Videos
|
Crime

Mau AI fake death case UP / ପୋଲିସ ଜାଲରେ ହତ୍ୟା ଅଭିଯୁକ୍ତ; ଏଆଇ ସହାୟତାରେ ଛେଳିକୁ ନେଇ କରିଥିଲେ ନିଜର ଶବଦାହ

Subhramjit Ray
Browse all articles by Subhramjit Ray
·1 hour ago·3 min read
ପୋଲିସ ଜାଲରେ ହତ୍ୟା ଅଭିଯୁକ୍ତ; ଏଆଇ ସହାୟତାରେ ଛେଳିକୁ ନେଇ କରିଥିଲେ ନିଜର ଶବଦାହ
Mau AI fake death case UP

Key Points

ମଉ ଜିଲ୍ଲାରେ ଜଣେ ହତ୍ୟା ସନ୍ଦିଗ୍ଧ ବ୍ୟକ୍ତି ମୃତ ଶରୀରର ଚିତ୍ର ତିଆରି କରିବା ପାଇଁ AI ବ୍ୟବହାର କରି, ଛେଳିର ଶବଦାହ କରି ଏବଂ ଏକ ନକଲି ମୃତ୍ୟୁ ପ୍ରମାଣପତ୍ର ହାସଲ କରି ନିଜକୁ ମୃତ ପ୍ରମାଣିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।
ସଦ୍ୟ ଉତ୍ତର ପ୍ରଦେଶର ମଉ ଜିଲ୍ଲାରୁ ଆସିଛି ଏକ ତାଜୁବ କରି ଦେବା ଭଳି ଘଟଣା। ପୂର୍ବରୁ ଜିଲ୍ଲାରେ ହୋଇଥିବା ଏକ ହତ୍ୟା ମାମଲାରେ ଜଡ଼଼ିତ ରହିଥିବା ଜଣେ ବ୍ୟକ୍ତି ନିଜକୁ ବଞ୍ଚାଇବାକୁ ଯାଇ ନିଜେ ନିଜକୁ ମୃତ ଘୋଷଣା କରିଥିଲେ। ଏପରିକି ସେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରି ଶ୍ମଶାନରେ ଚିତାରେ ଶୋଇଥିବା ଏକ ମୃତ ଶରୀରର ପ୍ରତିଛବି ସୃଷ୍ଟି କରିଥିଲେ। ଏହା ପରେ ପ୍ରକୃତ ଶରୀର ବଦଳରେ ଏକ ଛେଳିର ଦାହ ସଂସ୍କାର କରିଥିଲେ। ଏବେ ଏଭଳି କାରନାମା କରି ବେଶ ଲମ୍ବା ସମୟ ଧରି ଫେରାର ରହିଥିବା ଜଣେ ଅଭିଯୁକ୍ତଙ୍କୁ ମଉ ଜିଲ୍ଲା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଜଣଙ୍କ ଫିଲ୍ମ ଷ୍ଟାଇଲ୍‌ ରେ ଷଡ଼ଯନ୍ତ୍ର କରି ପ୍ରାୟ ଦେଢ ବର୍ଷ ଧରି ଫେରାର ରହିଥିଲେ। ଅଭିଯୁକ୍ତ ଜଣକ ଗାଜିପୁର ଠାରେ ତାଙ୍କ ମୃତ୍ୟୁ ଏବଂ ଶବଦାହ ପାଇଁ ନକଲି କାଗଜପତ୍ର ତିଆରି କରିଥିଲେ ଏବଂ ନକଲି ମୃତ୍ୟୁ ପ୍ରମାଣପତ୍ର ବ୍ୟବହାର କରି କୋର୍ଟ୍ ରେ ନିଜକୁ ମୃତ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ।

ମଉ ସହର ପୋଲିସ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (SOG) ଏବଂ ସର୍ଭେଲାନ୍ସ ଟିମ୍ ସହାୟତାରେ, ରବିବାର (ଅକ୍ଟୋବର ୨୫) ରେ ଖ୍ୱାଜାଜାହାଁପୁର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଥିଲା। ପୋଲିସ କହିବା ଅନୁଯାୟୀ ଗିରଫ ଅଭିଯୁକ୍ତ ରାଜୁ ଓରଫ ରାଜକୁମାର ରାଜଭର (୩୮), ମଉ ଟାଉନ୍ ଥାନା, ଖ୍ୱାଜାଜାହାଁପୁର ନିବାସୀ ସ୍ୱର୍ଗତ ରାମନାଥଙ୍କ ପୁଅ। ସେ ଗତ ୨୦୧୬ ରେ ଯୋଗେଶ ସିଂହଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ହତ୍ୟା ମାମଲାର ବିଚାର ଚାଲିଥିବା ସମୟରେ ସେ ନିଜ ମୃତ୍ୟର ମିଛ କାହାଣୀ ଗଢିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ କୋର୍ଟରେ ଜାଲ କାଗଜପତ୍ର ଦାଖଲ କରିଥିଲେ।

୧୦ ବର୍ଷ ପୂର୍ବେ ଯୋଗେଶ ସିଂହଙ୍କ ହୋଇଥିଲା ହତ୍ୟା
ଏହି ହତ୍ୟା ମାମଲା ଗତ ୨୦୧୬ ଡିସେମ୍ବର ୧୯ ତାରିଖରେ ଘଟିଥିଲା। ଯୋଗେଶ ସିଂହଙ୍କୁ ମୁନସିପୁରା ରେଳ ଲାଇନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣା ପରେ, ମୃତକଙ୍କ ଭଣଜା ଅବିନାଶ ସିଂହଙ୍କ ଅଭିଯୋଗ ଆଧାରରେ ରାଜୁ ଓରଫ ରାଜକୁମାର ରାଜଭର ଏବଂ ତାଙ୍କ ବନ୍ଧୁ ସୁଦର୍ଶନ ରାଜଭରଙ୍କ ବିରୋଧରେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା। ପୋଲିସ କହିବା ଅନୁଯାୟୀ, ଭାରତୀୟ ଦଣ୍ଡ ସଂହିତା (ବିଏନଏସ) ଧାରା ୩୦୨ ଅନୁଯାୟୀ ମାମଲା ରୁଜୁ ହୋଇଛି। କୋର୍ଟରେ ଏହି ମାମଲାର ବିଚାର ଚାଲିଛି।

AI ବ୍ୟବହାର କରି ପ୍ରସ୍ତୁତ କରିଥିଲେ ମୃତଦେହର ପ୍ରତିଛବି; ଛେଳିର କରାଯାଇଥିଲା ଦାହ ସଂସ୍କାର
ପୋଲିସ ଅନୁଯାୟୀ, ଅଭିଯୁକ୍ତ ଗତ ବର୍ଷ ମେ ୩୦ ତାରିଖରେ ଗାଜିପୁର ଠାରେ ନିଜକ ମୃତ ବୋଲି ଘୋଷଣା କରିବାକୁ ଷଡ଼ଯନ୍ତ୍ର କରିଥିଲା। ଏହି ଯୋଜନା ଆଧାରରେ, ଏଆଇ (AI) ଦ୍ୱାରା ଏକ ଶ୍ମଶାନରେ ଏକ ଶବଦାହ ଚିତାରେ ପଡ଼ିଥିବା ଏକ ମୃତ ଶରୀରର ପ୍ରତିଛବି ବ୍ୟବହାର କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ନିଜ ମୃତ୍ୟୁକୁ ସତ ବୋଲି ପ୍ରମାଣିତ କରିବାକୁ ଯାଇ ଶବଦାହ ଯାତ୍ରା ଏବଂ ଶେଷକୃତ୍ୟର ପ୍ରତିଛବି ମଧ୍ୟ AI ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ମୃତ୍ୟୁ ଏବଂ ଶବଦାହ ପ୍ରମାଣପତ୍ର ସମେତ ଅନ୍ୟାନ୍ୟ ଦସ୍ତାବିଜ ତିଆରି କରାଯାଇଥିଲା। ପୋଲିସ କହିଛି ଯେ ଅଭିଯୁକ୍ତ ଏହି ଦସ୍ତାବିଜ ଆଧାରରେ ମଉ ପୌରପାଳିକାରୁ ଏକ ନକଲି ମୃତ୍ୟୁ ପ୍ରମାଣପତ୍ର ପାଇଥିଲା। ଏହା ପରେ ସେ ନିଜକୁ ମୃତ ପ୍ରମାଣିତ କରିବାକୁ ଚେଷ୍ଟା କରିବା ପାଇଁ କୋର୍ଟରେ ସମ୍ପର୍କିତ ଦସ୍ତାବିଜ ଦାଖଲ କରିଥିଲେ। ପରେ ଫେରାର୍ ହୋଇଯାଇଥିଲେ। ହେଲେ ତଥାପି ତଦନ୍ତ ପରେ ପୋଲିସ ତାଙ୍କର କଥିତ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରି ତାଙ୍କୁ ଗିରଫ କରିଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେୟାର ମାର୍କେଟ କାରବାର ସହ ଜଡିତ ଥିଲା ଅଭିଯୁକ୍ତ
ଅତିରିକ୍ତ ପୋଲିସ ଅଧୀକ୍ଷକ ଅନୁପ କୁମାରଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ଦ୍ୱାଦଶ ପରୀକ୍ଷାରେ ବିଫଳ ହୋଇଥିଲେ। ପରେ ସେ ସେୟାର ସେୟାର ମାର୍କେଟ କାରବାର ସହ ଜଡ଼ିତ ରହିଥିଲା। ସେ ଅନେକ ସହରର ପ୍ରମୁଖ ବ୍ୟକ୍ତିଙ୍କ ଠାରୁ ଋଣ ନେଇ ସେୟାର ବଜାରରେ ଟଙ୍କା ନିବେଶ କରିଥିଲେ। ଅଭିଯୋଗ ହୋଇଛି ଯେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ଏବଂ ଲୋକଙ୍କ ଠାରୁ ନେଇଥିବା ଋଣ ନେଇଥିବା ଟଙ୍କା ଫେରସ୍ତ ନ କରିବା ପାଇଁ ନିଜକୁ ମୃତ ଘୋଷଣା କରିବାକୁ ଷଡ଼ଯନ୍ତ୍ର କରିଥିଲେ।

ଏକ ନକଲି ମୃତ୍ୟୁ ପ୍ରମାଣପତ୍ର ମାମଲା ସମ୍ପର୍କରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅନୁଯାୟୀ, ନିଜକୁ ମୃତ ଦର୍ଶାଇବା ପାଇଁ କାଗଜପତ୍ର ତିଆରି କରିବା ଅଭିଯୋଗରେ ଟାଉନ ଥାନାରେ ଏକ ପୃଥକ ମାମଲା ରୁଜୁ କରାଯାଇଛି। ବିଏନଏସ (BNS) ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସଓଜି) ଏବଂ ସର୍ଭେଲାନ୍ସ ଟିମ୍ ସହାୟତାରେ ଟାଉନ ଥାନା ପୋଲିସ ରବିବାର ସକାଳ ସମୟରେ ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତାଙ୍କୁ କୋର୍ଟରେ ହାଜର କରାଯାଉଛି।