|
logo
Live

Argus News - ନରସିଂହପୁର ହାଜତ ମୃତ୍ୟୁ; ୧୦ ବର୍ଷ ପରେ ୬ ପୋଲିସ କର୍ମଚାରୀ ଗିରଫ

Crime

Custodial Death / ନରସିଂହପୁର ହାଜତ ମୃତ୍ୟୁ; ୧୦ ବର୍ଷ ପରେ ୬ ପୋଲିସ କର୍ମଚାରୀ ଗିରଫ

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ନରସିଂହପୁର ହାଜତ ମୃତ୍ୟୁ; ୧୦ ବର୍ଷ ପରେ ୬ ପୋଲିସ କର୍ମଚାରୀ ଗିରଫ
Justice After 10 Years

Key Points

ନରସିଂହପୁର ହାଜତ ମୃତ୍ୟୁ ଘଟଣାର ୧୦ ବର୍ଷ ପରେ ୬ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୦୧୬ ମସିହାରେ ଏହି ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟିଥିଲା ।
କଟକ: ପୋଲିସକୁ ବାନ୍ଧିଲା ପୋଲିସ । ଖାକି ହାତରେ ପଡ଼ିଲା ହାତକଡ଼ି । ନରସିଂହପୁର ହାଜତ ମୃତ୍ୟୁ ଘଟଣାର ୧୦ ବର୍ଷ ପରେ ୬ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅବସରପ୍ରାପ୍ତ ଏଏସ୍ଆଇଙ୍କ ସହ ୩ ଜଣ ଅବସରପ୍ରାପ୍ତ ହୋମଗାର୍ଡ, ଜଣେ ହୋମଗାର୍ଡ, ଜଣେ ହାବିଲଦାରଙ୍କୁ ଗିରଫ କରାଯାଇଛି ।

୨୦୧୬ ମସିହାରେ ଏହି ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟିଥିଲା । ଏବେ ୧୦ ବର୍ଷ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୬ ଜଣ ପୋଲିସ କର୍ମଚାରୀଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଅବସରପ୍ରାପ୍ତ ଏଏସ୍‌ଆଇ ଭଗବାନ ସାହୁ, ହାବିଲଦାର ପ୍ରମୋଦ କୁମାର ପାତ୍ର, ଅବସରପ୍ରାକ୍ତ ହୋମ୍‌ଗାର୍ଡ ଭିକାରୀ ନାୟକ, ଅବସରପ୍ରାପ୍ତ ହୋମଗାର୍ଡ ଯୋଗୀ ନାୟକ, ହୋମଗାର୍ଡ ମହେଶ୍ଵର ଦେବତା, ହୋମଗାର୍ଡ ଧର୍ମରାଜ ରଣା ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ଭାଙ୍ଗୁଛି ଗୋ-ମାଫିଆଙ୍କ ଗଡ଼, ଧରା ହେଉଛନ୍ତି ଆଉ ସମ୍ପତ୍ତି ବି ହେଉଛି ଜବତ

ମାମଲା କ'ଣ ?

୨୦୧୬ ଡିସେମ୍ବର ୫ ତାରିଖରେ ନରସିଂହପୁର ଥାନାରେ ଏକ ଅଭିଯୋଗ ହୋଇଥିଲା । ନରସିଂହପୁର ଥାନା ଅନ୍ତର୍ଗତ ମାଳିସାହିର ଚୈତନ୍ୟ ନାଏକଙ୍କ ଝିଅ ରେବତୀଙ୍କ ପରିବାର ସହ ପଡ଼ୋଶୀ ସରୋଜ ସେନାପତିଙ୍କ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଏନେଇ ସରୋଜଙ୍କ ବିରୋଧରେ ରେବତୀ ସେହିଦିନ ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏତଲା ପରେ ପୋଲିସ ମାମଲା ରୁଜୁ କରିବା ସହିତ ସରୋଜଙ୍କୁ ଗିରଫ କରିବା ପାଇଁ ମାଳିସାହି ଗାଁକୁ ଯାଇଥିଲା । ସରୋଜକୁ ଧରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଯେଉଁଥିରେ ସରୋଜ ଓ ପୋଲିସ ମଧ୍ୟ ଆହତ ହୋଇଥିଲେ । ଯାହାକୁ ନେଇ ଏଏସ୍‌ଆଇଙ୍କ ଅଭିଯୋଗ ଆଧାରରେ ନରସିଂହପୁର ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିଲା ।

ଏଥିସହ ପଢ଼ନ୍ତୁ: ପୋଲିସ ଜାଲରେ ‘ଲୁଟେରା ଦମ୍ପତି’, ସ୍ୱାମୀ ଝାମ୍ପୁଥିଲା ସୁନା ଚେନ୍...ସ୍ତ୍ରୀ ସାଜୁଥିଲା ସହଯୋଗୀ

ହାଜତରେ ବିଗିଡ଼ିଲା ସ୍ଵାସ୍ଥ୍ୟାବସ୍ଥା

ସରୋଜଙ୍କୁ ଗିରଫ କରି ପୋଲିସ ଥାନାରେ ରଖିଥିଲା । ସରୋଜ ହାଜତରେ ଥିବାବେଳେ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା । ଏହାପରେ ସରୋଜଙ୍କୁ ନରସିଂହପୁର ଡାକ୍ତରଖାନା ଓ ପରେ କଟକ ବଡ଼ମେଡିକାଲ୍ ନିଆଯାଇଥିଲା । ଡିସେମ୍ବର ୧୧ ତାରିଖରେ ସରୋଜଙ୍କୁ ମୃତ ଘୋଷଣ କରିଥିଲେ ଡାକ୍ତର ।

ଏନେଇ ସରୋଜଙ୍କ ଶ୍ଵଶୁର ହାଜତ ମୃତ୍ୟୁ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ତା ପରେ ପୋଲିସ ମୃତ ସରୋଜଙ୍କ ପତ୍ନୀଙ୍କୁ ଯୋଡ଼ୁମ୍ ଥାନାରେ ହୋମଗାର୍ଡ ପଦରେ ନିଯୁକ୍ତି ଦେବା ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିଲା । ଏବେ ମାମଲାର ୧୦ ବର୍ଷ ପରେ ପୋଲିସ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Custodial Death: ନରସିଂହପୁର ହାଜତ ମୃତ୍ୟୁ; ୧୦ ବର୍ଷ ପରେ ୬ ପୋଲିସ କର୍ମଚାରୀ ଗିରଫ | Argus News