Killed Bird Over Fries / ଝିଅର ଖାଦ୍ୟ ପକ୍ଷୀ ନେଇଗଲା ବୋଲି ମାରିଦେଲେ, ହେଲା ୮ ମାସ ଜେଲ୍
·3 months ago·2 min read

Key Points
ଝିଅର ଖାଇଲା ବୋଲି ପକ୍ଷୀକୁ ହତ୍ୟା । ୮ ମାସ ଜେଲ୍ ଗଲେ ବାପା । ଆମେରିକାରେ ଘଟିଛି ଏଭିଳି ଘଟଣା ।
ନୂଆଦିଲ୍ଲୀ: ଝିଅ ଖାଉଥିଲେ ଫ୍ରେଞ୍ଚ୍ ଫ୍ରାଏ, ଆସି ନେଇଗଲା ସିଗଲ୍ (ସାମୁଦ୍ରିକ ପକ୍ଷୀ) । ଏହି ସାମାନ୍ୟ ଘଟଣାକୁ ନେଇ ଜଣେ ଆମେରିକୀୟ ପକ୍ଷୀଟିକୁ ମାରିଦେଲେ । ଆଉ ମାମଲାରେ ୩୦ ବର୍ଷୀୟ ଫ୍ରାଙ୍କଲିନ୍ ଜିଏଗ୍ଲେରଙ୍କୁ ୮ ମାସ ଜେଲ୍ ଦଣ୍ଡାଦେଶ ହୋଇଛି ।
ସୂଚନା ଅନୁସାରେ, ୨୦୨୪ ଜୁଲାଇ ମାସରେ ଏହି ଅଘଟଣ ଘଟିଥିଲା । ଉତ୍ତର ୱାଇଲ୍ଡଉଡ୍ ବୋର୍ଡୱାଲ୍କରେ ପକ୍ଷୀଟିକୁ ହତ୍ୟା କରାଯାଇଥିଲା । ଯେଉଁଥିପାଇଁ ଜିଏଗ୍ଲେରଙ୍କୁ ୨୬୩ ଦିନ ଜେଲ୍ରେ ବିତାଇବା ପରେ ଗତମାସରେ ମୁକ୍ତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ପୋଷା ବିଲେଇର ମୃତ୍ୟୁକୁ ସହି ନ ପାରି ଜଣେ ୨୦ବର୍ଷୀୟା ଛାତ୍ରୀଙ୍କ ଆତ୍ମହତ୍ୟା
ଏହି ମାମଲାରେ ଜିଏଗ୍ଲେରଙ୍କୁ କୋର୍ଟ ୨୫୦ ଡଲାର ଜରିମାନା କରିଛନ୍ତି । ଜିଏଗ୍ଲେର କୋର୍ଟରେ ତାଙ୍କ ଦୋଷ ମାନିଛନ୍ତି । ହିଂସ୍ର ହୋଇ ପକ୍ଷୀଟିକୁ ହତ୍ୟା କରିଥିବା କେପ୍ ମେ କଣ୍ଟ୍ରି କୋର୍ଟରେ କହିଛନ୍ତି । ଏନେଇ ନ୍ୟୁୟର୍କ ପୋଷ୍ଟରେ ପ୍ରକାଶି ହୋଇଛି ।
କୋର୍ଟଙ୍କ ରାୟ ପରେ ଜିଏଗ୍ଲେର ଜେଲ୍ରୁ ବାହାରିଛନ୍ତି । ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ୨୦୨୪ ଜୁଲାଇ ୬ରେ ମୋରେ ପିୟର୍ସରୁ ଜିଏଗ୍ଲେରଙ୍କୁ ଗିରଫ କରାଯାଇଥିଲା । ଜିଏଗ୍ଲେର ସିଗଲ୍ ପକ୍ଷୀକୁ ହତ୍ୟା କରିଥିବା ବୟାନ ଦେଇଥିଲେ ପ୍ରତ୍ୟକ୍ଷଦର୍ଶୀ ।
ସୂଚନା ଅନୁସାରେ, ଜିଏଗ୍ଲେରଙ୍କ ଝିଅ ଘଟଣା ଦିନ ଫ୍ରେଞ୍ଚ ଫ୍ରାଏ ଖାଉଥିଲା । ସେହି ସମୟରେ ପକ୍ଷୀଟି ଫ୍ରେଞ୍ଚ ଫ୍ରାଏ ନେଇଯିବାକୁ ଉଦ୍ୟମ କରିବା ବେଳେ ଜିଏଗ୍ଲେର ଧରି ନେଇଥିଲେ । ସିଗଲ୍କୁ ସେଇଠି ସମସ୍ତଙ୍କ ଆଗରେ ମାରି ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ଦିନରେ ଖୁଆନ୍ତି ଖାଦ୍ୟ, ରାତିରେ କରନ୍ତି ଚୋରି; କେମିତି ଚୋରକୁ ଧରିଲା ପୋଲିସ ?
ଏହାପରେ ପକ୍ଷୀଟିକୁ ଫିଙ୍ଗିବା ଲାଗି ସାଥି କର୍ମଚାରୀଙ୍କୁ ଏକ ଅଳିଆ ବ୍ୟାଗ ମାଗିଥିଲେ ଜିଏଗ୍ଲେର । ଏହାକୁ ଗ୍ରାଣ୍ଡ ଜୁରୀ ୨୦୨୫ ଜୁନ୍ ୨୬ରେ ପଶୁ ପ୍ରତି ହିଂସା ଭାବେ ବର୍ଣ୍ଣନା କରିଥିଲେ । ପକ୍ଷୀ ପ୍ରେମୀ, ଜିଏଗ୍ଲେରଙ୍କୁ ୮ ମାସ ଜେଲ୍ ଦଣ୍ଡକୁ ନାପସନ୍ଦ କରିଛନ୍ତି ।
ପକ୍ଷୀ ପ୍ରେମୀଙ୍କ ଅନୁସାରେ, "ଦିବାଲୋକରେ ସମସ୍ତଙ୍କ ଆଗରେ ବିଶେଷକରି ଛୁଆ ଆଗରେ ପକ୍ଷୀକୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏଥିପାଇଁ ମାତ୍ର ୮ ମାସ ଜେଲ୍ ଗ୍ରହଣୀୟ ନୁହେଁ । FBI ମଧ୍ୟ ଘରୋଇ ହିଂସା ଓ ପଶୁ ହିଂସା ବିଷୟରେ ଅବଗତ । କୋର୍ଟ ଏହି ପ୍ରଜାତିର ସୁରକ୍ଷାରେ ବିଫଳ ହୋଇଛନ୍ତି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories