Videos
|
National

School Horror / ସ୍ଵାମୀ ପରିଚୟ ଦେଇ ସ୍କୁଲ୍‌କୁ ଆସିଲା; ଛୁରି ଭୁସି ଶିକ୍ଷୟିତ୍ରୀଙ୍କୁ ମାରିଦେଲା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ସ୍ଵାମୀ ପରିଚୟ ଦେଇ ସ୍କୁଲ୍‌କୁ ଆସିଲା; ଛୁରି ଭୁସି ଶିକ୍ଷୟିତ୍ରୀଙ୍କୁ ମାରିଦେଲା
Brutally Murders Teacher in Faridabad School

Key Points

୩୨ ସେକେଣ୍ଡରରେ ୩୪ ଥର ଛୁରି ଭୁସିଲା ମାରିଦେଲା ଅଭିଯୁକ୍ତ । ପୋଲିସ ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଥିବା ସ୍କୁଲ୍‌ରେ ହତ୍ୟାକାଣ୍ଡ ହୋଇଛି ।
ନୂଆଦିଲ୍ଲୀ: ସ୍କୁଲ୍ ଭିତରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା । ୩୨ ସେକେଣ୍ଡରରେ ୩୪ ଥର ଛୁରି ଭୁସିଲା ମାରିଦେଲା ଅଭିଯୁକ୍ତ । ପୋଲିସ ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଥିବା ସ୍କୁଲ୍‌ରେ ହତ୍ୟାକାଣ୍ଡ ହୋଇଛି । ଦିନ ଦ୍ଵି-ପ୍ରହରରେ ଛୁରି ଭୁସି ସ୍କୁଲ୍ ପରିସରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଛି ।

ହରିୟାଣାର ଫରିଦାବାଦର ଏକ ଘରୋଇ ସ୍କୁଲ୍‌ରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ଯେଉଁଠି ଅଭିଯୁକ୍ତ ଅମିତ ଘରୋଇ ସ୍କୁଲ୍‌ରେ ଶିକ୍ଷକତା କରୁଥିବା ସନ୍ଧ୍ୟାଙ୍କୁ ୩୨ ସେକେଣ୍ଡରେ ୩୪ଥର ଛୁରାମାଡ଼ କରିଛି ।

ଏଥିସହ ପଢ଼ନ୍ତୁ: ମାଛ ନେବା ବାହାନାରେ ଘରେ ପଶିଲେ, ଲକ୍ଷାଧିକ ଟଙ୍କା ସହ ସହ ନେଇଗଲେ ସୁନା ଗହଣା 

ପୋଲିସର ପ୍ରାଥମିକ ତଦନ୍ତର ଜଣାପଡ଼ିଛି ପ୍ରାୟ ବର୍ଷେ ହେଲା, ସନ୍ଧ୍ୟାଙ୍କୁ ଅମିତ ହଇରାଣ ହରକତ କରି ଆସୁଥିଲା । ଆଉ ଯେଉଁଥିପାଇଁ ଗାଁରେ ଦୁଇ ଦୁଇଥର ପଞ୍ଚାୟତ ମଧ୍ୟ ବସିଥିଲା । ପଞ୍ଚାୟତରେ ଅମିତ ସର୍ବସମ୍ମୁଖରେ କ୍ଷମା ମାଗିବା ସତ୍ତ୍ଵେ ସନ୍ଧ୍ୟାର ପିଛା ଛାଡ଼ି ନଥିଲା । ଆଉ ଶେଷରେ ସ୍କୁଲ୍ ଭିତରେ ପଶି ସନ୍ଧ୍ୟାର ଜୀବନ ନେଇ ଯାଇଛି ଅମିତ ।

ତଦନ୍ତ ବେଳେ ଜଣାପଡ଼ିଛି ଯେ, ପୂର୍ବରୁ ସନ୍ଧ୍ୟା ଅନ୍ୟ ଏକ ସ୍କୁଲ୍‌ରେ ଶିକ୍ଷକତା କରୁଥିଲେ । ଉକ୍ତ ସ୍କୁଲ୍ ଏକ ଭଡ଼ା ଘରେ ଚାଲଥିଲା । ଉକ୍ତ କୋଠାର ମାଲିକଙ୍କ ଭଣଜା ହେଉଛି ଅମିତ । ସେହି ସ୍କୁଲ୍‌କୁ ଯିବା ସମୟରେ ସନ୍ଧ୍ୟାଙ୍କୁ ଭେଟିଥିଲା ଅମିତ । ଆଉ ସେବେଠୁ ସନ୍ଧ୍ୟାଙ୍କୁ ହଇରାଣ କରିବା ଆରମ୍ଭ କରି ଦେଇଥିଲା । ଏନେଇ ସନ୍ଧ୍ୟା ପରିବାର ଓ ଶ୍ଵଶୁର ଘର ଲୋକଙ୍କୁ ଜଣାଇଥିଲେ ।

ଦୁଇ ଥର ପଞ୍ଚାୟତ, କ୍ଷମା ମାଗିଥିଲା ଅମିତ

ମାମଲା ବଢ଼ିବା ପରେ ଗାଁରେ ପଞ୍ଚାୟତ ବସିଥିଲା । ସମସ୍ତଙ୍କ ଆଗରେ ଅମିତ ଦୋଷ ସ୍ଵୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିଲା । ସମସ୍ତଙ୍କୁ ଲାଗିଥିଲା ମାମଲା ଏତିକିରେ ଥମିଯିବ । ତଥାପି ଅମିତ, ସନ୍ଧ୍ଯାର ପିଛା କରିବା ଛାଡ଼ି ନଥିଲା ।

ତଦନ୍ତର ଜଣାପଡ଼ିଛି ଯେ, ଘଟଣା ଦିନ ସନ୍ଧ୍ୟାଙ୍କ ସ୍ଵାମୀ ପରିଚୟ ଦେଇ ଅମିତ ଘରୋଇ ସ୍କୁଲ‌କୁ ଆସିଥିଲା । ସେହି ସମୟରେ ସ୍କୁଲ୍‌ ନିକଟରେ ରାସ୍ତା କାର୍ଯ୍ୟ ଚାଲୁଥିବାରୁ ଧୂଳି ପାଇଁ ଲୋକେ ମୁହଁରେ କପଡ଼ା ଢାଙ୍କୁଥିଲେ । ଏହାର ଫାଇଦା ଉଠାଇଥିଲା ଅମିତ । ମୁହଁରେ କପଡ଼ା ବାନ୍ଧି ନିଜକୁ ସନ୍ଧ୍ୟାଙ୍କ ସ୍ଵାମୀ ପରିଚୟ ଦେଇ ସ୍କୁଲ୍ ଭିତରକୁ ଯାଇଥିଲା ।

ଏଥିସହ ପଢ଼ନ୍ତୁ: ରିଲ୍ ବନାଉଥିଲେ, ହଠାତ୍ ବାହାର କଲେ ପିସ୍ତଲ...ଭିଡିଓ ଭାଇରାଲ ପରେ ଛାଡ଼ିଗଲା ରିଲ୍ସ ନିଶା 

ସନ୍ଧ୍ୟା ଆସିବା ମାତ୍ରେ ଅମିତ ଛୁରି ଭୁସିବା ଆରମ୍ଭ କରି ଦେଇଥିଲେ । ସିସିଟିଭିରେ ଦେଖା ଯାଉଛି, ଅମିତ ବାରମ୍ବାର ସନ୍ଧ୍ୟାଙ୍କୁ ଆକ୍ରମଣ କରୁଛି । ସନ୍ଧ୍ୟାଙ୍କ ଚିତ୍କାର ଶୁଣି ସ୍କୁଲ୍ ଷ୍ଟାଫ୍ ଦୌଡ଼ି ଆସିଥିବା ବେଳେ ଅଭିଯୁକ୍ତ ଛୁରି ଦେଖାଇ ଡରାଉଛି । ଏଭଳି ଭାବେ ୩୨ ସେକେଣ୍ଡରେ ୩୪ ଥର ଛୁରାମାଡ଼ କରି ସନ୍ଧ୍ୟାକୁ ହତ୍ୟା କରିଛି ଅମିତ । ହତ୍ୟାକାଣ୍ଡ ପରେ ଅମିତ ଫେରାର୍ ହୋଇଯାଇଛି । ପୋଲିସ ତାକୁ ଧରିବାକୁ ଚଢ଼ାଉ ଜାରି ରଖିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: