Loot For GF / ଚର୍ଚ୍ଚାରେ ନାବାଳାକର ପ୍ରେମ; କାର ଭଡ଼ା କରି ଗର୍ଲଫ୍ରେଣ୍ଡ ପାଇଁ କରୁଥିଲା ଲୁଟ୍
·3 months ago·2 min read

Key Points
ଲୁଟ୍ କରିବାକୁ ଆସି ହୋଇଥିଲା ବିଫଳ
ଶେଷରେ ଜଣାପଡ଼ିଲା ଲୁଟର ଅସଲ କାରଣ
ଲୁଟ ପଛର କାରଣ ଥିଲା ଗର୍ଲଫ୍ରେଣ୍ଡ
ଶେଷରେ ଜଣାପଡ଼ିଲା ଲୁଟର ଅସଲ କାରଣ
ଲୁଟ ପଛର କାରଣ ଥିଲା ଗର୍ଲଫ୍ରେଣ୍ଡ
ଚର୍ଚ୍ଚାରେ ନାବାଳକ ଚୋରର ପ୍ରେମ । ଗର୍ଲଫ୍ରେଣ୍ଡ ପାଇଁ କରିଥିଲା ଲୁଟ୍ । ପୁଣି ଲୁଟ୍ ପାଇଁ କାରକୁ ଭଡ଼ାରେ ଆଣିଥିଲା । ଲୁଟ୍ ପାଇଁ ଆସି ନାବାଳକ ପ୍ରେମ ବିଫଳ ହୋଇଥିବାବେଳେ ଧରାପକେଇ ଦେଇଛି ସିସିଟିଭି । ପୋଲିସ ପ୍ରେମ ପାଇଁ ଚୋର ସାଜିଥିବା ନାବାଳକ ଲୁଟେରା ପାଖରେ ପହଞ୍ଚିଥିବାବେଳେ ଗଣମାଧ୍ୟମ ସମ୍ମୁଖରେ ଲୁଟର ପୂରା କାହାଣୀ ବଖାଇଛି । ଯାହାକୁ ନେଇ ଏବେ ଏହି ଲୁଟ୍ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି ।
ଆଉ ଉଦଳା କୃଷକ ବଜାର ନିକଟରେ ସମ୍ପର୍କୀୟଙ୍କ ଘରୁ ଟଙ୍କା ଆଣିବେ କହି ନାବାଳକମାନେ ଓହ୍ଲାଇ ଶାବଳରେ ମୋବାଇଲ ଦୋକାନ ସଟର ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଖୋଳତାଡ଼ କରିଥିଲା ପୋଲିସ । ସେପଟେ କାର ମାଲିକଙ୍କ କହିବା କଥା ଉକ୍ତ ଗାଡି ସେ ନିଜ ବ୍ୟବହାର ପାଇଁ ରଖିଥିବା ବେଳେ ଡ୍ରାଇଭର ଉକ୍ତ ଦିନ ବିଳମ୍ବ ହେବାରୁ ସାଙ୍ଗରେ ଗାଡି ନେଇଯାଇଥିଲେ ।
ପଢନ୍ତୁ ଏହି ଖବର: ଯୁବକଙ୍କୁ ହାଣିଲେ, ଟଙ୍କା ଓ ମୋବାଇଲ ଲୁଟି ନେଲେ...
- ପୋଲିସ କହିଲା ପୂରା କାହାଣୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗାଡି ଡ୍ରାଇଭରଙ୍କ କହିବା କଥା ହେଉଛି ସେ ଲୁଟ ପାଇଁ ଗାଡି ନେବା ବାବଦରେ ଜାଣି ନ ଥିଲେ । କାରଣ ସେ ପୂର୍ବରୁ ଉକ୍ତ ନାବାଳକ ମାନଙ୍କୁ ନେଇ ମାଲିକ ଅଜାଣତରେ ଅନେକ ଥର ଭଡା ଯାଇଥିବା କହିଛନ୍ତି । ଏଣୁ ନାବାଳକମାନେ ଏଥର ଚୋରି ଅର୍ଥରେ ଗାଡ଼ିରେ ଯାଉଥିବା ସେ ଆଦୌ ଜାଣିନଥିବା କହିଛନ୍ତି । ତେବେ ତିନି ଜଣ ନାବାଳକଙ୍କ ମଧ୍ୟରୁ ଜଣେ ନାବାଳକ ନିଜ ଗର୍ଲଫ୍ରେଣ୍ଡକୁ ମୋବାଇଲ ଉପହାର ଦେବା ପାଇଁ ଚୋରି ଉଦ୍ୟମ କରିଥିବା ଜଣାପଡ଼ିଛି । ପ୍ରେମ ପାଇଁ ଲୁଟେରା ସାଜିଥିବା ଏହି ନାବାଳକ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
Related Topics
Explore more stories