Videos
|
Crime

Milk Tanker Overturned / ରାସ୍ତାରେ ଓଲଟିଲା ଟ୍ୟାଙ୍କର; କ୍ଷୀର ସାଗର ଭାବି ପିଇ ଚାଲିଲେ ଲୋକେ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ରାସ୍ତାରେ ଓଲଟିଲା ଟ୍ୟାଙ୍କର; କ୍ଷୀର ସାଗର ଭାବି ପିଇ ଚାଲିଲେ ଲୋକେ
Milk Tanker Overturned

Key Points

ପାଟନାରେ ଏକ ଦୁଗ୍ଧ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିବା ପରେ, ଲୋକ ବାଲଟି ଏବଂ ବୋତଲ ଧରି କ୍ଷୀର ସଂଗ୍ରହ କରିବାକୁ ଧାଇଁ ଆସିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସଦ୍ୟ ପାଟନାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ରାସ୍ତାରେ ଏକ କ୍ଷୀର ବୋଝେଇ ଟ୍ୟାଙ୍କର ଓଲଟିଗଲା। ଯାହା ଫଳରେ କ୍ଷୀର ରାସ୍ତାରେ ବୋହିବାରେ ଲାଗିଛି। ଦେଖୁଦେଖୁ ଘଟଣାସ୍ଥଳର ଆଖପାଖର ଲୋକେ ସେଠାରେ ଯାଇ ପହଞ୍ଚିଥିଲେ ଯେଉଁଠାରେ ମିଲ୍କ ଟ୍ୟାଙ୍କର ଓଲଟି ପଡ଼ିଥିଲା। ସେମାନେ ବାଲ୍ଟି, ବୋତଲ, ଧରି ଘଟଣାସ୍ଥଳରେ ପହଞ୍ଚିବାରେ ଲାଗିଥିଲେ।

ଘଟଣାସ୍ଥଳରେ ଭିଡ଼ ବଢ଼ୁଥିବାର ଦେଖି, ଏ ଘଟଣାରେ ସମ୍ପର୍କରେ ନିକଟସ୍ଥ ଥାନାକୁ ଅବଗତ କରାଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା, ହେଲେ ସେତେବେଳକୁ ଅନେକ ଲୋକ କ୍ଷୀର ବୋହି ନେଇ ଯାଇଥିଲେ। କେହି ଜଣେ ସମଗ୍ର ଘଟଣାକ୍ରମର ଭିଡି଼ଓ ରେକର୍ଡିଂ କରିଥିଲେ। ଯାହା ପରେ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଥିଲା।

ଏହା ସହ ପଢନ୍ତୁ: ବିଳାସପୂର୍ଣ୍ଣ ହୋଟେଲ ମଧ୍ୟରେ ଚାଲିଥିଲା ସେକ୍ସ ରାକେଟ; ଧରାପଡ଼ିଲେ ୨ ଅଭିନେତ୍ରୀ, ଦଲାଲ ଗିରଫ

ଭାଇରାଲ ଭିଡିଓରେ କ'ଣ ଦେଖିବାକୁ ମିଳୁଛି
ଭାଇରାଲ ଭିଡି଼ଓରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ ରାସ୍ତାରେ ଏକ କ୍ଷୀର ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି। ଯାହା ରାସ୍ତାରେ ଏଣେତେଣେ କ୍ଷୀର ଢାଳି ହୋଇପଡ଼ିଛି। ଅନେକ ଲୋକ ଟ୍ୟାଙ୍କର ପାଖରେ ନଇଁ ପଡ଼ି ସିଧାସଳଖ ସେଥିରୁ କ୍ଷୀର ପିଇବାରେ ଲାଗିଛନ୍ତି। ଅନ୍ୟମାନେ ମଧ୍ୟ ବୋତଲ ଏବଂ ବାଲଟି ମଧ୍ୟରେ କ୍ଷୀର ଭର୍ତ୍ତି କରିବାରେ ଲାଗିଛନ୍ତି। ଏହା ପରେ କିଛି କ୍ଷଣ ମଧ୍ୟରେ ରାସ୍ତାରେ ଲୋକଙ୍କ ଭିଡ଼ ଜମା ହୋଇଥିଲା। ବୋତଲ ଏବଂ ବାଲଟି ଧରି ଆସିଥିବା ଲୋକ କ୍ଷୀର ବୋହିବାରେ ଲାଗିଥିଲେ।


ଭିଡ଼ିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଲେ ଲୋକେ
ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ମତାମତ ସାମ୍ନାକୁ ଆସିଛି। ଅନେକ ୟୁଜର ଥଟ୍ଟାମଜା କରି ମନ୍ତବ୍ୟ ଦେଇଛନ୍ତି ଯେ ପାଟନାରେ ଏକ କ୍ଷୀର ଟ୍ୟାଙ୍କର ଓଲଟି ଯିବା ଲୋକଙ୍କ ପାଇଁ ଏକ ମାଗଣା ଜିନିଷ ପାଲଟିଯାଇଛି। ହେଲେ ତଥାପି, କେତେକ ଏହାକୁ ଅନ୍ୟାୟ ବୋଲି କହିଛନ୍ତି। ସେମାନଙ୍କ କହିବା କଥା ଯେ ଏହି ଘଟଣାକୁ ଗମ୍ଭୀରତାର ସହିତ ନେବା ପରିବର୍ତ୍ତେ ସମସ୍ତେ ନିଜ ନିଜ ସ୍ୱାର୍ଥ ସାଧନ ଉପରେ ଧ୍ୟାନ ଦେଇଛନ୍ତି। ଅନ୍ୟମାନେ ଲେଖିଛନ୍ତି ଯେ ଏହି ଲୋକ ଠିକ୍ କାମ କରୁଛନ୍ତି। ଏତେ ପରିମାଣରେ କ୍ଷୀର ନଷ୍ଟ ହେଉଥିବା ଦେଖିବା ସମସ୍ତଙ୍କ ପାଇଁ ଦୁଃଖଦାୟକ। ଏହି ଭିଡିଓକୁ ନିରନ୍ତର ସେୟାର କରାଯାଉଛି ଏବଂ ହଜାର ହଜାର ଲୋକ ସେମାନଙ୍କର ମତାମତ ଦେଉଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Milk Tanker Overturns on Highway; Locals Rush to Loot and Drink Spilled Milk | Argus News