Murder For Gift / ଫ୍ରେଣ୍ଡଶିପ୍ ଡେ ଗିଫ୍ଟ ଓ ବିବାହକୁ ନେଇ ଝଗଡ଼ା, ଆଉ ତା'ପରେ...
·55 mins ago·2 min read

Key Points
ବିବାହ ଓ ବନ୍ଧୁତାକୁ ନେଇ ବିବାଦ ପରେ ପ୍ରେମିକାକୁ ପୋଲ ଉପରୁ ସିଧା ନଦୀକୁ ଠେଲି ଦେଲା ପ୍ରେମିକ । ମହାରାଷ୍ଟ୍ର ନାଗପୁର କହ୍ନାନ ଥାନା ଅଞ୍ଚଳର ଏହି ମାମଲା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ମୁମ୍ବାଇ: ବନ୍ଧୁତ୍ଵ ଦିବସ ବା ଫ୍ରେଣ୍ଡଶିପ୍ ଡେକୁ ନେଇ ସବୁଠି ଉତ୍ସାହ ଥିଲା । ସମସ୍ତେ ସେମାନଙ୍କ ପ୍ରିୟଜନକୁ ଉପହାର ଦେଉଥିଲେ । ଆଉ ସେହିଦିନ ଏହି ୨୯ ବର୍ଷୀୟ ଯୁବତୀଙ୍କ ପାଇଁ ଶେଷ ଦିନ ପାଲଟିଗଲା । ବିବାହ ଓ ବନ୍ଧୁତାକୁ ନେଇ ବିବାଦ ପରେ ପ୍ରେମିକାକୁ ପୋଲ ଉପରୁ ସିଧା ନଦୀକୁ ଠେଲି ଦେଲା ପ୍ରେମିକ ।
ମହାରାଷ୍ଟ୍ର ନାଗପୁର କହ୍ନାନ ଥାନା ଅଞ୍ଚଳର ଏହି ମାମଲା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ୨୯ ବର୍ଷୀୟ ଯୁବତୀ ଅଶ୍ଵିନୀ ସୁରେଶ ଡେଙ୍କ ମୃତ୍ୟୁ ହୋଇଛି । ହତ୍ଯା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଯୁବକ ଆଶିଷ ମନପିଆକୁ ଗିରଫ କରିଥିବା ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: ସ୍ଵାମୀ ପରିଚୟ ଦେଇ ସ୍କୁଲ୍କୁ ଆସିଲା; ଛୁରି ଭୁସି ଶିକ୍ଷୟିତ୍ରୀଙ୍କୁ ମାରିଦେଲା
ସୂଚନା ଅନୁସାରେ, ଫ୍ରେଣ୍ଡଶିପ୍ ଡେ ଦିନ ଅଶ୍ଵିନୀଙ୍କ ଘରେ ପହଞ୍ଚିଥିଲା ଆଶିଷ । ଦୁହିଁଙ୍କ ମଧ୍ୟରେ ଚର୍ଚ୍ଚା ଆଲୋଚନା ଭିତରେ ବିବାଦ ଆରମ୍ଭ ହୋଇଥିଲା । ରାତି ବଢ଼ିବା ସହ ବଢ଼ିଥିଲା ଝଗଡ଼ା । ବନ୍ଧୁତା, ବିବାହ ଓ ଫ୍ରେଣ୍ଡଶିପ୍ ଡେ ଉପହାରକୁ ନେଇ ମତଦେଭଦ ହୋଇଥିଲା ।
କଥା ଏତେ ଆଗକୁ ବଢ଼ିଗଲା ଯେ ଦୁହେଁ ସେହି ରାତିରେ ପୁରୁଣା ରେଲୱ ପୋଲ ନିକଟରେ ପହଞ୍ଚିଲେ । ପୋଲିସ ଅନୁସାରେ, ଆଶିଷ ରାଗି ଯାଇ ଅଶ୍ଵିନୀକୁ ପୋଲ ତଳ ନଦୀକୁ ଠେଲି ଦେଲା । ନଦୀରେ ଖସି ପଡ଼ିବାରୁ ଅଶ୍ଵିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଫେରାର୍ ହୋଇ ଯାଇଥିଲା ଆଶିଷ ।
ଖବର ପାଇ ପୋଲିସ ଆରମ୍ଭ କରିଥିଲା ଛାନଭିନ୍ । ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍ ଦେଖିଥିଲା ପୋଲିସ । ମୋବାଇଲ୍ ଲୋକେସନ୍ ଯାଞ୍ଚ କରିଥିଲା । ଆଉ ଶେଷରେ ନାଗପୁରର ଅଟୋମୋବାଇଲ୍ ଛକ ଅଞ୍ଚଳରୁ ଆଶିଷକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ହତ୍ୟା ମାମଲା ରୁଜୁ କରି ସମଗ୍ର ଘଟଣାକ୍ରମର ଯାଞ୍ଚ କରୁଛି ପୋଲିସ ।
ଏଥିସହ ପଢ଼ନ୍ତୁ: ମାଛ ନେବା ବାହାନାରେ ଘରେ ପଶିଲେ, ଲକ୍ଷାଧିକ ଟଙ୍କା ସହ ସହ ନେଇଗଲେ ସୁନା ଗହଣା
ପୋଲିସର ଯାଞ୍ଚ ବେଳେ ଜଣାପଡ଼ିଛି ଯେ, ଅଭିଯୁକ୍ତ ଆଶିଷ ବିରୋଧରେ ପୂର୍ବରୁ ୧୦ରୁ ଅଧିକ ଅପରାଧିକ ମାମଲା ରହିଛି । ସେହିଭଳି ମୃତକ ଅଶ୍ଵିନୀ ବିରୋଧରେ ରହିଛି ୨ଟି ମାମଲା । ତେବେ ପୋଲିସର କହିବା କଥା ହେଲା ଏବେ ଯାଞ୍ଚ ଚାଲିଛି, ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ପଦକ୍ଷେପ ନିଆଯିବ ।
ପୋଲିସ ଜାଣିବାକୁ ଚେଷ୍ଟା କରୁଛି ଆଶିଷ ଓ ଅଶ୍ଵିନୀଙ୍କ ମଧ୍ୟରେ ବିବାଦ କେଉଁଥିପାଇଁ ଏତେ ବଢ଼ିଗଲା ? ଯେଉଁ କାରଣରୁ ଅଶ୍ଵିନୀଙ୍କ ଜୀବନ ଚାଲିଗଲା ? ଏହା ପଛରେ ଅନ୍ୟ କିଛି କାରଣ ରହିଛି କି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories