Videos
|
Crime

Man Kills Wife / ଡାନ୍ସ କ୍ଲାସ ପାଇଁ ରୋଷେଇ କରିବାକୁ ମନା କଲେ; ପିଟିପିଟି ମାରିଦେଲା ସ୍ଵାମୀ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଡାନ୍ସ କ୍ଲାସ ପାଇଁ ରୋଷେଇ କରିବାକୁ ମନା କଲେ; ପିଟିପିଟି ମାରିଦେଲା ସ୍ଵାମୀ
Man Kills Wife

Key Points

ଶେଷରେ ନୃତ୍ୟ ପାଇଁ ଚାଲିଗଲା ମହିଳାଙ୍କ ଜୀବନ
ରୋଷେଇ କରିବାକୁ ମନା କରିବାରୁ ମାଡ଼
ଆଉ ତାପରେ ଚାଲିଗଲା ମହିଳାଙ୍କ ଜୀବନ
ମୁମ୍ବାଇ: ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା କେତେବେଳେ ଭୟଙ୍କର ରୂପ ନେବ ତାହା କହିହେବ ନାହିଁ । ସାମାନ୍ୟ ବଚସା ଯୋଗୁଁ ଚାଲିଯାଇଛି ମହିଳାଙ୍କ ଜୀବନ । ଦମ୍ପତିଙ୍କ ମଧ୍ୟରୁ କେହି ଜଣେ ବି ନିଜ ଉପରେ ନିୟନ୍ତ୍ରଣ ନ କରିପାରିବାରୁ ଶେଷରେ ଝଗଡ଼ା ଶାରୀରିକ ହିଂସାରେ ପରିଣତ ହୋଇଛି । ଆଉ ନିଶାସକ୍ତ ଅବସ୍ଥାରେ ଥିବା ସ୍ଵାମୀ ଶେଷରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ମହାରାଷ୍ଟ୍ରର ନାଗପୁରରେ ଘଟିଛି ।

ନାଗପୁରର ଜଣେ ୩୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ଘରୋଇ କଳହ ସମୟରେ ତାଙ୍କ ସ୍ୱାମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ରାତ୍ରି ଭୋଜନ କରିବା ପରିବର୍ତ୍ତେ ତାଙ୍କ ହାଉସିଂ ସୋସାଇଟିରେ ଏକ ଡାନ୍ସ କ୍ଲାସରେ ଯୋଗ ଦେବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ମୃତକଙ୍କ ନାମ ୟାମିନୀ କୃଷ୍ଣ ଲାଲ ଯାଦବ ବୋଲି ଜଣାପଡ଼ିଛି । ଏହି ମାମଲାରେ ପୋଲିସ ତାଙ୍କ ୪୧ ବର୍ଷୀୟ ସ୍ୱାମୀ କୃଷ୍ଣ ଲାଲ ଯାଦବଙ୍କୁ ଗିରଫ କରିଛି । ସେମାନଙ୍କର ଦୁଇଟି ସନ୍ତାନ ଥିବା ମଧ୍ୟ ଜଣାପଡିଛି ।

  • ଝଗଡ଼ା ନେଲା ହିଂସାତ୍ମକ ରୂପ
ପୋଲିସର କହିବା ଅନୁଯାୟୀ, କୃଷ୍ଣ ଲାଲ କାମରୁ ଘରକୁ ଫେରି ୟାମିନୀଙ୍କୁ ତାଙ୍କ ଏବଂ ପିଲାମାନଙ୍କ ପାଇଁ ରୋଷେଇ କରିବାକୁ କହିଥିଲେ । କିନ୍ତୁ ୟାମିନୀ ଡାନ୍ସ କ୍ଲାସକୁ ଯିବାକୁ ପ୍ରସ୍ତୁତ ହେଉଥିଲେ ଏବଂ ରୋଷେଇ କରିବାକୁ ମନା କରି ଦେଇଥିଲେ । ଏଗାପରେ ଝଗଡା ଆହୁରି ବଢି ଯାଇଥିଲା । ପୋଲିସ ଅଭିଯୋଗ କରିଛି ଯେ ମଦ୍ୟପ କୃଷ୍ଣ ଲାଲ ପିଲାମାନଙ୍କ ସାମ୍ନାରେ ୟାମିନୀଙ୍କ ବେକ ଏବଂ ପେଟକୁ ଆକ୍ରମଣ କରିଥିଲେ ।

ଆକ୍ରମଣ ପରେ ୟାମିନୀ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତାଙ୍କ ସ୍ୱାମୀଙ୍କୁ ତାଙ୍କ ଯନ୍ତ୍ରଣା କମିବା ପାଇଁ ଔଷଧ ଆଣିବାକୁ କହିଥିଲେ । ସେ ନିକଟସ୍ଥ ଏକ ମେଡିକାଲ ଷ୍ଟୋରକୁ ଯାଇଥିଲେ, କିନ୍ତୁ ତାହା ବନ୍ଦ ଥିଲା । ଏଣୁ ସେ ଔଷଧ ନ ନେଇ ଫେରି ଆସିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା । ତାଙ୍କ ପେଟ ଫୁଲିଗଲା, ଯାହା ଦ୍ୱାରା ଗୁରୁତର ଆଭ୍ୟନ୍ତରୀଣ ଆଘାତ ହୋଇଥିବା ଜଣାପଡ଼ିଲା । ଶେଷରେ ତାଙ୍କୁ ଏକ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ପୋଷ୍ଟମର୍ଟମରେ କଣ ବାହାରିଲା ?
ପୋଲିସ ପ୍ରଥମେ ଏହି ଘଟଣାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହିଥିଲା ​​ଏବଂ ୟାମିନୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ତଥାପି ବ୍ଯବଚ୍ଛେଦ ରିପୋର୍ଟରେ ବେକ ଭାଙ୍ଗିଯାଇଥିବା ଏବଂ ଶରୀରର ଅନ୍ତନଳୀରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଥିଲା । ୟାମିନୀଙ୍କ ଭାଇ କହିଛନ୍ତି ଯେ ପରିବାର ପ୍ରଥମେ ତାଙ୍କ ମୃତ୍ୟୁକୁ ଦୁର୍ଘଟଣାଜନିତ ବୋଲି ବିଶ୍ୱାସ କରୁଥିଲେ । ସେ କହିଛନ୍ତି ଯେ ରିପୋର୍ଟରେ ପେଟରେ ଆଘାତରେ ଲାଗିଥିବା ଜଣାପଡିଛି । ଫଳରେ ପୋଲିସ କୃଷ୍ଣ ଲାଲଙ୍କ ବିରୁଦ୍ଧରେ ଧାରା ୩୦୨ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରିଛି ।

ପଢନ୍ତୁ ଏହି ଖବର: ହନିଟ୍ରାପରେ ଫସାଇ ୧୮ ଲକ୍ଷ ଟଙ୍କା ଠକେଇ, ପୋଲିସ କର୍ମଚାରୀଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା

ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହେଉଲା । କିନ୍ତୁ ସମ୍ପର୍କୀୟଙ୍କୁ ହସ୍ତକ୍ଷେପ କରିବାକୁ ୟାମିନୀ ବାରଣ କରୁଥିଲେ । ବାହାର ଲୋକ ଦମ୍ପତିଙ୍କ କଳିରେ ପଶିଲେ ଏହା ଆହୁରି ସମସ୍ୟା ସୃଷ୍ଟି କରିବ ବୋଲି ତାଙ୍କର ଭୟ ଥିଲା । ଏବେ ୟାମିନୀଙ୍କ ମୃତ୍ୟୁ ସମ୍ପର୍କୀୟ ପରିସ୍ଥିତି ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।