Worli Cyber Crime Mumbai / ୫ ଟଙ୍କା ପାଇଁ ଚାଲିଗଲା ୩ ଲକ୍ଷ; ଇନଷ୍ଟାଗ୍ରାମ ରୀଲ୍ ବୁଲାଇଦେଲା କଳାକନା
·1 hour ago·3 min read

Key Points
ମୁମ୍ବାଇ ୱର୍ଲି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ପୁରୁଣା ୫ ଟଙ୍କିଆ ନୋଟ୍ ବଦଳରେ ୫୧ ଲକ୍ଷ ପାଇବାର ପ୍ରତିଶୃତି ଦେଇ ସାଇବର ଠକେଇ କରାଯାଇଛି।
ସଦ୍ୟ ମାୟାନଗରୀ ମୁମ୍ବାଇରେ ସାଇବର ଠକେଇ ସହ ଜଡ଼ିତ ଏକ ଅଦ୍ଭୂତ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡି଼ଆରେ ଭାଇରାଲ ହେଉଥିବା ଆକର୍ଷଣୀୟ ରୀଲ୍ ଏବଂ ବିପୁଳ ଲାଭ ଦାବି ମଧ୍ୟରେ ଜଣେ ବ୍ୟକ୍ତିଙ୍କୁ ଚୂନା ଲଗାଇ ଦେଇଛନ୍ତି ଠକ। ମୁମ୍ବାଇ ସ୍ଥିତ ୱାର୍ଲି ଅଞ୍ଚଳର ଜଣେ ବାସିନ୍ଦାଙ୍କୁ ପୁରୁଣା ୫ ଟଙ୍କିଆ ନୋଟ୍ ବଦଳରେ ୫୧ ଲକ୍ଷ ଟଙ୍କା ପାଇବାର ପ୍ରଲୋଭନ ଦେଖାଇ ଏହି ଠକେଇ କରାଯାଇଛି। ଯିଏ ଲୋଭର ଶିକାର ହୋଇ ପ୍ରାୟ ୩ ଲକ୍ଷ ଟଙ୍କା ହରାଇଥିଲେ। ଇନଷ୍ଟାଗ୍ରାମ୍ ରେ ଏକ ବିଜ୍ଞାପନ ଦେଖିବା ପରେ, ପୀଡିତ ବ୍ୟକ୍ତି ତାଙ୍କୁ କଳାକନା ବୁଲାଇଥିବା ଠକଙ୍କ ସହିତ ଯୋଗାଯୋଗ କରିଥିଲେ। ତାଙ୍କୁ ବିଭିନ୍ନ ଫି ଏବଂ ପ୍ରୋସେସିଂ ଚାର୍ଜ (Fees & Processing Charges) ଦେବାକୁ କୁହାଯାଇଥିଲା। ଶେଷରେ ସେ ଅନୁଭବ କରିଥିଲେ ଯେ ସେ ସାଇବର ଠକେଇର ଶିକାର ହୋଇଛନ୍ତି।
ଇନଷ୍ଟାଗ୍ରାମ ରୀଲ୍ ସହିତ ଆରମ୍ଭ ହୋଇଥିଲା ଠକେଇ
ପୋଲିସ କହିବା ଅନୁଯାୟୀ, ପୀଡିତ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍ ରେ ଏକ ରୀଲ୍ ଦେଖିଥିଲେ। ଯେଉଁଥିରେ ପୁରୁଣା ୫ ଟଙ୍କିଆ ନୋଟ୍ ବଦଳରେ ବହୁ ପରିମାଣର ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଥିଲା। ବିଜ୍ଞାପନରେ ଉଲ୍ଲେଖ ଥିଲା ଯେ ବିଶେଷ ନମ୍ବର କିମ୍ବା ପୁରୁଣା ନୋଟ୍ ଏକ ମହଙ୍ଗା ମୂଲ୍ୟ ପାଇପାରେ। ରୀଲ୍ ଦ୍ୱାରା ପ୍ରଭାବିତ ହୋଇ, ପୀଡି଼ତ ବ୍ୟକ୍ତି ହ୍ୱାଟ୍ସଆପ୍ ମାଧ୍ୟମରେ ପ୍ରଦାନ କରାଯାଇଥିବା ନମ୍ବର ସହିତ ଯୋଗାଯୋଗ କରିଥିଲେ। ଏହା ପରେ ଠକ ତାଙ୍କ ପାଖରେ ଥିବା ପୁରୁଣା ୫ ଟଙ୍କିଆ ନୋଟ୍ ଫଟୋ ଉଠାଇ ଏହାକୁ ପଠାଇବାକୁ କହିଥିଲେ।
୫୧ ଲକ୍ଷ ଟଙ୍କା ପାଇବାର ପ୍ରତିଶୃତି ଦେଇ କରିଥିଲେ ଠକାମୀ
ପୀଡ଼ିତ ବ୍ୟକ୍ତି ଅଭିଯୁକ୍ତ ଠକଙ୍କ ପାଖକୁ ପାଞ୍ଚଟି ପୁରୁଣା ୫ ଟଙ୍କିଆ ନୋଟ୍, ଫଟୋ ଉଠାଇ ପଠାଇଥିଲେ। ଅଭିଯୁକ୍ତ ଠକ ଦାବି କରିଥିଲେ ଯେ ସେ ଏହି ନୋଟ୍ ବଦଳରେ ୫୧ ଲକ୍ଷ ଟଙ୍କା ପାଇପାରିବେ। ତାଙ୍କ ବିଶ୍ୱାସ ହାସଲ କରିବା ପାଇଁ, ଅଭିଯୁକ୍ତ ପ୍ରଥମେ ଏକ QR କୋଡ୍ ପଠାଇ ୧୧ ହାଜର ଟଙ୍କାର ପ୍ରୋସେସିଂ ଫି ମାଗିଥିଲେ। ଏହି ରାଶି ଜମା ହେବା ପରେ, ଠକ ଔପଚାରିକତା ଦେଖାଇ ଆହୁରି ଟଙ୍କା ଦେବାକୁ ଦାବି କରି ଚାଲିଥିଲେ।
ଏହା ସହ ପଢନ୍ତୁ: ଚୋରି ସ୍କୁଟି ଚଳାଉଥିଲେ ଖାକିଧାରୀ ମହିଳା; ଇ-ଚାଲାଣ ମେସେଜ୍ ମିଳିବା ପରେ ହେଲା ପର୍ଦ୍ଦାଫାଶ
ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ଜମା ହୋଇଥିଲା ଟଙ୍କା
ଅଭିଯୁକ୍ତ ଠକ, ପୀଡିତ ବ୍ୟକ୍ତିଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ଚାଲିଥିଲେ। ବଡ଼ ଲାଭର ପ୍ରତିଶୃତି ଦେଇ ବହୁବାର ଟଙ୍କା ଜମା କରିଥିଲେ। ଗତ ଜୁନ୍ ୪ ତାରିଖରୁ ଜୁନ୍ ୧୨ ମଧ୍ୟରେ, ତାଙ୍କୁ ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପଠାଇବାକୁ କୁହାଯାଇଥିଲା। ଏହି ସମୟ ମଧ୍ୟରେ ପୀଡିତ ମୋଟ ୩ ଲକ୍ଷ ୩ ହଜାର ୨୩୧ ଟଙ୍କା ଜମା କରିଥିଲେ। ବାରମ୍ବାର ଦେୟ ଦେବା ସତ୍ତ୍ୱେ ଯେତେବେଳେ ସେ ୫୧ ଲକ୍ଷ ଟଙ୍କା ପାଇଲେ ନାହିଁ, ସେତେବେଳେ ସେ ଜାଣିପାରିଲେ ଯେ ତାଙ୍କ ସହ ଠକାମି କରାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ୱର୍ଲି ପୋଲିସ ପକ୍ଷରୁ ମାମଲା ରୁଜୁ
ପୀଡିତଙ୍କ ଅଭିଯୋଗ ଆଧାରରେ, ୱର୍ଲି ଥାନାରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଆଇନର (IT Act) ଧାରା 66(C) ଏବଂ 66(D) ସହିତ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୩୧୮ (୪) ଏବଂ ୩୧୯(୨) ଅନୁଯାୟୀ ଏକ ମାମଲା ରୁଜୁ କରିଛି ଏବଂ ତଦନ୍ତ ଆରମ୍ଭ କରିଛି। ତଦନ୍ତକାରୀ ଏଜେନ୍ସି ଠକେଇ ସମୟରେ ବ୍ୟବହୃତ ବ୍ୟାଙ୍କ ଆକାଉଣ୍ଟ ଏବଂ ମୋବାଇଲ୍ ନମ୍ବର ବିଷୟରେ ସୂଚନା ସଂଗ୍ରହ କରୁଛନ୍ତି।
ସୋସିଆଲ୍ ମିଡିଆରେ ନକଲି ଦାବି ପ୍ରତି ସାବଧାନ ରହିବାକୁ ଦିଆଗଲା ଚେତାବନୀ
ପୋଲିସ କହିଛି ଯେ ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡି଼ଆ ପ୍ଲାଟଫର୍ମ ମାଧ୍ୟମରେ ପୁରୁଣା ନୋଟ୍ ଏବଂ କଏନ୍ ବଦଳରେ ଲକ୍ଷ ଲକ୍ଷ କିମ୍ବା କୋଟି ଟଙ୍କା ପାଇବାର ଦାବି ପ୍ରାୟତଃ ପ୍ରତାରଣାମୂଳକ। ସାଇବର ଅପରାଧି ଏପରି ବିଜ୍ଞାପନ ଦେଇ ଲୋକଙ୍କୁ ପ୍ରଲୋଭିତ କରିଥାନ୍ତି। ପରେ ପ୍ରୋସେସିଂ ଚାର୍ଜ, ଜିଏସଟି (GST), ପଞ୍ଜୀକରଣ ଫି (Registration Fees) କିମ୍ବା ଅନ୍ୟାନ୍ୟ ବାହାନାରେ ଟଙ୍କା ଆଦାୟ କରିଥାନ୍ତି।

Related Topics
Explore more stories