Bank Locker in Flood / ବନ୍ୟାପାଣିରେ ଭାସିଆସିଲା ଲକର, ଲୁଟିନେଲେ ନଗଦ ୯୨ ଲକ୍ଷ ଟଙ୍କା
·46 mins ago·2 min read

Key Points
ନେପାଳ ବନ୍ୟାରେ ଭାସିଆସିଲା ବିଶାଳ ଲକର
ଲକରରୁ ବାହାରିଲା ନଗଦ ୯୨ ଲକ୍ଷ ଟଙ୍କା
ଚୋରି କରିନେଲେ ଦୁର୍ବୃତ୍ତ, ଆଉ ତାପରେ..
ଲକରରୁ ବାହାରିଲା ନଗଦ ୯୨ ଲକ୍ଷ ଟଙ୍କା
ଚୋରି କରିନେଲେ ଦୁର୍ବୃତ୍ତ, ଆଉ ତାପରେ..
କାଠମାଣ୍ଡୁ: ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଅସ୍ଥିର ହୋଇପଡ଼ିଛି । ପଡ଼ୋଶୀ ଦେଶରୁ ଆସୁଥିବା ଗୋଟିଏ ପରେ ଗୋଟିଏ ଦୃଶ୍ୟ ଅନେକଙ୍କ ଆଖି ଓଦା କରିଛି । ପ୍ରାକୃତିର କରାଳ ରୂପରେ କିଏ ଯେ କେତେ କଣ ହରାଇଛି ତାକୁ ଶବ୍ଦରେ କହିବା ନିହାତି କଷ୍ଟକର । କାହାର ପୂରା ପରିବାର ଭାସିଯାଇଛି, କିଏ କାଦୁଅ ପଙ୍କ ତଳେ ଜୀବନ ହାରିଛି । ପ୍ରଳୟଙ୍କାରୀ ବନ୍ୟାକୁ ୪ ଦିନ ବିତିସାରିଥିଲେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ କିଛି ନିଚ୍ଚ ମାନସିକତାର ଲୋକ ଅସହାୟ ଲୋକଙ୍କ ଫାଇଦା ଉଠାଇବାକୁ ତିଳେ ବି ସୁଯୋଗ ଛାଡ଼ିନାହାନ୍ତି । ଏପରି କିଛି ଘଟଣା ମଧ୍ୟ ସାମ୍ନାକୁ ଆସୁଛି ଯାହା ମାନବିକତା ଉପରେ ପ୍ରଶ୍ନ ଉଠାଇଛି ।
ଏହି ମାମଲାରେ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ପବନ ପୋଡେ, ବୀର ବାହାଦୁର ରାନା ମଗର, ବିନୋଦ ଗିରି, ନବରାଜ ଭେଟୁୱାଲ, ପୂର୍ଣ୍ଣଲାଲ ଶ୍ରେଷ୍ଠ, ବିଷ୍ଣୁମଣି ଅଧିକାରୀ, କୃଷ୍ଣ ମଗର, ଶିବ ବାହାଦୁର ରାଣା ମାଗର, ଯୁବରାଜ ଅଧିକାରୀ, ସୁଶାନ୍ତ ଶ୍ରେଷ୍ଠା, ସୁଚିମ ବାହାଦୁର ରାଣା ମାଗର, ସଭିନ ଶ୍ରେଷ୍ଠା, ପ୍ରେମ ବାହାଦୁର ରାଣା ମାଗର, ଅନିଲ ଭେଟୁୱାଲ ଅଛନ୍ତି ।
- ବ୍ୟାଙ୍କ ଲକରରୁ ୯୨ ଲକ୍ଷ ଚୋରି

- ମୃତଦେହରୁ ଝିଙ୍କିଥିଲେ କାନଫୁଲ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନେପାଳରେ ଜଳ ପ୍ରଳୟର ସବୁଠୁ ବଡ଼ କାରଣ କଣ ? ଏକ୍ସପର୍ଟ କଲେ ବଡ଼ ଖୁଲାସା
ଏଠାରେ କହିରଖୁଛୁ କି, ନେପାଳରେ ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ । ତିବ୍ଦତ ନିକଟରେ ଆଉ ଏକ ହ୍ରଦ ଫାଟିବାର ଆଶଙ୍କା ରହିଛି , ଯାହା ଫଳରେ ଆଉ ଏକ ବନ୍ୟା ଆସିପାରେ ବୋଲି ଚୀନ ନେପାଳକୁ ସତର୍କ କରାଇଛି । ନେପାଳ ସରକାରଙ୍କ ଅନୁଯାୟୀ, ଏବେ ବି ୨୪୨୬ ଜଣ ଲୋକ ନିଖୋଜ ଅଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ୬୨୬ରେ ପହଞ୍ଚିଛି ।

Related Topics
Explore more stories