Revenge Murder / ଦିନ ଦ୍ୱି-ପ୍ରହରରେ ଗୋଡ଼ାଇ ଗୋଡ଼ାଇ ହତ୍ୟା; ବାଇକ୍ରେ ଯାଉଥିବା ବେଳେ କାଟିଦେଲା ତଣ୍ଟି
·1 hour ago·2 min read

Key Points
ପରକୀୟା ପ୍ରୀତି... ପଡ଼ୋଶୀ... ପାପ
ପଡ଼ୋଶୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପଡ଼ୋଶୀ
ମଞ୍ଚେଶ୍ୱର ଗାଡ଼କଣରେ ଗଡ଼ିଲା ମୁଣ୍ଡ
ପଡ଼ୋଶୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପଡ଼ୋଶୀ
ମଞ୍ଚେଶ୍ୱର ଗାଡ଼କଣରେ ଗଡ଼ିଲା ମୁଣ୍ଡ
ଭୁବନେଶ୍ଵର: ବୟସର ଅପରାହ୍ନରେ ପରକୀୟା ପ୍ରୀତି ମହଙ୍ଗା ପଡ଼ିଛି । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ପରକୀୟା ପ୍ରୀତିର ଭୟଙ୍କର ତଥା କରୁଣ ପରିଣତି । ମଞ୍ଚେଶ୍ୱର ଥାନା ଗାଡ଼କଣ ସାଇବିହାର ବସ୍ତି କୁଞ୍ଜରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ ।
ଶନିବାର ସକାଳ ପ୍ରାୟ ୧୧ଟା । ମଞ୍ଚେଶ୍ୱର ଗାଡ଼କଣ ସାଇ ବିହାର ବସ୍ତି କୁଞ୍ଜ ଦେଇ ମନ୍ଦିରରୁ ବାଇକ୍ରେ ଫେରୁଥିଲେ ବସ୍ତିର ପୂର୍ବତନ ସଭାପତି ସୁଶୀଲ ସିଂ । କେହି କିଛି ବୁଝିବା ପୂର୍ବରୁ ହଠାତ୍ ଅତର୍କିତ ଭାବେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପେଟ ଆଉ ବେକକୁ ଛୁରୀରେ ହାଣି ଚାଲିଲା ଅଭିଯୁକ୍ତ ।
ଏଥିସହ ପଢ଼ନ୍ତୁ: ଜେନେରାଲ ବଗିରେ ବାଡ଼ିଆପିଟା; ପିଟିପିଟି ନେଲେ ଯାତ୍ରୀଙ୍କ ଜୀବନ
ପଡ଼ୋଶୀ, ପରକୀୟା ପ୍ରୀତି...
ଘଟଣାସ୍ଥଳରେ ହିଁ ସୁଶୀଲ ସିଂଙ୍କର ମୃତ୍ୟୁ ହୋଇଥିବା ବେଳେ ହତ୍ୟାକାରୀ ସାଜିଥିଲା ତାଙ୍କରି ପଡ଼ୋଶୀ ନୀଳକଣ୍ଠ ମହାନ୍ତି । ଏହି ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରୀତିର କାହାଣୀ ଥିବା ନେଇ ଅଭିଯୁକ୍ତର ସ୍ତ୍ରୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।
୬ ମାସ ତଳେ ନୀଳକଣ୍ଠ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ସମାଧାନ ପାଇଁ କଥା ପହଞ୍ଚିଥିଲା ବସ୍ତି ସଭାପତି ସୁଶୀଲ ସିଂଙ୍କ ପାଖରେ । ସୁଶୀଲ ସମାଧାନ କରିବା ବଦଳରେ ନୀଳକଣ୍ଠଙ୍କୁ ତାଙ୍କ ସ୍ତ୍ରୀକୁ ଘରୁ ବାହାର କରିଦେବାକୁ କହିଥିଲେ । ପରେ ସ୍ୱାମୀ-ସ୍ତ୍ରୀଙ୍କ କଳି ମହିଳା ଥାନାରେ ପହଞ୍ଚିଥିଲା ଏବଂ ନୀଳକଣ୍ଠ ଜେଲ୍ ଯାଇଥିଲେ ।
ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ନୀଳକଣ୍ଠ ଜେଲ୍ରେ ଥିବା ବେଳେ ସୁଶୀଲ ସିଂ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶୈଳଶ୍ରୀବିହାର ଅଞ୍ଚଳର ଏକ ଘରକୁ ନେଇ ଦୁଷ୍କର୍ମ କରିଥିଲେ । ପରବର୍ତ୍ତୀ ସମୟରେ ସୁଶୀଲ ତାଙ୍କୁ ଧୋକା ଦେଇଥିଲେ ।
ଜେଲ୍ରୁ ଫେରିବା ପରେ ଏକଥା ଜାଣିବାକୁ ପାଇଥିଲେ ସ୍ୱାମୀ ନୀଳକଣ୍ଠ ମହାନ୍ତି । ଆଉ ସେବେଠାରୁ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ । ଶନିବାର ସୁଶୀଲ ମନ୍ଦିରରୁ ଫେରୁଥିବା ବେଳେ ନୀଳକଣ୍ଠ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛି ନୀଳକଣ୍ଠ ।
ଏଥିସହ ପଢ଼ନ୍ତୁ: ରାଜଧାନୀରୁ ରାୟଗଡ଼ା... କାହିଁକି ହିଂସ୍ର ପାଲଟି ଯାଉଛି ମଣିଷ ?
ପୋଲିସ ଏହି ମାମଲାରେ ଅଭିଯୁକ୍ତ ନୀଳକଣ୍ଠ ମହାନ୍ତିକୁ ଗିରଫ କରିବା ସହ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ବସ୍ତି ବାସିନ୍ଦାମାନଙ୍କୁ ପଚରାଉଚରା କରିବା ସହ ଅଞ୍ଚଳର ସିସିଟିଭି ଫୁଟେଜ୍ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।
ହତ୍ୟାକାଣ୍ଡ ପଛରେ ପ୍ରକୃତରେ ପରକୀୟା ପ୍ରୀତି ଓ ପ୍ରତିଶୋଧ ରହିଛି ନା ଏହା ପଛରେ ଆଉ କିଛି ବଡ଼ କାରଣ ରହିଛି, ସେ ନେଇ ମଞ୍ଚେଶ୍ୱର ଥାନା ପୋଲିସ ସମସ୍ତ ଦିଗକୁ ନେଇ ତନାଘନା ତଦନ୍ତ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories