Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘରୁ ଅଢ଼େଇ ଲକ୍ଷ, ବ୍ୟାଙ୍କ ଲକର୍‌ରୁ ମିଳିଲା ନଗଦ ୨ କୋଟି; ଆଉ କେତେ ସମ୍ପତ୍ତି ରଖିଛନ୍ତି ITDA ଯନ୍ତ୍ରୀ ?

Odisha

Vigilance Raid / ଘରୁ ଅଢ଼େଇ ଲକ୍ଷ, ବ୍ୟାଙ୍କ ଲକର୍‌ରୁ ମିଳିଲା ନଗଦ ୨ କୋଟି; ଆଉ କେତେ ସମ୍ପତ୍ତି ରଖିଛନ୍ତି ITDA ଯନ୍ତ୍ରୀ ?

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଘରୁ ଅଢ଼େଇ ଲକ୍ଷ, ବ୍ୟାଙ୍କ ଲକର୍‌ରୁ ମିଳିଲା ନଗଦ ୨ କୋଟି; ଆଉ କେତେ ସମ୍ପତ୍ତି ରଖିଛନ୍ତି ITDA ଯନ୍ତ୍ରୀ ?
Crores Recovered From Engineer’s Locker

Key Points

ITDA ଯନ୍ତ୍ରୀଙ୍କ ବ୍ୟାଙ୍କ୍ ଲକର୍‌ରୁ ମିଳିଲା ୨ କୋଟି ଟଙ୍କା
ବାଲିଗୁଡ଼ା ITDAର AEE ବୈକୁଣ୍ଠନାଥ ବେହେରା
୫ଟି ରାଜକୀୟ କୋଠା ସହ ଉଚ୍ଚ ମୂଲ୍ୟର ୧୩ଟି ପ୍ଲଟ୍ ଠାବ
ଘରୁ ଭିଜିଲାନ୍ସ ଠାବ କଲା ନଗଦ ୨ ଲକ୍ଷ ୬୬ ଲକ୍ଷ ଟଙ୍କା
ଭୁବନେଶ୍ଵର: ଭିଜିଲାନ୍ସ ଘାଣ୍ଟୁଛି, ବିଡ଼ା ପରେ ବିଡ଼ା ଟଙ୍କା ମିଳୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସମ୍ପତ୍ତି ଦେଖି କାବା ହୋଇ ଗଲେଣି ଭିଜିଲାନ୍ସ ଅଧିକାରୀ । ବୈକୁଣ୍ଠଙ୍କ ଘର ପରେ ଭିଜିଲାନ୍ସ ତାଙ୍କ ବ୍ଯାଙ୍କ ଲକର୍‌ ଯାଞ୍ଚ କରିଛି । ଲକର୍‌ରୁ ମିଳିଛି ପ୍ରାୟ ୨ କୋଟି ଟଙ୍କା ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଅଫିସ୍ ସହ ଘରେ ରେଡ୍ ଜାରି ରଖିଛି । ଚଢ଼ାଉ ବେଳେ ବାବୁଙ୍କ ବ୍ୟାଙ୍କ୍ ଲକର୍‌ରୁ ମିଳିଛି ୨ କୋଟି ଟଙ୍କା । ଯାହାକୁ ଗଣିବା ଲାଗି ବ୍ୟାଙ୍କର ଟଙ୍କା ଗଣିବା ମେସିନ୍‌କୁ ନିୟୋଜିତ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଠାବ ହେଲାଣି ଅମାପ ସମ୍ପତ୍ତି; ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍ ଜାରି 

ବୈକୁଣ୍ଠଙ୍କ କୁବେର ଭଣ୍ଡାର

ଭିଜିଲାନ୍ସ ରେଡ୍ ବେଳେ ବୈକୁଣ୍ଠଙ୍କ ୫ଟି ରାଜକୀୟ ବହୁତଳ କୋଠା ସହ ୧୩ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ପାଇଛି । ଘରୁ ମିଳିଛି ନଗଦ ୨ ଲକ୍ଷ ୬୬ ଲକ୍ଷ ଟଙ୍କା । ଏହା ପରେ ଭିଜିଲାନ୍ସ ବୈକୁଣ୍ଠଙ୍କ ବ୍ଯାଙ୍କ୍‌ ଲକର୍ ଯାଞ୍ଚ କରିଛି ।

ବୈକୁଣ୍ଠ ଓ ତାଙ୍କ ପତ୍ନୀଙ୍କ ନାଁରେ ଥିବା ଆକ୍ସିସ୍ ବ୍ୟାଙ୍କ୍ ଏବଂ ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଲକର୍‌ରେ ଭିଜିଲାନ୍ସ ରେଡ୍ କରିଛି । ରେଡ୍ ବେଳେ ଗୋଟିଏ ଲକର୍‌ରୁ ନଗଦ ୨ କୋଟି ଟଙ୍କା ଭିଜିଲାନ୍ସ ଠାବ କରିଛି ।

ଭୁବନେଶ୍ଵର ଚନ୍ଦ୍ରଶେଖରପୁରରେ ୧୦, ୫୦୦ ସ୍କୋୟାର୍ ଫୁଟ୍‌ରେ ୪ ମହଲା କୋଠା, ଶୈଳଶ୍ରୀ ବିହାରରେ ୧୧୦୦ ସ୍କୋୟାର୍ ଫୁଟ୍‌ରେ ୩ ମହଲା କୋଠା, ପଟିଆରେ ୩୭୫୦ ସ୍କୋୟାର୍ ଫୁଟ୍‌ରେ ୨ ମହଲା କୋଠା, ଚନ୍ଦ୍ରଶେଖରପୁର ଓ ଯାଜପୁର ଧର୍ମଶାଳାରେ ୨୫୦୦ ସ୍କୋୟାର୍ ଫୁଟ୍‌ରେ ୨ ମହଲା କୋଠା ମିଳିଛି ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ପୁଣି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା! 

ଯନ୍ତ୍ରୀଙ୍କ ପାଖେ ୧୩ ପ୍ଲଟ୍

ଭିଜିଲାନ୍ସ ରେଡ୍ ବେଳେ ITDA ଯନ୍ତ୍ରୀ ବୈକୁଣ୍ଠନାଥଙ୍କ ନିକଟରୁ ୧୩ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ପାଇଛି । ସେଥିରୁ ୭ଟି ପ୍ଲଟ୍ ଭୁବନେଶ୍ଵରର ପ୍ରମୁଖ ସ୍ଥାନରେ ରହିଥିବା ବେଳେ ୫ଟି ପ୍ଲଟ୍ ଧର୍ମଶାଳା, ଯାଜପୁର ରହିଥିବା ବେଳେ ଗୋଟିଏ ପ୍ଲଟ୍ ବାରିପଦାରେ ରହିଛି ।

ଏଥିସହ ଯନ୍ତ୍ରୀଙ୍କ ଘର ମିଳିଥିବା ସୁନା ଅଳଙ୍କାରର ଓଜନ ଚାଲିଛି । ବ୍ୟାଙ୍କ, ଡାକଘର ଓ ଅନ୍ୟ ନିବେଶର ଯାଞ୍ଚ କରୁଛି ଭିଜିଲାନ୍ସ । ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡ଼ା ଆଦି ୯ଟି ଠିକଣାରେ ଚଢ଼ାଉ ଚାଲିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Vigilance Raid: ₹2 Crore Cash Found in ITDA Engineer’s Bank Locker | Argus News | Argus News