Videos
|
Crime

Maharashtra woman cop birthday sparks row / ଫ୍ଲାଏଓଭର ଉପରେ ଜନ୍ମଦିନ ପାଳି ବିବାଦରେ ପୋଲିସ ମ୍ୟାଡ଼ାମ୍; ଭିଡ଼ିଓ ଭାଇରାଲ ପରେ ତେଜିଲା ବିବାଦ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଫ୍ଲାଏଓଭର ଉପରେ ଜନ୍ମଦିନ ପାଳି ବିବାଦରେ ପୋଲିସ ମ୍ୟାଡ଼ାମ୍; ଭିଡ଼ିଓ ଭାଇରାଲ ପରେ ତେଜିଲା ବିବାଦ
Maharashtra woman cop birthday sparks row

Key Points

ଏକ ଭାଇରାଲ ଭିଡିଓରେ ଜଣେ ମହିଳା ପୋଲିସ ଅଧିକାରୀ ତାଙ୍କ ନୂତନ କାର୍ ରେ କେକ୍ କାଟୁଛନ୍ତି। ଏହାର ବନେଟ୍ ଉପରେ ପୋଜ୍ ଦେଉଛନ୍ତି ଏବଂ ମହାରାଷ୍ଟ୍ରର କରାଡ଼ ଅଞ୍ଚଳର ଏକ ଫ୍ଲାଏଓଭର ଉପରେ ପାଇରୋ ଗନ୍ ରୁ ଗୋଲ୍ଡେନ୍ ସ୍ପାର୍କିଂ ସହିତ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି।
ମହାରାଷ୍ଟ୍ରର କରାଡ଼ ଅଞ୍ଚଳରେ ଜଣେ ମହିଳା ପୋଲିସ ଅଧିକାରୀ ଜନ୍ମଦିନ ପାଳନକୁ ନେଇ ସୃଷ୍ଟି ହୋଇଛି ବିବାଦ। ମହିଳା ପୋଲିସ ଅଧିକାରୀ ଜଣଙ୍କ ଏକ ଫ୍ଲାଏଓଭର ଉପରେ ତାଙ୍କର ଜନ୍ମଦିନ ପାଳନ କରୁଥିବାର ଏକ ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ସେ ବିବାଦ ଘେରକୁ ଟଣା ହୋଇଛନ୍ତି। ଏହି ଫ୍ଲାଏଓଭର ଠାରେ କିଛି ଦିନ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।

ଭାଇରଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳି ପୋଲିସ ଅଧିକାରୀ ସୋନାଲ ପାଟିଲ ଗତ ଅକ୍ଟୋବର ୩୧ ତାରିଖରେ କୋହ୍ଲାପୁର ନାକା-ନାନ୍ଦଲାପୁର ଫ୍ଲାଏଓଭର ଠାରେ ରାତି ସମୟରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଏହି ଉତ୍ସବରେ କେକ୍ କାଟିବା, ଫଟୋଗ୍ରାଫ୍ ଏବଂ ଫୁଲତୋଡ଼ା ଥିଲା, ଯେତେବେଳେ ପାଇରୋ ଗନ୍ (Pyro Gun) ରୁ ଗୋଲ୍ଡେନ୍ ସ୍ପାର୍କିଂ (Golden Sparks) ଦୃଶ୍ୟକୁ ଆଲୋକିତ କରିଥିଲା। ଜନ୍ମଦିନ ପାଳନ ସମୟରେ ଏକ ରିଲ୍ ପାଇଁ ସୁଟିଂ କରାଯିବା ବେଳେ ପୋଲିସ୍ ମ୍ୟାଡ଼ାମ୍ ଜଣକ କାର ସାମ୍ନାରେ ପୋଜ୍ ଦେଇ ଏହାର ବନେଟ୍ ଉପରେ ବସିଥିବାର ମଧ୍ୟ ଦେଖାଯାଇଥିଲା।

ଏହା ସହ ପଢନ୍ତୁ: 'ମୁଁ ଡ୍ରିଙ୍କ କରିନଥିଲି, ହେଲେ ମୁଁ ମଦ୍ୟପାନ କରିଥିଲି'; ଭିଡ଼ିଓ ଭାଇରାଲ ପରେ ମହିଳା କନେଷ୍ଟବଳ ନିଲମ୍ବିତ  

ଏହି ଭାଇରାଲ୍ ଭିଡ଼ିଓ କ୍ଲିପ୍ ଏବେ ସମାଲୋଚନାର କାରଣ ହୋଇଛି। ଏକ ବ୍ୟକ୍ତିଗତ ଉତ୍ସବ ପାଇଁ ଏକ ସାର୍ବଜନୀନ ରାସ୍ତା ବ୍ୟବହାର ଏବଂ ସଡ଼କ ସୁରକ୍ଷା ନିୟମ ଲାଗୁ କରିବା ପାଇଁ ଦାୟୀ ଜଣେ ପୋଲିସ କର୍ମଚାରୀଙ୍କ ଦ୍ୱାରା ଟ୍ରାଫିକ୍ ନିୟମ ପ୍ରତି ସ୍ପଷ୍ଟ ଅବମାନନା ଉପରେ ପ୍ରଶ୍ନ ଉଠାଯାଇଛି। ଏହି ବିବାଦ ମଧ୍ୟ ଧ୍ୟାନ ଆକର୍ଷଣ କରିଛି। କାରଣ ଫ୍ଲାଏଓଭର କିଛି ଦିନ ପୂର୍ବରୁ ଏକ ମାରାତ୍ମକ ଦୁର୍ଘଟଣାର ସ୍ଥାନ ଥିଲା। ପ୍ରାୟ ୧୦-୧୫ ଦିନ ପୂର୍ବେ, କୋହ୍ଲାପୁର ଠାରୁ ସତାରା ଅଭିମୁଖେ ଯାଉଥିବା ଏକ କାର ସେହି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଘଟଣାସ୍ଥଳେ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ।

କୋହ୍ଲାପୁର ନାକା ଏବଂ ନନ୍ଦଲାପୁରକୁ ସଂଯୋଗ କରୁଥିବା ଏହି ୩.୫ କିଲୋମିଟର ଲମ୍ବା ଫ୍ଲାଏଓଭର କିଛି ମାସ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲା। ଯାତାୟାତ ପୁନର୍ବାର ଆରମ୍ଭ ହେବା ପରଠାରୁ, ଏହି ରାସ୍ତାରେ ଦ୍ରୁତ ଗତି ଏବଂ ସଡ଼କ ସୁରକ୍ଷା ଉପରେ ଚିନ୍ତା ପ୍ରକାଶ ପାଇଛି। ଭାଇରାଲ ଭିଡିଓ ମହିଳା ପୋଲିସ ଅଧିକାରୀଙ୍କ ଆଚରଣ ଏବଂ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ କି ନାହିଁ ତାହା ଉପରେ ପ୍ରଶ୍ନ ଉଠାଯାଉଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: