବକେୟା ଋଣ ଆଦାୟ ପାଇଁ ଏକ ଗ୍ରାମରେ ପହଞ୍ଚିଥିଲେ। ହେଲେ ଗାଁରେ ପହଞ୍ଚିବା ପରେ ଋଣ ଆଦାୟ କରିବାକୁ ନେଇ ଗ୍ରାମବାସୀ ତାତି ଉଠିଥିଲେ। କ୍ରୋଧିତ ଗ୍ରାମବାସୀ ସେହି କର୍ମଚାରୀଙ୍କ ଉପରେ ନୀଳ ସ୍ୟାହି ଫିଙ୍ଗିଥିଲେ। ସେମାନେ ଅଭିଯୋଗ କରି କହିଥିଲେ ଯେ ବାରମ୍ବାର ଚେତାବନୀ ଦିଆଯିବା ସତ୍ତ୍ୱେ,ଗାଁରେ ଜୋରଜବରଦସ୍ତ ଋଣ ଆଦାୟ କରିବା ଜାରି ରହିଛି।

ଏହି ଘଟଣା ଜାଲନା ଜିଲ୍ଲାର ଘନସାୱଙ୍ଗୀ ତାଲୁକା ଅଧିନସ୍ଥ ମଚ୍ଛିନ୍ଦ୍ରନାଥ ଚିଞ୍ଚୋଲି ଗ୍ରାମରେ ଘଟିଯାଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ମାଇକ୍ରୋଫାଇନାନ୍ସ କମ୍ପାନୀ କର୍ମଚାରୀ ଋଣ ଆଦାୟ କରିବାକୁ ଗାଁକୁ ଆସିଥିଲେ। ଋଣ ଆଦାୟ କରିବା ସମୟରେ ଗାଁ ଲୋକେ ତାଙ୍କୁ ବିରୋଧ କରିବା ସହ ତାଙ୍କ ଉପରକୁ ନୀଳ ସ୍ୟାହି ଫିଙ୍ଗିଥିଲେ।

ଏହା ସହ ପଢନ୍ତୁ: ଗୋଟିଏ ଘରେ ଭିତରେ ଲୁଚାଇ ରଖିଥିଲେ ଡ୍ରମ୍ ଭର୍ତ୍ତି ନୋଟ୍; ମାଟି ତାଡ଼ି ବାହାର କଲା ପୋଲିସ

ଚାଷୀଙ୍କ ଉପରେ ବଢୁଛି ମାନସିକ ଚାପ
ଗ୍ରାମବାସୀ କହିଛନ୍ତି ଯେ ସେମାନେ ଗାଁରେ ଜୋରଜବରଦସ୍ତ ଋଣ ଆଦାୟ ପ୍ରୟାସ ବିରୋଧରେ କମ୍ପାନୀ ପ୍ରତିନିଧିଙ୍କୁ ବାରମ୍ବାର ଚେତାବନୀ ଦେଇଛନ୍ତି। ହେଲେ ଏହା ସତ୍ତ୍ୱେ, ଫାଇନ୍ସ କର୍ମଚାରୀ ଗାଁକୁ ଆସି ଋଣ ନେଇଥିବା ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରୁଛନ୍ତି। ଯାହା ଚାଷୀ ଏବଂ ଗ୍ରାମବାସୀଙ୍କ ଉପରେ ମାନସିକ ଚାପ ବୃଦ୍ଧି କରୁଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗ୍ରାମବାସୀ କହିଛନ୍ତି ଯେ ଜୋରଜବରଦସ୍ତ ଋଣ ଆଦାୟର ଏହି ଅଭ୍ୟାସ ବନ୍ଦ ହେବା ଆବଶ୍ୟକ। ସେମାନେ ଅଭିଯୋଗ କରିଛନ୍ତି ଯେ ଋଣ ଆଦାୟ ପାଇଁ ପ୍ରୟୋଗ କରାଯାଉଥିବା ଚାପ ଲୋକଙ୍କୁ କଷ୍ଟ ଦେଉଛି। ଗ୍ରାମବାସୀ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ ଯଦି ଏପରି ଭାବରେ ଋଣ ଆଦାୟ କରିବା ପ୍ରୟାସ ଜାରି ରହେ ଏବଂ ଏହି ଚାପ ଯୋଗୁଁ କୌଣସି ଚାଷୀ କୌଣସି ଭୁଲ ପଦକ୍ଷେପ ନିଅନ୍ତି କିମ୍ବା ଆତ୍ମହତ୍ୟା କରନ୍ତି, ତାହେଲେ ସମ୍ପୃକ୍ତ ମାଇକ୍ରୋଫାଇନାନ୍ସ କମ୍ପାନୀ ସମ୍ପୂର୍ଣ୍ଣ ଭାବରେ ଦାୟୀ ରହିବ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏହି ପ୍ରସଙ୍ଗରେ ଜୋରାଦାର ଆଲୋଚନା ହେଉଛି। ଋଣ ଆଦାୟ ନାମରେ କୌଣସି ଚାପ କିମ୍ବା ବାଧ୍ୟବାଧକତା କରାଯିବା ଠିକ୍ ନୁହେଁ। ଋଣ ପ୍ରଦାନକାରୀ କମ୍ପାନୀ ସମ୍ବେଦନଶୀଳ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ବର୍ତ୍ତମାନ ଏହି ଘଟଣାର ଫଟୋ ଭିଡି଼ଓ ସ୍ଥାନୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଛି।