Videos
|
International

Dead Body Earrings Loot / ମାନବ ଜାତି ପାଇଁ ଲଜ୍ଜା; ବନ୍ୟାରେ ଭାସୁଥିବା ଶବରୁ ସୁନା ଅଳଙ୍କାର ଚୋରି

Debashree Debasmita Sahoo
Browse all articles by Debashree Debasmita Sahoo
·41 mins ago·2 min read
ମାନବ ଜାତି ପାଇଁ ଲଜ୍ଜା; ବନ୍ୟାରେ ଭାସୁଥିବା ଶବରୁ ସୁନା ଅଳଙ୍କାର ଚୋରି
Nepal Flood Victim Earrings Loot

Key Points

ମାନବିକତାର ସବୁ ସୀମା ପାର
ସୁନା ଅଳଙ୍କାର ପାଇଁ ସବୁ ଭୁଲିଗଲେ
ମୃତଦେହର ଚୁଟି ଧରି ଟାଣିଲେ
ଚୋରାଇ ନେଲେ ସୁନା କାନଫୁଲ
କାଠମାଣ୍ଡୁ: ଚୀନ ଏବଂ ନେପାଳର ସୀମାନ୍ତ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ଭିତରେ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ପୂରା ମାନବ ଜାତିକୁ କଳଙ୍କିତ କରିଛି । ସୁନା ଅଳଙ୍କାର ମୋହରେ ସାମାନ୍ୟ ମାନବିକତା ଭୁଲିଛନ୍ତି ଦୁର୍ବୃତ୍ତ । ନାରାୟଣୀ ନଦୀରେ ବନ୍ୟା ସମୟରେ ଭାସିଯାଇଥିବା ଜଣେ ପୀଡିତାଙ୍କଠାରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ସେମାନେ ପ୍ରଥମେ ମୃତ ମହିଳାଙ୍କ ଚୁଟିକୁ ଧରି ଟାଣିଥିଲେ ଓ ପରେ ସୁନା କାନଫୁଲ ଝିଙ୍କିଥିଲେ ।

ଏହି ଭିଡିଓଟି ଭାଇରାଲ ହେବାପରେ ଦେଖଣାହାରୀ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ଯେଉଁ ପ୍ରଳୟଙ୍କାରୀ ବନ୍ୟା କେତେ ଯେ ପରିବାରକୁ ଛାରଖାର କରିଦେଇଛି, ସେପରି ସ୍ଥିତିରେ ଜଣେ ମୃତଦେହ ସହ ଏପରି ବ୍ୟବହାର କରିବା ସମସ୍ତଙ୍କୁ ଦୁଃଖିତ କରିଛି । ଏହାପରେ ନେପାଳ ପୋଲିସ ୪୧ ସେକେଣ୍ଡର ଭିଡିଓଟିକୁ ପୁନଃସେୟାର କରି କହିଛି ଯେ ମୃତ ମହିଳାଙ୍କ କାନରୁ କାନଫୁଲ ଚୋରି କରିବା ପାଇଁ ଦୁଇ ଜଣଙ୍କୁ ହେପାଜତକୁ ନିଆଯାଇଛି ।

  • ମାନବ ଜାତିକୁ ଲଜ୍ଜିତ କଲା ପରି ଭିଡିଓ
ଭାଇରାଲ ଭିଡିଓ କ୍ଲିପ୍‌ରେ ଦେଖାଯାଇଥିଲା ଯେ ଦୁଇ ଜଣ ଯୁବକ ପାଣିରେ ଭାସୁଥିବା ଜଣେ ମହିଳାଙ୍କ ମୃତଦେହକୁ ପ୍ରଥମେ କାଠ ପଟା ଏବଂ ପରେ ତାଙ୍କ କେଶକୁ ଟାଣିଥିଲେ । ଏମିତି ମୃତଦେହକୁ ପାଣିରୁ ଟାଣି ଆଣି ତାଙ୍କ ଉଭୟ କାନରୁ ସୁନା କାନଫୁଲ କାଢ଼ି ସେଗୁଡ଼ିକୁ ନିଜ ପାଖରେ ରଖିଥିଲେ । ଠିକ୍ ଏହି ସମୟରେ ତାଙ୍କ ନିକଟରେ କିଛି ଲୋକ ଠିଆ ହୋଇ ଭିଡିଓ ରେକର୍ଡ କରୁଥିଲେ । ପରେ ଚିତୱନ୍ ପୋଲିସ କହିଛି ଯେ ପ୍ରଚଣ୍ଡ ବନ୍ୟାରେ ନାରାୟଣୀ ନଦୀରେ ଭାସିଯାଉଥିବା ଜଣେ ମହିଳାଙ୍କ ମୃତଦେହ ସହ ଏପରି ହୋଇଛି ।

  • ଦୁଇ ଯୁବକଙ୍କୁ ଚିହ୍ନଟ କଲା ପୋଲିସ
ଭିଡିଓ ଆଧାରରେ ପୋଲିସ ୨୫ ବର୍ଷୀୟ ମଦନ ଗୁରୁଙ୍ଗ ଏବଂ ୩୮ ବର୍ଷୀୟ ଉମେଶ ଚୌଧୁରୀଙ୍କୁ ଚିହ୍ନଟ କରିଛି । ଗତ ଗୁରୁବାର ଭରତପୁର ମେଟ୍ରୋପଲିଟାନ୍ ସିଟି-୧ର ପୋଖରା ବସ୍ ପାର୍କ ନିକଟରୁ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ପୋଲିସ କହିଛି ଯେ ଏପରି ଦୁଃଖଦ ସମୟରେ ପୀଡିତମାନଙ୍କୁ ଟାର୍ଗେଟ କରି ଲୁଟପାଟ କିମ୍ବା କୌଣସି ପ୍ରକାରର ଅମାନବୀୟ କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ କରାଯିବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ତାଣ୍ଡବ ରଚିଛି ନେପାଳ ବନ୍ୟା
ଗତ ବୁଧବାର ଆସିଥିବା ଜଳ ପ୍ରଳୟ ନେପାଳର ବର୍ଷ ବର୍ଷ ଧରି ଘଟିଥିବା ସବୁଠାରୁ ଭୟଙ୍କର ବନ୍ୟା ବିପର୍ଯ୍ୟୟ ମଧ୍ୟରୁ ଗୋଟିଏ । ନେପାଳ-ତିବ୍ଦତ ସୀମାରେ ହଠାତ୍ ବନ୍ୟା ଏବଂ ଭୂସ୍ଖଳନ ପରେ ନିଖୋଜ ୧୪୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ଏବେ ମୃତ୍ୟୁ ସଂଖ୍ୟା ୪୬୯ରେ ପହଞ୍ଚିଥିବାବେଳେ ଏବେ ବି ଖୋଜାଖୋଜି ଜାରି ରହିଛି ।

ପଢନ୍ତୁ ଏହି ଖବର: ବନ୍ୟା କବଳରୁ ଉଦ୍ଧାର ହେଲେ ଜାଁଆଳା ଶିଶୁ; କୋଳେଇ ନେଇ ସାହସ ଦେଲେ ଯବାନ

  • ଆସୁଛି ଆଉ ଏକ ପ୍ରଳୟ
ପୁଣି ନେପାଳରେ ହୋଇପାରେ ମହାପ୍ରଳୟ । ନେପାଳରୁ ୧୮ କିମି ଦୂର ତିବ୍ଦତରେ ପୁଣି ସୃଷ୍ଟି ହୋଇଛି ହ୍ରଦ । ଏଠାରେ ଜମା ହୋଇସାରିଲାଣି ୨୦ ଲକ୍ଷ କ୍ୟୁବିକ୍ ମିଟର ଜଳ । ଫଳରେ ପୁନର୍ବାର ବନ୍ୟା ଆଶଙ୍କା ବିଷୟରେ ନେପାଳକୁ ସତର୍କ କରାଇଛି ଚୀନ । ସୀମାର ଉଭୟ ପାର୍ଶ୍ୱରେ ଦୁଇଟି ବଡ଼ ହ୍ରଦ ସୃଷ୍ଟି ହୋଇଛି, ଯାହାକି ଆଗାମୀ ୨ରୁ ୩ ଦିନ ମଧ୍ୟରେ ଫାଟିବା ସହ ବନ୍ୟା ଆଶଙ୍କା ସୃଷ୍ଟି କରିପାରେ । ଚୀନ କହିଛି ଯେ ଆସନ୍ତା ୩ ଦିନ ମଧ୍ୟରେ ପ୍ରାୟ ୩୦ ଲକ୍ଷ ଘନ ମିଟର ପାଣି ବା ପ୍ରାୟ ୧୨୦୦ ଅଲମ୍ପିକ୍ ସ୍ଵିମିଂ ପୁଲ୍ ଯେତିକି ପାଣି ହ୍ରଦରେ ପହଞ୍ଚିପାରେ ।