Videos
|
Crime

Prayagraj Police Raid UP / ଗୋଟିଏ ଘରେ ଭିତରେ ଲୁଚାଇ ରଖିଥିଲେ ଡ୍ରମ୍ ଭର୍ତ୍ତି ନୋଟ୍; ମାଟି ତାଡ଼ି ବାହାର କଲା ପୋଲିସ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଗୋଟିଏ ଘରେ ଭିତରେ ଲୁଚାଇ ରଖିଥିଲେ ଡ୍ରମ୍ ଭର୍ତ୍ତି ନୋଟ୍;  ମାଟି ତାଡ଼ି ବାହାର କଲା ପୋଲିସ
Prayagraj Police Raid UP

Key Points

ପ୍ରୟାଗରାଜର ନବାବଗଞ୍ଜ ଅଞ୍ଚଳର ପୋଲିସ ଏକ ଘରେ ମାଟି ତଳେ ପୋତାଯାଇଥିବା ତିନୋଟି ଡ୍ରମରେ ବିପୁଳ ପରିମାଣର ନଗଦ ଜବତ କରିଛି। ଏହି ପରିମାଣର ମୂଲ୍ୟ କୋଟି କୋଟି ହେବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଗଣନା ଏବଂ ତଦନ୍ତ ଚାଲିଛି।
ବୁଧବାର (ଅକ୍ଟୋବର ୨୯) ରାଜ୍ୟର ପ୍ରୟାଗରାଜ ଜିଲ୍ଲାରେ ଏକ ଚଢାଉ କରିଥିଲା ଉତ୍ତର ପ୍ରଦେଶ ପୋଲିସ। ​​ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଜିଲ୍ଲାର ଗଙ୍ଗାନଗର ଜୋନ ଅଧିନସ୍ଥ ନବାବଗଞ୍ଜ ଥାନା ଅଞ୍ଚଳର ଏକ ଘର ଭିତରେ ଖନନ କରିବା ସମୟରେ ତିନୋଟି ଡ୍ରମ୍ ଭର୍ତ୍ତି ନୋଟ୍ ଜବତ କରାଯାଇଥିଲା। ଏନେଇ ପୋଲିସ କହିବା ଅନୁଯାୟୀ, ଚୋରି ମାମଲାକୁ ଦମନ କରିବା ପାଇଁ ଏକ ଅଭିଯାନର ଅଂଶ ଭାବରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଉଦ୍ଧାର ହୋଇଥିବା ନଗଦର ପରିମାଣ ଏତେ ଅଧିକ ଥିଲା ଯେ ଜବତ ହୋଇଥିବା ଟଙ୍କାକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗଣନା କରାଯାଇ ନାହିଁ। ଅଧିକାରୀ ଆକଳନ କରୁଛନ୍ତି ଯେ ମୋଟ ପରିମାଣ ଲକ୍ଷ ଲକ୍ଷ ଟଙ୍କା ହୋଇପାରେ।

ସୂଚନାଦାତାଙ୍କ ଗୁଇନ୍ଦା ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୋଲିସ
ପୋଲିସ ଜଣେ ସୂଚନାଦାତାଙ୍କ ଠାରୁ ଗୁଇନ୍ଦା ସୂଚନା ପାଇଥିଲା ଯେ ନବାବଗଞ୍ଜ ଥାନା ଅଧିନସ୍ଥ ବରାଇପୁର ରାମନଗର ଗ୍ରାମର ଏକ ଘରେ ମାଟି ତଳେ ଚୋରି ଟଙ୍କା ପୋତାଯାଇଛି। ଖବର ପାଇବା ପରେ, ACP ସୋରାଓଁ ଏବଂ ACP ଫୁଲପୁରଙ୍କ ନେତୃତ୍ୱରେ ନବାବଗଞ୍ଜ ଏବଂ ସୋରାଓଁ ପୋଲିସ ଟିମ୍ ପକ୍ଷରୁ ଘଟଣାସ୍ଥଳରେ ମିଳିତ ଚଢାଉ କରାଯାଇଥିଲା। ପୋଲିସ କହିଛି ଯେ ପୋଲିସ କମିଶନର ଏବଂ ଅତିରିକ୍ତ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଡିସିପି ଗଙ୍ଗାନଗର ଏବଂ ଏଡିସିପି ଗଙ୍ଗାନଗରଙ୍କ ତତ୍ତ୍ୱାବଧାନରେ ଏହି ଚଢାଉ କରାଯାଇଥିଲା।

ଏହା ସହ ପଢନ୍ତୁ: ଥାନାରେ ନଥିଲେ ଅଫିସର; ନିଜେ ଟୋପି ପିନ୍ଧି SHO ପାଲଟିଗଲା ମଦୁଆ, ଆଉ ତା'ପରେ...

ଖନନ ସମୟରେ ମିଳିଲା ୩ ଡ୍ରମ୍
ତଲାସୀ ସମୟରେ ପୋଲିସ ଘର ଭିତରେ ଥିବା ସନ୍ଦେହଜନକ ସ୍ଥାନରେ ଖନନ କରିଥିଲେ। ମାଟି ତଳେ ପୋତା ହୋଇଥିବା ତିନୋଟି ପ୍ଲାଷ୍ଟିକ୍ ଡ୍ରମ୍ ଉଦ୍ଧାର କରାଯାଇଥିଲା। ପୋଲିସ ଡ୍ରମ୍ ଖୋଲିବା ସମୟରେ ସେଥିରେ ନୋଟ ଭର୍ତ୍ତି ହୋଇ ରହିଥିବାର ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ମାଟି ତଳେ ଡ୍ରମ୍ ଭିତରେ ରଖାଯାଇଥିବା ଟଙ୍କାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସମ୍ପୂର୍ଣ୍ଣ ନଗଦ ଟଙ୍କା ଏବଂ ଡ୍ରମ୍ ଜବତ କରି ସିଲ୍ କରାଯାଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗଣନା ପରେ ଜଣାପଡ଼ିବ ସମ୍ପୂର୍ଣ୍ଣ ପରିମାଣ: ପୋଲିସ
ଗଙ୍ଗାନଗର ଡିସିପି ସୋନମ କୁମାରଙ୍କ ଅନୁଯାୟୀ, ଉଦ୍ଧାର ହୋଇଥିବା ନଗଦ ପରିମାଣ ଆହୁରି ଅଧିକ ହୋଇପାରେ। ଜବତଲ ହୋଇଥିବା ଟଙ୍କାକୁ ବର୍ତ୍ତମାନ ଗଣନା କରାଯାଉଛି। ଗଣନା ସରିବା ପରେ ଯାଇ ଏହାର ମୋଟ ପରିମାଣ ଜଣାପଡ଼ିବ। ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେରା କରାଯାଉଛି।

ଏହା ସହ ପଢନ୍ତୁ: ମଦ ନିଶାରେ ମଦ୍ୟପଙ୍କ ଅଦ୍ଭୂତ କାଣ୍ଡ; ଟ୍ରାକ୍ ରେ ଦେଖିବା ମାତ୍ରେ ଲୋକ ପାଇଲଟ୍ ଲଗାଇଲେ ବ୍ରେକ୍

ଆର୍ଥିକ ଏବଂ ରାଜସ୍ୱ ବିଭାଗ ମଧ୍ୟ ସାମିଲ ହେବ
ପୋଲିସ ମାମଲା ବିଷୟରେ ସମ୍ପୃକ୍ତ ଆର୍ଥିକ ଏବଂ ରାଜସ୍ୱ ବିଭାଗକୁ ମଧ୍ୟ ସୂଚନା ଦେଇଛି। ଜବତ ନଗଦର ଉତ୍ସ ଏବଂ ଏହା ଚୋରି କିମ୍ବା ଅନ୍ୟ କୌଣସି ଅପରାଧିକ କାର୍ଯ୍ୟକଳାପ ସହିତ ଜଡି଼ତ ରହିଛି ନାଁ ନାହିଁ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି। ପୋଲିସ କହିଛି ଯେ ମାମଲାର ସମସ୍ତ ଆଇନଗତ ଦିଗ ତଦନ୍ତ କରାଯାଉଛି। ତଥ୍ୟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।