Videos
|
Crime

Crime In Odisha / ହାଟରୁ ରେକ୍କି କରି ଆସିଲେ, ଅଧା ବାଟରେ ଗୁଳି କରି ନେଇଗଲେ ସୁନା ଗହଣା ଭର୍ତ୍ତି ବ୍ୟାଗ୍

Sushanta Sahoo
Browse all articles by Sushanta Sahoo
·9 months ago·2 min read
ହାଟରୁ ରେକ୍କି କରି ଆସିଲେ, ଅଧା ବାଟରେ ଗୁଳି କରି ନେଇଗଲେ ସୁନା ଗହଣା ଭର୍ତ୍ତି ବ୍ୟାଗ୍
Mayurbhanj Jewellery Loot: Gunfire During Robbery

Key Points

ହଠାତ୍ ୬ ଦୁର୍ବୃତ୍ତ ଗହଣା ବ୍ୟବସାୟୀ ହରିଶଙ୍କ ବାଇକ୍‌କୁ ଅଟକାଇ ୪ ପଟୁ ଘେରି ଯାଇଥିଲେ । ଆକାଶକୁ ଫାଙ୍କା ଗୁଳି ଚାଳନା କରି ଭୟଭୀତ କରାଇଥିଲେ । ଏହାପରେ ଗହଣା ଭର୍ତ୍ତି ବ୍ୟାଗ୍ ଭିଡ଼ି ନେଇ ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ଖସି ପଳାଇଛନ୍ତି ।
ଉଦଳା (ମୟୂରଭଞ୍ଜ): ମୁହଁ ଅନ୍ଧାର, ସୂର୍ଯ୍ୟ ଅସ୍ତ ହେଉଥାନ୍ତି । ହାଟରୁ ଫେରୁଥିଲେ ଗହଣା ବ୍ୟବସାୟୀ ହରିଶ ରଣା । ଶାଳଚୁଆ ହାଟରୁ ଅଧ କିଲୋମିଟର ଆସିବା ପରେ ହରିଶଙ୍କ ଠାରୁ ଲୁଟ୍ ହୋଇଛି ସୁନା ରୂପା ଗହଣା ଭର୍ତ୍ତି ବ୍ୟାଗ୍ । ଫାଙ୍କା ଫାୟାରିଂ କରି ଦୁର୍ବୃତ୍ତ ଲୁଟି ନେଇଛନ୍ତି ସୁନା ରୂପା ଗହଣା ।

ଏଥିସହ ପଢ଼ନ୍ତୁ: ଖେଳୁଥିବା ବେଳେ ଭୁଶୁଡ଼ିଲା ଘର କାନ୍ଥ; ଚାପି ହୋଇଗଲେ ୩ ଝିଅ, ଜଣେ ମୃତ

ଗୁରୁବାର ସନ୍ଧ୍ଯାରେ କପ୍ତିପଦା ଥାନା ସୋଲଗଡ଼ିଆ ଛକ ନିକଟରେ ବଡ଼ ଧରଣର ଲୁଟ୍ ହୋଇଛି । ଶାଳଚୁଆ ହାଟରୁ ଗହଣା ବ୍ୟବସାୟୀ ହରିଶ ବେପାର ସାରି ଫେରୁଥିବା ବେଳେ ରେକ୍କି କରି ପିଛା କରିଥିଲେ ୨ ପଲସର୍ ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ।

ଶାଳଚୁଆ ହାଟରୁ ପ୍ରାୟ ଅଧ କିଲୋମିଟର ଆସିବା ପରେ ହଠାତ୍ ୬ ଦୁର୍ବୃତ୍ତ ଗହଣା ବ୍ୟବସାୟୀ ହରିଶଙ୍କ ବାଇକ୍‌କୁ ଅଟକାଇ ୪ ପଟୁ ଘେରି ଯାଇଥିଲେ । ଆକାଶକୁ ଫାଙ୍କା ଗୁଳି ଚାଳନା କରି ଭୟଭୀତ କରାଇଥିଲେ । ଏହାପରେ ଗହଣା ଭର୍ତ୍ତି ବ୍ୟାଗ୍ ଭିଡ଼ି ନେଇ ପଲସର୍ ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ଖସି ପଳାଇଛନ୍ତି ।

ଏଥିସହ ପଢ଼ନ୍ତୁ: ହିନ୍ଦୁ ଝିଅଙ୍କୁ ଫସାଇ ବଳପୂର୍ବକ ବାହା ହେଲେ ସ୍ଵାମୀଙ୍କୁ ମିଳୁଛି ୧୦ ଲକ୍ଷ; ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବ୍ୟାଗ୍‌ରେ ପ୍ରାୟ ୪ କେଜି ରୂପା ସହ ୬ ସେଟ୍ କାନ ଫୁଲ, ୧୩ଟି ରକେଟ୍‌କୁ ମିଶାଇ ମୋଟ ୫ ଲକ୍ଷ ଟଙ୍କାର ଗହଣା ଥିବା କହିଛନ୍ତି ହରିଶ । ଡକାୟତ ଶରତ କିମ୍ବା ଔପଦା ଆଡ଼କୁ ଲୁଟ୍ ପରେ ଖସି ପଳାଇଥିବା ହରିଶ କହିଛନ୍ତି । ଗହଣା ବ୍ୟାଗ୍ ଲୁଟ୍ ନେଇ ହରିଶ କପ୍ତିପଦା ଥାନାରେ ଏତଲା ଦେଇଛନ୍ତି । ପୋଲିସ ଅଭିଯୋଗ କ୍ରମେ ଛାନ୍‌ଭିନ୍ ଆରମ୍ଭ କରିଛି ।

Related Topics

Explore more stories