Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / ଶୌଚ ପାଇଁ ଯାଇଥିବା ନାବାଳିକାଙ୍କୁ ଦୁଷ୍କର୍ମ ! ମୁହଁକୁ ଛେଚି ମାରିଦେବାକୁ ଉଦ୍ୟମ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଶୌଚ ପାଇଁ ଯାଇଥିବା ନାବାଳିକାଙ୍କୁ ଦୁଷ୍କର୍ମ ! ମୁହଁକୁ ଛେଚି ମାରିଦେବାକୁ ଉଦ୍ୟମ

Key Points

ଗାଁ ନିକଟ କେନାଲକୁ ନାବାଳିକା ଜଣଙ୍କ ଏକାକୀ ଶୌଚ ପାଇଁ ଯାଇଥିଲେ । ସେହି ସମୟରେ ନାବାଳିକାଙ୍କୁ ଏକାକୀ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ ୨ ଯୁବକ । ନାବାଳିକା ଚିତ୍କାର କରିବାରୁ ଧାରୁଆ ଅସ୍ତ୍ରରେ ନାବାଳିକାଙ୍କ ମୁହଁ ଓ ମୁଣ୍ଡକୁ ଶକ୍ତ ଆଘାତ କରିଥିଲେ ।
ଭଣ୍ଡାରିପୋଖରୀ (ଭଦ୍ରକ): ପ୍ରଥମେ ଦୁଷ୍କର୍ମ, ପରେ ଜୀବନ ନେବାକୁ ଉଦ୍ୟମ । ନାବାଳିକାଙ୍କ ମୁହଁ ଛେଚିଦେବା ସହ ଫଟାଇଦେଲେ ମୁଣ୍ଡ । ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଞ୍ଚଳରେ ଯୌନ ପିପାସୁଙ୍କ ଏଭଳି ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ।

ଗୁରୁତର ନାବାଳିକାଙ୍କୁ ପୋଲିସ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସୂଚନା ଅନୁସାରେ, ୧୨ ବର୍ଷର ବାଳିକା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ଏଭଳି ଅମାନୁଷିକ ଘଟଣା ଘଟିଛି । ସ୍ଥାନୀୟ କ୍ରସର୍‌ରେ କାର୍ଯ୍ୟ କରୁଥିବା ଦୁଇ ଯୁବକ ନାବାଳିକାଙ୍କୁ ଅସଦାଚରଣ ସହ ମାରିଦେବାକୁ ଉଦ୍ୟମ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଗଞ୍ଜେଇ ଚାଲାଣର ନୂଆ ତରିକା, ତୈଳ ଆକାରରେ ଚାଲାଣ ବେଳେ ଧରିଲା ପୋଲିସ

ଗାଁ ନିକଟ କେନାଲକୁ ନାବାଳିକା ଜଣଙ୍କ ଏକାକୀ ଶୌଚ ପାଇଁ ଯାଇଥିଲେ । ସେହି ସମୟରେ ନାବାଳିକାଙ୍କୁ ଏକାକୀ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ ୨ ଯୁବକ । ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଦୁଇ ଯୁବକ ଧାରୁଆ ଅସ୍ତ୍ରରେ ନାବାଳିକାଙ୍କ ମୁହଁ ଓ ମୁଣ୍ଡକୁ ଶକ୍ତ ଆଘାତ କରିଥିଲେ ।

ଫଳରେ ସେହି ସ୍ଥାନରେ ହିଁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଯାଇଥିଲେ ନାବାଳିକା । ସ୍ଥାନୀୟ ଲୋକେ ନାବାଳିକାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିବାରୁ ଦୁଇ ଯୁବକ ଖସି ପଳାଇଥିଲେ । ଆଗରପଡ଼ା ପୋଲିସ ଖବର ପାଇ ମୁଣ୍ଡଳୀ ନିକଟରୁ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଛି ।

ଏଥିସହ ପଢ଼ନ୍ତୁ: ଟପିଗଲେ ନୃଶଂସତାର ସବୁ ସୀମା, ସାମାନ୍ୟ ବ୍ରେଡ୍ ପାଇଁ ବଳଦକୁ ଛୁରି ଭୁସିଦେଲେ ଶିବ

ଜଣେ ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଗୁରୁତର ନାବାଳିକାଙ୍କୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ଆଗରପଡ଼ା ପୋଲିସ ୨୦୫/୨୫ରେ ଏକ ମାମଲା ରୁଜୁ କରି ଛାନଭିନ୍ କରୁଛି । ଯୁବକ ଦ୍ଵୟଙ୍କ ଏଭଳି କାରନାମାକୁ ସ୍ଥାନୀୟ ଅଞ୍ଚଳବାସୀ ନିନ୍ଦା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Minor Girl Brutally Assaulted in Bhadrak, One Arrested | Argus News | Argus News