|
logo
Live

Argus News - ଭାଇ ହେଲା ଭଗାରି; ବାଡ଼େଇ ବାଡ଼େଇ ବଡ଼ଭାଇ ଓ ମାଆକୁ ମାରିଦେଲା ସାନ ପୁଅ

Crime

Double Murder / ଭାଇ ହେଲା ଭଗାରି; ବାଡ଼େଇ ବାଡ଼େଇ ବଡ଼ଭାଇ ଓ ମାଆକୁ ମାରିଦେଲା ସାନ ପୁଅ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ଭାଇ ହେଲା ଭଗାରି; ବାଡ଼େଇ ବାଡ଼େଇ ବଡ଼ଭାଇ ଓ ମାଆକୁ ମାରିଦେଲା ସାନ ପୁଅ
Salepur Double Murder

Key Points

ଜମିବାଡ଼ି ଭାଗ ବଣ୍ଟାକୁ ନେଇ ଗଡ଼ିଛି ଦୁଇ ଦୁଇଟି ମୁଣ୍ଡ । ଭିନ୍ନକ୍ଷମ ସାନ ପୁଅ ବଡ଼ଭାଇ ଓ ମାଆକୁ ହତ୍ୟା କରିଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଛି ।
ସାଲେପୁର (କଟକ): ଘରୋଇ କଳିରୁ ଡବଲ୍ ମର୍ଡର । ବଡ଼ଭାଇ ଓ ମାଆକୁ ହତ୍ୟା କଲା ସାନ ପୁଅ । ଜମିବାଡ଼ି ଭାଗ ବଣ୍ଟାକୁ ନେଇ ଗଡ଼ିଛି ଦୁଇ ଦୁଇଟି ମୁଣ୍ଡ । ଭିନ୍ନକ୍ଷମ ସାନ ପୁଅ ବଡ଼ଭାଇ ଓ ମାଆକୁ ହତ୍ୟା କରିଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଛି । ଡବଲ୍ ମର୍ଡକୁ ନେଇ ସାଲେପୁରରେ ଖେଳି ଯାଇଛି ଚାଞ୍ଚଲ୍ୟ ।

ସାଲେପୁର ଥାନା ଅନ୍ତର୍ଗତ ଫୋଗଳ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ଥାନୀୟ ସରପଞ୍ଚଙ୍କ ଅନୁସାରେ, ଜମିବାଡ଼ିକୁ ନେଇ ପାରିବାରିକ କଳହରୁ ଦୁଇ ଜଣଙ୍କୁ ହତ୍ୟା କରାଯାଇଛି । ତେବେ ଭିନ୍ନକ୍ଷମ ପୁଅ କିଭଳି ଏଭଳି ଚରମ ନିଷ୍ପତ୍ତି ନେଲା ତାକୁ ନେଇ ସରପଞ୍ଚ ଓ ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଏଥିସହ ପଢ଼ନ୍ତୁ: ବାଂଲାଦେଶରେ ଫସିଛନ୍ତି ପୁରୀର ଆରବୀ; ଧର୍ମ ପରିବର୍ତ୍ତନ ପାଇଁ କରାଯାଉଛି ବାଧ୍ୟ

ସେକ ସମସେର ସହ କୂଳସୁନ ବିବିଙ୍କୁ ହତ୍ୟା କରାଯାଇଛି । ଅଭିଯୁକ୍ତ ସେକ ପପୁଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ସାଲେପୁର ଥାନା ଅଧିକାରୀ ମହେଶ୍ଵର ବେହେରା । ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତକ ସେକ ସମସେରଙ୍କ ପୁଅ ସେକ ସାଜନ ହତ୍ୟାକାଣ୍ଡ ନେଇ ଥାନାରେ ଏତଲା ଦେଇଛନ୍ତି । ସେ କହିଛନ୍ତି, "ଜମି ପାଇଁ ପୂର୍ବରୁ ପରିବାରରେ ଝଗଡ଼ା ହେଉଥିଲା । ଫାଉଡ଼ାରେ ଦାଦା ହାଣି ବାପାଙ୍କୁ ହତ୍ୟା କରିଛି । ଜେଜେ ମାଆର ତଣ୍ଟିରେ ଚଢ଼ି ମାରି ଦେଇଛି । ଏଥିରେ ବଡ଼ମାଆ, ବଡ଼ବାପାଙ୍କ ସହ ଦାଦାଙ୍କ ସମ୍ପୃକ୍ତି ରହିଛି ।"

ଏଥିସହ ପଢ଼ନ୍ତୁ: ସ୍ତ୍ରୀକୁ ଗୁଳି କରି ହତ୍ୟା, ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଗୁରୁତର

ପୁଅ ଓ ପତ୍ନୀଙ୍କ ମୃତ୍ୟୁକୁ ନେଇ ମୁନବର ଅଲ୍ଲୀ କହିଛନ୍ତି, "ଦିନ ୧୧ଟାରେ ଏହି ହତ୍ୟାକାଣ୍ଡ ଘଟିଛି । ପ୍ରଥମେ ସାନପୁଅ ଆସି ବଡ଼ପୁଅକୁ ବାଡ଼େଇଥିଲା । ମାଆ ବନ୍ଦ କରି ତାଲା ପକେଇଥିଲା । ପରେ ସେ ଘରୁ ବାହାରି ଆସି ଫାଉଡ଼ାରେ ହାଣି ପକାଇଲା । ଘରୋଇ ଜମିବାଡ଼ି ଝଗଡ଼ାକୁ ନେଇ ହତ୍ୟାକାଣ୍ଡ ହୋଇଛି ।" ସାଲେପୁର ଥାନା ପୋଲିସ ଛାନଭିନ୍ ଜାରି ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored