Brutal Torture / ଘରେ ସ୍ତ୍ରୀକୁ ବନ୍ଧକ ରଖି ଦେଉଥିଲା ନିର୍ମମ ନିର୍ଯାତନା; ୪ ଘଣ୍ଟା ଧରି...
·1 hour ago·2 min read

Key Points
ଅମଣିଷର ସବୁ ସୀମା ଡେଇଁ ଘରେ ସ୍ତ୍ରୀକୁ ବନ୍ଧକ କରି ରଖିଥିଲା । ଶେଷରେ ୪ ଘଣ୍ଟା ଧରି ସ୍ତ୍ରୀକୁ 'କୁକୁଡ଼ା' ଭଳି ବସାଇ ଦେଲା । ଏତିକିରେ ମନ ଭରିଲାନି ଯେ, ଶ୍ଵଶୁର ଘରେ ଯାଇ ସ୍ତ୍ରୀକୁ ଛୁରି ଭୁସିଲା ।
ମୁମ୍ବାଇ: ସ୍ଵାମୀ ରୂପରେ ସେ ଥିଲା ସୈତାନ । ନା କେବେ ମନ ବୁଝୁଥିଲା, ନା କେବେ ଭଲ ପାଉଥିଲା ? ଅମଣିଷର ସବୁ ସୀମା ଡେଇଁ ଘରେ ସ୍ତ୍ରୀକୁ ବନ୍ଧକ କରି ରଖିଥିଲା । ଶେଷରେ ୪ ଘଣ୍ଟା ଧରି ସ୍ତ୍ରୀକୁ 'କୁକୁଡ଼ା' ଭଳି ବସାଇ ଦେଲା । ଏତିକିରେ ମନ ଭରିଲାନି ଯେ, ଶ୍ଵଶୁର ଘରେ ଯାଇ ସ୍ତ୍ରୀକୁ ଛୁରି ମାଡ଼ କଲେ ।
ମୁମ୍ବାଇରେ ଏଭଳି ବର୍ବରତା ଦେଖିବାକୁ ମିଳିଛି । ଜଣେ ହିଷ୍ଟ୍ରି-ସିଟର ତାଙ୍କ ସ୍ତ୍ରୀକୁ ଘଣ୍ଟା ଘଣ୍ଟା ଧରି ଅକଥନୀୟ ନିର୍ଯାତନା ଦେଇଛନ୍ତି । ଘରେ ମାଡ଼ ମାରିବା ସହ ବନ୍ଧକ କରି ରଖିଥିଲେ । ପରେ ସ୍ତ୍ରୀ ଘର ଛାଡ଼ି ବାପଘରକୁ ଯିବାପରେ ସେଠି ପହଞ୍ଚିଥିଲେ ।
ଏଥିସହ ପଢ଼ନ୍ତୁ: ୫ ମାସର ପ୍ଳାନିଂ; ଗୋଟିଏ ରାତିରେ ପରିବାରର ୪ ଜଣଙ୍କୁ ମାରି ଜାଳିଦେଲା
ଏହି ମାମଲାରେ ହିଷ୍ଟ୍ରି-ସିଟର ସ୍ଵାମୀକୁ ପୋଲିସ ଗିରଫ କରିଛି । ପୋଲିସ ଅନୁସାରେ, ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ୨୫ ବର୍ଷୀୟ ଅରବାଜ ସୟଦ । ଘରୋଇ କଳହକୁ ନେଇ ଅରବାଜ ପ୍ରଥମେ ସ୍ତ୍ରୀକୁ ମାଡ଼ ମାରିଥିଲେ ପରେ ଘରେ ବନ୍ଧକ କରି ରଖିଥିଲେ ।
ଏପରିକି ଅରବାଜ ତାଙ୍କ ସ୍ତ୍ରୀଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବାକୁ ଚେତାବନୀ ଦେଇଥିଲେ । ସ୍ତ୍ରୀ ମୁହଁରେ ଏସିଡ୍ ପକାଇବାକୁ ଧମକ ଦେଇଥିଲେ । ପରେ କୁକୁଡ଼ା ଭଳି ୪ ଘଣ୍ଟା ବସିବାକୁ ସ୍ତ୍ରୀକୁ ବାଧ୍ୟ କରିଥିଲେ ।
ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବଢ଼ିବା, ସ୍ଵାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସ୍ତ୍ରୀ ବାପଘରକୁ ପଳାଇ ଯାଇଥିଲା । ହେଲେ ନିଷ୍ଠୁର ସ୍ଵାମୀ ଏତେ ନିର୍ଯାତନା ଦେବା ପରେ ଖୁସି ନଥିଲା । ଖୋଜି ଖୋଜି ଶ୍ଵଶୁର ଘରେ ପହଞ୍ଚି ଯାଇଥିଲା ।
ଏଥିସହ ପଢ଼ନ୍ତୁ: ୪୦ଟି ଦେଶକୁ ପଠାଇଥିଲା ସୁଇସାଇଡ୍ ପ୍ୟାକେଟ୍; ମିଳିଲା ୧୦୦ ମୃତ୍ୟୁର ଲିଙ୍କ୍
ଶ୍ଵଶୁର ଘରେ ପହଞ୍ଚିବା ସହ ପାଟିତୁଣ୍ଡ କରିଥିଲା ଅରବାଜ । ସେଠାରେ ସ୍ତ୍ରୀକୁ ସମସ୍ତଙ୍କ ସାମ୍ନାରେ ଧାରୁଆ ଛୁରିରେ ଆକ୍ରମଣ କରିଥିଲା । ଛୁରାମାଡ଼ ପରେ ଶ୍ଵଶୁର ଘର ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ପହଞ୍ଚି ଅରବାଜକୁ ଗିରଫ କରି ନେଇଛି ।
ଅରବାଜ ନାଁରେ ୧୯ ଅପରାଧିକ ମାମଲା
ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି, ଅରବାଜ ଜଣେ ହିଷ୍ଟ୍ରି-ସିଟର । ଅରବାଜ ବିରୋଧରେ ୧୯ଟି ସଙ୍ଗୀନ ଅପରାଧିକ ମାମଲା ବିଭିନ୍ନ ଥାନାରେ ପଞ୍ଜୀକୃତ ରହିଛି । ଏବେ ସ୍ତ୍ରୀର ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରିବା ସହ ଏକାଧିକ ଦଫା ଲଗାଇ ଅରବାଜକୁ ଜେଲ୍ ପଠାଇ ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories