Pregnant Woman Burnt Alive / ଗର୍ଭବତୀ ମହିଳାଙ୍କୁ ମାଡ଼ ମାରିଲେ; ବେହୋସ୍ ଅବସ୍ଥାରେ ମୃତ ଭାବି ଜାଳିଦେଲେ
·1 day ago·2 min read

Key Points
ମଣିଷ ନା ରାକ୍ଷସ !
ଏକାବେଳେ ୨ଟି ଜୀବନ ନେଇଗଲେ
ଗର୍ଭବତୀ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ
ଏକାବେଳେ ୨ଟି ଜୀବନ ନେଇଗଲେ
ଗର୍ଭବତୀ ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ
ମୁମ୍ବାଇ: ମହାରାଷ୍ଟ୍ରର ଧୂଲେ ଜିଲ୍ଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଗର୍ଭବତୀ ମହିଳାଙ୍କୁ ବିବାଦ ସମୟରେ ଆକ୍ରମଣ କରାଯାଇଥିଲା । ଝଗଡ଼ା ସମୟରେ ସେ ଅଚେତ ହୋଇଯାଇଥିଲେ ଏବଂ ଅଭିଯୁକ୍ତମାନେ ତାଙ୍କୁ ମୃତ ଭାବି ଏକ ନିର୍ଜନ ପାହାଡ଼କୁ ନେଇଯାଇ ପ୍ରମାଣ ନଷ୍ଟ କରିବା ପାଇଁ ଜୀଅନ୍ତା ଜାଳି ଦେଇଥିଲେ । ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିବାଦର ପ୍ରକୃତ କାରଣ କଣ ଥିଲା ଓ ଏମିତି କଣ ପରିସ୍ଥିତି ଆସିଲା ଯେ ଅଭିଯୁକ୍ତମାନେ ଗର୍ଭବତୀଙ୍କୁ ମାଡ଼ ମାରିବାକୁ ପଛାଇଲେ ନାହିଁ, ସେସବୁକୁ ବିଚାରକୁ ନେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ପଢନ୍ତୁ ଏହି ଖବର: ଯୁବକଙ୍କୁ ତାଲିବାନୀ ଦଣ୍ଡ; ମୁଣ୍ଡ ଲଣ୍ଡା କରି ମୂତ୍ର ପିଆଇଲେ, ଏହା ଥିଲା କାରଣ
- ନିର୍ଜନ ଜଙ୍ଗଲକୁ ନେଇ ଜାଳିଦେଲେ
- କାହିଁକି ଗର୍ଭବତୀ ମହିଳାଙ୍କୁ ଆକ୍ରମଣ ?
ପଢନ୍ତୁ ଏହି ଖବର: ଯୁବକଙ୍କୁ ତାଲିବାନୀ ଦଣ୍ଡ; ମୁଣ୍ଡ ଲଣ୍ଡା କରି ମୂତ୍ର ପିଆଇଲେ, ଏହା ଥିଲା କାରଣ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୁକ୍ତମାନେ ଅଚେତ ମହିଳାଙ୍କୁ ମୃତ ଭାବି ପ୍ରମାଣ ନଷ୍ଟ କରିବାକୁ ଚାହୁଁଥିଲେ ଏବଂ ତାଙ୍କୁ ୨୭୫ କିଲୋମିଟର ଦୂର ଧୂଲେ-ସୋଲାପୁର ରାଜପଥ ନିକଟସ୍ଥ ଏକ ନିର୍ଜନ ପାହାଡିଆ ଅଞ୍ଚଳକୁ ନେଇ ଯାଇଥିଲେ । ସେଠାରେ ସେମାନେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହି ପୂରା ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଦୋହଲାଇ ଦେଇଛି । କାରଣ ଏକାବେଳେ ମଣିଷ ରୂପୀ ରାକ୍ଷସମାନେ ଦୁଇ ଦୁଇଟା ଜୀବନ ନେଇଛନ୍ତି । ଗର୍ଭବତୀଙ୍କୁ ମାଡ଼ ମାରିବା ବେଳେ ସେମାନେ ଗର୍ଭରେ ଥିବା ନିଷ୍ପାପ ଶିଶୁ ସମ୍ପର୍କରେ ମଧ୍ୟ ତିଳେ ଚିନ୍ତା କରିନଥିଲେ । ଶେଷରେ ଗର୍ଭବତୀ ମହିଳାଙ୍କୁ ନିର୍ମମ ଭାବେ ପିଟିବା ପରେ ତାଙ୍କୁ ଜୀଅନ୍ତା ଜାଳିଥିଲେ ।
Related Topics
Explore more stories