Bhainsiya Village Firing Moradabad UP / ଉଧାର କ୍ଷୀର ଟଙ୍କା ମାଗିବାରୁ ଫୁଟିଲା ଗୁଳି; ଛାତରୁ ଫିଙ୍ଗିଲେ ପଥର
·41 mins ago·2 min read

Key Points
ପୂର୍ବରୁ ଅନେକ ଥର ଏପରି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ବକେୟା ରହିଥିବା କ୍ଷୀର ଟଙ୍କାକୁ ନେଇ ସଂଘର୍ଷ ହୋଇଛି।
ସଦ୍ୟ ଉତ୍ତର ପ୍ରଦେଶ ମୁରାଦାବାଦ ଜିଲ୍ଲାରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସ୍ଥାନୀୟ ଭୈଂସିଆ ଗ୍ରାମରେ ଉଧାର କ୍ଷୀର ଟଙ୍କା ମାଗିବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ତୀବ୍ର ଯୁକ୍ତି ତର୍କ ହୋଇଥିଲା। ଏହି ବିବାଦ ପରେ ଦେଖୁ ଦେଖୁ ହାତାହାତିର ରୂପ ନେଇଥିଲା। ଏନେଇ ଅଭିଯୋଗ ହୋଇଛି ଯେ ଜଣେ କ୍ଷୀର ଉଧାର ନେଇଥିବା ବ୍ୟକ୍ତି ଜଣଙ୍କ ତାଙ୍କ ସହଯୋଗୀଙ୍କ ସହିତ ଛାତ ଉପରୁ ପଥର ଫିଙ୍ଗିବା ସହ ପିସ୍ତଲରୁ ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା।
ଛାତ ଉପରୁ ପିଙ୍ଗିଲେ ପଥର; ପିସ୍ତଲରୁ ଚଳାଇଲେ ଗୁଳି
ଏହି ଘଟଣାର ଏକ ଭିଡି଼ଓ ସୋସିଆଲ ମିଡିଆରେ ଏବେ ଭାଇରାଲ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଛାତ ଉପରୁ ପଥର ଫିଙ୍ଗିବା ଏବଂ ଗୁଳି ଚଳାଉଥିବାର ଦେଖିବାକୁ ମିଳିଛି ବୋଲି ଅଭିଯୋଗ ହୋଇଛି। ହେଲେ ତଥାପି ଏହି ଭାଇରାଲ ଭିଡି଼ଓର ସତ୍ୟତା ଏପର୍ଯ୍ୟନ୍ତ ଯାଞ୍ଚ ହୋଇନାହିଁ। ଏହି ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଏବେ ସାମ୍ନାକୁ ଆସିବା ବାକି ରହିଛି। ଏହି ଘଟଣା ସାମ୍ନାକୁ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। କେବଳ ପୋଲିସ ତଦନ୍ତ ଶେଷ ହେବା ପରେ ଯାଇ ଏହି ବିବାଦ କିପରି ଆରମ୍ଭ ହୋଇଥିଲା ଏବଂ ଗୁଳିମାଡ଼ ଘଟଣାରେ କିଏ ସାମିଲ ରହିଥିଲା ତାହା ଜଣାପଡ଼ିବ।
ଏହା ସହ ପଢନ୍ତୁ: ବ୍ରେଡ୍ ପକୋଡ଼ା ଚଟଣିକୁ ନେଇ ମହାଭାରତ; ରାସ୍ତାରେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ
ସାମ୍ନାକୁ ଆସିଲା ପଥର ଫିଙ୍ଗିବାର ଭିଡି଼ଓ
ଏହି ଘଟଣା ସହ ଜଡି଼ତ ଭାଇରାଲ ଭିଡି଼ଓରେ ଛାତ ଉପରେ କିଛି ଲୋକ ପଥର ଫିଙ୍ଗୁଥିବାର ଦେଖାଯାଉଛି। ବର୍ତ୍ତମାନ ପୀଡି଼ତ ପକ୍ଷ ଥାନାରେ ଅଭିଯୋଗ ଦାଖଲ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଭିଡି଼ଓ ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ବକେୟା କ୍ଷୀର ଟଙ୍କା ଦେୟକୁ ନେଇ ଏପରି ବିବାଦ ପ୍ରଥମ ଥର ପାଇଁ ହୋଇନାହିଁ। ପୂର୍ବରୁ ଅନେକ ଥର ଏପରି ଘଟଣା ସାମ୍ନାକୁ ଆସିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଗ୍ରା ଏବଂ ମୁରୈନା ଠାରେ କ୍ଷୀର ଦେୟକୁ ନେଇ ହୋଇଥିଲା ଗୁଳି ଚାଳନା
ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାରେ ଗତ ୨୦୨୫ ବର୍ଷ ନଭେମ୍ବରରେ ଏବଂ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଗତ ୨୦୨୪ ସେପ୍ଟେମ୍ବରରେ ସମାନ ଘଟଣା ଘଟିଥିଲା। ମୁରୈନା ଜିଲ୍ଲାର ଜନକପୁର ଗ୍ରାମରେ କ୍ଷୀର ଦେୟକୁ ନେଇ ବିବାଦ ସମୟରେ ଗୁଳିଚାଳନା ଯୋଗୁଁ ୨ ଜଣ ଆହତ ହୋଇଥିଲେ। ସେହିପରି ଆଗ୍ରା ଜିଲ୍ଲାର ଖଣ୍ଡୌଲି ଥାନା ଅଧିନସ୍ଥ ମାଲୁପୁର ଗ୍ରାମରେ ବେକୟା କ୍ଷୀର ଦେୟ ଦେବାକୁ କହିବା ପରେ ଉଧାର ନେଇଥିବା କ୍ରେତା ଜଣଙ୍କ କ୍ଷୀର ବିକ୍ରେତାକ ଉପରକୁ ଅନେକ ରାଉଣ୍ଡ ଗୁଳି ଚଳାଇବାରୁ ଜଣେ ଯୁବକ ଆହତ ହୋଇଥିଲେ।