Workers Protest / କମ୍ ଦରମାକୁ ନେଇ ଜୋରଦାର ବିକ୍ଷୋଭ, ରାସ୍ତାରୋକ; ଜାଳିଦେଲେ କାର୍
·1 hour ago·2 min read

Key Points
ବିକ୍ଷୋଭରେ ପୁରୁଷଙ୍କ ସହ ମହିଳା ଶ୍ରମିକ ସାମିଲ୍ ହୋଇଛନ୍ତି । ଆନ୍ଦୋଳନରତ ଶ୍ରମିକଙ୍କ ଅନୁସାରେ, "ଦିନକୁ ୧୨ ଘଣ୍ଟା କାମ କରି ମାସକୁ ୧୩ ହଜାର ଟଙ୍କା ପାଉଛୁ ।"
ନୂଆଦିଲ୍ଲୀ: ଦେଶର ସରକାରୀ କର୍ମଚାରୀଙ୍କ ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ଭିତରେ କାରଖାନା ଶ୍ରମିକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି । କମ୍ ଦରମାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି କାରଖାନା ଶ୍ରମିକ । ସୋମବାର ନୋଏଡାରେ ବ୍ୟାପକ ପ୍ରତିବାଦ ଦେଖିବାକୁ ମିଳିଛି ।
କମ୍ ଦରମାକୁ ନେଇ ଶ୍ରମିକଙ୍କ ପ୍ରତିବାଦ ବେଳେ ଗାଡ଼ିରେ ନିଆଁ ଲଗାଯାଇଛି, ପଥରମାଡ଼ ହୋଇଛି । ପୋଲିସ ମଧ୍ୟ ଲାଠି ପ୍ରହାର କରିଛି । ନୋଏଡାର ହୋସେରୀ କମ୍ପ୍ଲେକ୍ସ ଫେଜ୍ ୨ରେ ଦରମା ବୃଦ୍ଧି ଦାବିରେ ଶ୍ରମିକ ବିକ୍ଷୋଭ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ମାତ୍ର କିଛି ସେକେଣ୍ଡର କାଣ୍ଡ, ଆଖି ପିଛୁଳାକେ ବଦଳିଗଲା ଗାଡ଼ିର ନମ୍ବର ପ୍ଲେଟ୍
ଦିନକୁ ୧୨ ଘଣ୍ଟା କାମ
ବିକ୍ଷୋଭରେ ପୁରୁଷଙ୍କ ସହ ମହିଳା ଶ୍ରମିକ ସାମିଲ୍ ହୋଇଛନ୍ତି । ଆନ୍ଦୋଳନରତ ଶ୍ରମିକଙ୍କ ଅନୁସାରେ, "ଦରଦାମ ବଢ଼ୁଥିଲେ ବି ଆମ ପାରିଶ୍ରମିକ ବଢ଼ୁ ନାହିଁ । ଆମେ ଦିନକୁ ୧୨ ଘଣ୍ଟା କାମ କରି ମାସକୁ ୧୩ ହଜାର ଟଙ୍କା ପାଉଛୁ ।"
ଆନ୍ଦୋଳନରତ ଶ୍ରମିକଙ୍କ ଦାବି ହେଲା, ଦୈନିକ ୮ ଘଣ୍ଟା କାର୍ଯ୍ୟ ହିସାବରେ ଅତି କମ୍ରେ ମାସକୁ ୨୦ ହଜାର ଟଙ୍କା ମିଳୁ । ଗୋଟିଏ ଗୋଟିଏ କମ୍ପାନ ୨୮୦ରୁ ୩୦୦ ଟଙ୍କା ବାର୍ଷିକ ଦରମା ବୃଦ୍ଧି କରୁଛନ୍ତି । ଯେତେବେଳେ କି ଆମ ଘରଭଡ଼ା ଗୋଟିଏ ଥରରେ ଅତିକମ୍ରେ ୫୦୦ ଟଙ୍କା ବଢ଼ୁଛି ।
ମାସକୁ ମାତ୍ର ୧୩ ହଜାର ଟଙ୍କାରେ କେମିତି ଚଳିବୁ ବୋଲି ପ୍ରଶ୍ନ କରିଛନ୍ତି ମଞ୍ଜୁ ଦେବୀ । କହିଛନ୍ତି, ଏହି ଟଙ୍କାରେ ଛୁଆଙ୍କୁ କେମିତି ପାଳିବୁ ? କେମିତି ଖୁଆଇ, ସେମାନଙ୍କୁ ପାଠ ପଢ଼ାଇବୁ ? ରୋଷେଇ ଗ୍ୟାସ୍ ଦର ବଢ଼ୁଥିଲେ ହେଁ ଆମ ଦରମା ବଢ଼ୁନାହିଁ ।
ଏଥିସହ ପଢ଼ନ୍ତୁ: ମାସକୁ ଲକ୍ଷେ ରୋଜଗାର; ତଥାପି ମାଗୁଛନ୍ତି ଭରଣପୋଷଣ
ଆନ୍ଦୋଳନ ଦମନ ପାଇଁ ପ୍ରଶାସନର ଉଦ୍ୟମ
ନୋଏଡ଼ାରେ ବିକ୍ଷୋଭକାରୀ ରାସ୍ତା ଅବରୋଧ କରିଛନ୍ତି । ୪ରୁ ୫ ଦିନ ହେଲା ଦରମାକୁ ନେଇ ବିକ୍ଷୋଭ ଚାଲିଥିବା ବେଳେ ସୋମବାର ପ୍ରତିବାଦ ବ୍ୟାପକ ହୋଇଛି । ଶ୍ରମିକଙ୍କ ବିକ୍ଷୋଭକୁ ନେଇ ନୋଏଡ଼ା ଜିଲ୍ଲାପାଳ ମେଧା ରୂପମ ରବିବାର ଶ୍ରମ ବିଭାଗ ସଚିବ ଓ ଶ୍ରମ କମିଶନରଙ୍କ ସହ ଆଲୋଚନା କରିଥିଲେ । ଶିଳ୍ପାଞ୍ଚଳରେ ଶାନ୍ତି ରକ୍ଷା ପାଇଁ ନୋଏଡ଼ା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା ।
ହେଲେ ସୋମବାର ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି । ଯାହା ନୋଏଡ଼ାରେ ସଡ଼କ ଜାମ୍ କରିଛି । ଦିଲ୍ଲୀରୁ ନୋଏଡ଼ାକୁ ଯୋଡ଼ୁଥିବା ରାସ୍ତାରେ ଟ୍ରାଫିକ୍ ଜାମ୍ ରହିଛି । ହିଂସା ପରେ ନୋଏଡ଼ା ଫେଜ୍ ୨ ରାସ୍ତା ବନ୍ଦ କରି ଦିଆଯାଇଛି । ନୋଏଡ଼ା ସେକ୍ଟର-୧, ୬୦ ଓ ୮୪ର ଶ୍ରମିକ ସାମୁହିକ ପ୍ରତିବାଦ କରୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories