Videos
|
Crime

Student Killed / ବିଦ୍ୟାଳୟରୁ ନିଖୋଜ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତଦେହ କୂଅରୁ ଉଦ୍ଧାର, ଦେହରେ ରହିଛି କ୍ଷତ ଚିହ୍ନ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ବିଦ୍ୟାଳୟରୁ ନିଖୋଜ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତଦେହ କୂଅରୁ ଉଦ୍ଧାର, ଦେହରେ ରହିଛି କ୍ଷତ ଚିହ୍ନ
Missing Class 5 student found dead in a village well

Key Points

ମଙ୍ଗଳବାର ପୁଅ ନିଖୋଜ ହୋଇଥିବା ବେଳେ ବୁଧବାର ସକାଳ ଗାଁର ଏକ କୂଅରୁ ମିଳିଛି ମୃତଦେହ । ନାବାଳକର ଶରୀରରେ ଏକାଧିକ କ୍ଷତ ରହିଛି । ଯାହାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ନୟାଗଡ଼: ପୁଅ ପାଠ ପଢ଼ିବାକୁ ବିଦ୍ୟାଳୟକୁ ଯାଇଥିଲା । ବିଦ୍ୟାଳୟ ବନ୍ଦ ହେଲା, ସନ୍ଧ୍ୟା ହେଲା ସିନା ପୁଅ କିନ୍ତୁ ଘରକୁ ଫେରିଲାନି । ଘର ଲୋକ ଚାରିଆଡ଼େ ଖୋଜାଖୋଜି କରିବା ଆରମ୍ଭ କରି ଦେଇଥିଲେ । ହଠାତ୍ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୧୦ ବର୍ଷର ପୁଅ ନିଖୋଜକୁ ନେଇ ଗାଁ ସ୍ତବ୍ଧ ହୋଇ ଯାଇଥିଲା ।

ମଙ୍ଗଳବାର ପୁଅ ନିଖୋଜ ହୋଇଥିବା ବେଳେ ବୁଧବାର ସକାଳ ଗାଁର ଏକ କୂଅରୁ ମିଳିଛି ମୃତଦେହ । ନାବାଳକର ଶରୀରରେ ଏକାଧିକ କ୍ଷତ ରହିଛି । ଯାହାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ନାବାଳକ ଜଣଙ୍କୁ କେହି ହତ୍ୟା କରିବା ପରେ କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: ସବୁ ସାରିଦେଲା ମଦ୍ୟପ ଡ୍ରାଇଭର; ଦୋକାନରୁ ନେଇ ଗାଡ଼ି ସମସ୍ତଙ୍କ ଉପରେ ମଡ଼ାଇଦେଲା...

ସୂଚନା ଅନୁସାରେ, ମୃତକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଗଣିଆ ଥାନା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର । ମଙ୍ଗଳବାର ବେଲପଡ଼ା ଗାଁର ବିଜୟ ମଲ୍ଲିକଙ୍କ ୧୦ ବର୍ଷର ପୁଅ ବିଦ୍ୟାଳୟକୁ ଯାଇ ଆଉ ଘରକୁ ଫେରି ନଥିଲା ।

ବିଦ୍ୟାଳୟରୁ ପୁଅ ନିଖୋଜ ପରେ ଚାରିଆଡ଼େ ଖୋଜାଖୋଜି କରିଥିଲେ ପରିବାର ଲୋକ । ସ୍କୁଲ୍‌ରୁ ନେଇ ଖେଳ ପଡ଼ିଆ ପର୍ଯ୍ୟନ୍ତ ରାତି ସାରା ଖୋଜିଥିଲେ ବି ପୁଅର ସନ୍ଧାନ ମିଳି ନଥିଲା । ସକାଳେ ଗାଁର ଏକ କୂଅରେ ପୁଅର ମୃତଦେହ ଭାସୁଥିବା ଦେଖିଥିଲେ ଗ୍ରାମବାସୀ ।

ଏଥିସହ ପଢ଼ନ୍ତୁ: ପୁଅରୁ ହୋଇଗଲେ ଝିଅ, ନା ତାଙ୍କର ସମୀରରୁ ହୋଇଗଲା ସମୀରା

କୂଅ ମଧ୍ୟରୁ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ପରେ ଶରୀରରେ ଏକାଧିକ କ୍ଷତ ଥିବା ଦେଖିବାକୁ ପାଇଥିଲେ । ପୁଅକୁ କେହି ହତ୍ୟା କରିଥିବା ଅଭିଯୋଗରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଗଣିଆ-ଭୁବନେଶ୍ଵର ରାସ୍ତାକୁ ଅବରୋଧ କରି ରଖିଛନ୍ତି । ଶହ ଶହ ଯାନବାହାନ ଅଟକି ରହିଛି ।

ତେବେ କେଉଁ ପରିସ୍ଥିତିରେ ପଞ୍ଚମ ଶ୍ରେଣୀ ଛାତ୍ର ଜଣଙ୍କ କୂଅରେ ଖସି ପଡ଼ିଲେ ? ଖେଳୁ ଖେଳୁ ଖସି ପଡ଼ିଲେ ନା କେହି ହତ୍ୟା ପରେ ଫିଙ୍ଗି ଦେଇଛି ? ଯଦି କେହି ହତ୍ୟା କଲା, ତା' ପଛରେ କ'ଣ ରହିଛି କାରଣ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Missing Class 5 Student Found Dead in Well in Nayagarh | Argus News | Argus News