Duga Marla case Jharkhand / ମୃତ ଭାବି ଜୀବିତ ବ୍ୟକ୍ତିଙ୍କ ଶ୍ରାଦ୍ଧ ଦେଲେ ପରିବାର; ଗୋରଖପୁର କୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ
·1 hour ago·2 min read

Key Points
ଦୁଗା ମାର୍ଲା, ଯାହାଙ୍କୁ ତାଙ୍କ ପରିବାର ମୃତ ଭାବି ଶେଷକୃତ୍ୟ କରିଥିଲେ, ସେ ପ୍ରାୟ ୬ ବର୍ଷ ପରେ ଗୋରଖପୁର ଜେଲରେ ଜୀବିତ ଅଛନ୍ତି। ଏକ ହତ୍ୟା ମାମଲାରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛି। ଯାହା ତାଙ୍କ ପରିବାର ଏବଂ ଗାଁ ଲୋକଙ୍କୁ ଚକିତ କରିଦେଇଛି।
Duga Marla found alive Gorakhpur jail: ପ୍ରାୟ ୬ ବର୍ଷ ରହସ୍ୟମୟ ଭାବରେ ନିଖୋଜ ହୋଇଥିବା ଜଣେ ବ୍ୟକ୍ତି ଜୀବିତ ଅଛନ୍ତି। ଆଉ ତାଙ୍କୁ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଝାଡ଼ଖଣ୍ଡର ଗୋଇଲକେରା ଥାନା ଅଧିନସ୍ଥ ଆରାହାସା ପଞ୍ଚାୟତ ଅଞ୍ଚଳର ବୋରୋଇ ଗ୍ରାମର ଦୁଗା ମାର୍ଲା ଓରଫ ଦୋଗେ। ଯିଏ ୬ ବର୍ଷ ପୂର୍ବେ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଥିଲେ। ହେଲେ ଦୋଗେ ଏବେ ଜୀବିତ ଅଛନ୍ତି। ତାଙ୍କୁ ତାଙ୍କ ପରିବାର ଲୋକ ମୃତ ମନେ କରି ତାଙ୍କର ଶେଷକୃତ୍ୟ କରି ଦେଇଥିଲେ। ହେଲେ ସେ ଉତ୍ତର ପ୍ରଦେଶର ଗୋରଖପୁର ଜେଲରେ ବନ୍ଦୀ ଅଛନ୍ତି। କୋର୍ଟ ତାଙ୍କୁ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।
୨୦୨୦ ରେ ହଠାତ୍ ନିଖୋଜ ହୋଇଗଲେ ଦୋଗେ
ରିପୋର୍ଟ ଅନୁଯାୟୀ, ୩୮ ବର୍ଷୀୟ ଦୁଗା ମାର୍ଲା, ୨୦୨୦ ରେ ସୋନୁଆ ବ୍ଲକର ନୂୱାଗାଓଁରେ ତାଙ୍କ ଭଉଣୀଙ୍କ ଘରକୁ ଯାଇଥିଲେ। ସେଠାରୁ ସେ ହଠାତ୍ ତାଙ୍କ ସ୍ତ୍ରୀ ଏବଂ ତିନି ପିଲାଙ୍କୁ ଛାଡି଼ ନିଖୋଜ ହୋଇ ଯାଇଥିଲେ। ହେଲେ ଯେତେବେଳେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିଲା ନାହିଁ, ସେତେବେଳେ ତାଙ୍କ ପରିବାର ତାଙ୍କୁ ମୃତ ବୋଲି ଧରି ନେଇ ପରମ୍ପରା ଅନୁଯାୟୀ ତାଙ୍କର ଶେଷକୃତ୍ୟ କରିଥିଲେ। ଦୁଗାଙ୍କ ନିଖୋଜ ହେବା ପରେ, ତାଙ୍କ ସ୍ତ୍ରୀ ଅନ୍ୟତ୍ର ବିବାହ କରିଥିଲେ। ଅନ୍ୟପଟେ ତାଙ୍କ ଭାଇ ସେଡ଼ଗା ମାର୍ଲା ତାଙ୍କ ପିଲାଙ୍କ ଲାଳନ ପାଳନ କରିଥିଲେ।
ଏହା ସହ ପଢନ୍ତୁ: ପ୍ରଥମେ ମନ୍ଦିରରେ କଲେ ପ୍ରବେଶ, ପରେ ମୂର୍ତ୍ତି ନେଇ ପୋଖରୀରେ ମାରିଲେ ଡିଆଁ; ରହସ୍ୟଘେରରେ ହାଇଦ୍ରାବାଦ ଇଞ୍ଜିନିୟରଙ୍କ ମୃତ୍ୟୁ
ହତ୍ୟା ଅଭିଯୋଗରେ ଗୋରଖପୁର କୋର୍ଟ ଶୁଣାଇଲେ ଦଣ୍ଡାଦେଶ
ବୁଧବାର (ଜୁଲାଇ ୨୨), ତାଙ୍କ ପରିବାରକୁ ଖବର ଦିଆଯାଇଥିଲା ଯେ ଦୋଗେ ଜୀବିତ ଅଛନ୍ତି। ତାଙ୍କୁ ଗୋରଖପୁର କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଉପଲବ୍ଧ ପ୍ରମାଣ ଆଧାରରେ, ଗୋରଖପୁରର ଅତିରିକ୍ତ ସେସନ୍ସ ଜଜ୍ ନୀତିନ କୁମାର ଠାକୁରଙ୍କ କୋର୍ଟ, ଦୋଗେଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ଏବଂ ହଜାରେ ଟଙ୍କାର ଜରିମାନା ଲଗାଇଛନ୍ତି।
ଅଭିଯୋଗ ଅନୁଯାୟୀ, ଏହି ହତ୍ୟା ଘଟଣା ଗତ ୨୦୨୧ ଅକ୍ଟୋବର ୧୫ ତାରିଖରେ ଘଟିଥିଲା। ପିପରାଇଚ୍ ଥାନା ଅଞ୍ଚଳର ଉନୌଲା ଦୋୟାମର ବାସିନ୍ଦା ମହାଜନ ରାତିରେ ରେଳ ଷ୍ଟେସନ ଦେଇ ଯାଉଥିଲେ। ଅଭିଯୁକ୍ତ ଦୋଗେ ଇଟାରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଯାହା ଫଳରେ ଘଟଣାସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲା। ତଦନ୍ତ ସମୟରେ, ପୋଲିସ ଦୋଗେଙ୍କୁ ଗିରଫ କରି ଜେଲ ପଠାଇଥିଲା।
ହ୍ୱାଟସଆପ୍ ମେସେଜକୁ ଭାବିଥିଲେ ନକଲି
ପରିବାର ସଦସ୍ୟ ଗତ ୨୯୦୨୫ ଅକ୍ଟୋବରରେ ଏକ ଅଜଣା ନମ୍ବରରୁ ଏକ ହ୍ୱାଟସଆପ୍ ମେସେଜ୍ ପାଇବା କଥା କହିଥିଲେ। ଯେଉଁଥିରେ ଦୋଗେ ଗୋରଖପୁର ଜେଲରେ ବନ୍ଦୀ ଥିବାର କୁହାଯାଇଥିଲା। ହେଲେ ପରିବାର ବର୍ଗ ଏହାକୁ ଏକ ନକଲି ମେସେଜ ଭାବି ବୋଲି ଭାବି ଏହାକୁ ଅଣଦେଖା କରିଥିଲେ। ଏବେ କୋର୍ଟ ରାୟ ଆସିବା ପରେ, ଦୋଗେଙ୍କ ବଞ୍ଚି ରହିଥିବା ଖବର ଗାଁ ଏବଂ ପରିବାର ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Man found alive in Gorakhpur jailMissing man found alive after funeral ritesGorakhpur jail life imprisonment caseDuga Marla found alive Gorakhpur jailMan presumed dead by family found alive in jailMan serving life sentence after family did last ritesGorakhpur jail inmate presumed dead by familyJharkhand man missing 6 years found in UP jail